ଋଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ପ୍ରମୁଖ ସହରକୁ ଋଷର କବଜା
Advertisement
Article Detail0/zeeodisha/odisha1243006

ଋଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ପ୍ରମୁଖ ସହରକୁ ଋଷର କବଜା


ଥମୁନି ଋଷ-ୟୁକ୍ରେନ ଯୁଦ୍ଧ । ଗୋଟେପଟେ କୂଟନୈତିକ ସ୍ତରରେ ୟୁକ୍ରେନ ନିଜ ସପକ୍ଷରେ ସମର୍ଥନ ହାସଲ କରୁଛି । ଅନ୍ୟପକ୍ଷରେ ବାରମ୍ୱାର ରକେଟ୍ ମାଡ଼କରି ୟୁକ୍ରେନର ଗୋଟିଏ ପର୍ ଗୋଟିଏ ସହରକୁ ଧ୍ୱଂସ କରିବା ସହିତ ନିଜ କବଜାକୁ ନେଉଛି ଋଷ ।

ଋଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ପ୍ରମୁଖ ସହରକୁ ଋଷର କବଜା

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଲଗାତର ଭାବରେ  ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ବାରମ୍ୱାର ମୋର୍ଟାର ଏବଂ ରକେଟ୍ ମାଡ଼ କରୁଛନ୍ତି ଋଷୀୟ ସୈନ୍ୟ । ୟୁକ୍ରେନର ଅନେକ ସହରରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଋଷ । ଋଷର ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଏବଂ କୋଠା । ଆକ୍ରମଣ ଯୋଗୁଁ ସହରରେ ଖେଳିଯାଇଛି ଆତଙ୍କ । ଗତ ଫେବୃଆରୀ ୨୪ ରୁ ଚାଲିଥିବା ଆକ୍ରମଣ ପରିପ୍ରେକ୍ଷୀରେ ୟାସିନୋଭାତାୟା(Yasinovataya)ରେ ବଡ଼ ଧରଣର ଆକ୍ରମଣ ହୋଇଛି । ଡୋନେସ୍କ ପିପୁଲ୍ସ ରିପବ୍ଲିକ(Donetsk Peoples Republic) ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ(Luhansk Peoples Republic) ଘୋଷଣା ପରେ ଏହି ଦୁଇ ଅଞ୍ଚଳରେ ନିଜର ଅଧିକାର ସାବ୍ୟସ୍ତ କରିସାରିଛି ଋଷ । ଏହାପରେ ଧିରେ ଧିରେ ଗୋଟେ ପରେ ଗୋଟେ ସହରକୁ ଅକ୍ତିଆର କରିବାରେ ଲାଗିଛନ୍ତି ଋଷୀୟ ସୈନ୍ୟ ।

ସେପଟେ ୟୁକ୍ରେନର ଓଡ଼େଶାରେ ହୋଇଥିବା ଆକ୍ରମଣରେ  ୧୯ ଜଣ ପ୍ରାଣ ହରାଇଥିଲେ । ସ୍ନେକ ଆଇଲ୍ୟାଣ୍ଡ(Snake Island)ରେ ମୁତୟନ ଥିବା ଋଷ ସୈନ୍ୟ ପ୍ରତ୍ୟାହାର ହେବା ପରେ ସେହି ପଥ ଦେଇ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାକୁ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି । ଏହାଭିତରେ ଋଷ ସୈନ୍ୟ ୟୁକ୍ରେନ ର ପ୍ରମୁଖ ସହର ଲାଇସିଚାନ୍ସକ(Lysychansk)କୁ ନିଜ ଅଧିନକୁ ନେଇଥିବା ଦାବି କରିଛନ୍ତି । ଋଷ ସୈନ୍ୟ ଏବଂ ବିଚ୍ଛିନ୍ନତାବାଦୀ ବାହିନୀ ୟୁକ୍ରେନର ପ୍ରମୁଖ ସହର ଲାଇସିଚାନ୍ସକ(Lysychansk)କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ନେଇଛନ୍ତି ବୋଲି ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଥିବା ଋଷର ରାଷ୍ଟ୍ରୀୟ ସମ୍ବାଦ ଏଜେନ୍ସି  ଟାସ(Russian state news agency Tass) ରବିବାର ଦିନ ପ୍ରକାଶ କରିଛି । ଋଷ ମନ୍ତ୍ରଣାଳୟ ଏହା ପୂର୍ବରୁ କହିଥିଲା ​​ଯେ ତାର ସୈନ୍ୟବାହିନୀ ଲାଇସିଚାନ୍ସକ(Lysychansk)କୁ ଘେରି ରହିଥିଲେ ଏବଂ ବର୍ତ୍ତମାନ ସହର ଭିତରେ ଲଢ଼ୁଛନ୍ତି ।

ପୂର୍ବ ଅଞ୍ଚଳରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଲଢ଼େଇ ତୀବ୍ର ହେବାପରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି(President Volodymyr Zelensky)ଙ୍କ ଜଣେ ପରାମର୍ଶଦାତା କହିଛନ୍ତି ଯେ ଲୁହାନସ୍କ(Luhansk )ର ଷ୍ଟ୍ରାଟେଜିକ୍ ପୂର୍ବ ପ୍ରଦେଶରେ ୟୁକ୍ରେନର ଶେଷ ବଡ ବେସଷ୍ଟେସନ ଲାଇସିଚାନ୍ସକ(Lysychansk)ରେ ଲଢ଼େଇ ସହରର ପତନ ଘଟାଇପାରେ । ରଏଟର୍ସର ରିପୋର୍ଟ ଅନୁଯାୟୀ, ଲୁହାନସ୍କ ପିପୁଲ୍ସ ରିପବ୍ଲିକର ଋଷରେ ଥିବା ରାଷ୍ଟ୍ରଦୂତ ରୋଡିୟନ୍ ମିରୋଶନିକ୍(Rodion Miroshnik)ଋଷର ଟେଲିଭିଜନକୁ କହିଛନ୍ତି ଯେ “ଲାଇସାନସ୍କ ନିୟନ୍ତ୍ରଣକୁ ନିଆଯାଇଛି,”ଏହା ଏପର୍ଯ୍ୟନ୍ତ ମୁକ୍ତ ହୋଇନାହିଁ । ରବିବାର ଦିନ ୟୁକ୍ରେନ ସୀମା ନିକଟ ଋଷର ବେଲଗୋରୋଡ ସହର(Belgorod city)ରେ ହୋଇଥିବା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବେଲଗୋରୋଡ ଅଞ୍ଚଳର ରାଜ୍ୟପାଳ ଭାୟାଚେଲାଭ ଗ୍ଲାଡକୋଭ(Vyacheslav Gladkov) କହିଛନ୍ତି । ଏହି ବିସ୍ଫୋରଣରେ ୧୧ ଟି ଆପାର୍ଟମେଣ୍ଟ  ଏବଂ ଅତି କମରେ ୩୯ ଟି ଘରୋଇ ଆବାସିକ  ଆଂଶିକ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି । ଟେଲିଗ୍ରାମ ଯୋଗେ ଏକ ବାର୍ତ୍ତାରେ ଗ୍ଲାଡକୋଭ କହିଛନ୍ତି ଯେ ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ।  ସମ୍ଭବତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟ କରିଛି ।