୧.୩୫ କୋଟି ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବେ ସରକାର
Advertisement
Article Detail0/zeeodisha/odisha1312188

୧.୩୫ କୋଟି ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବେ ସରକାର

CM Digital Seva Yojana scheme: ଏଠାରେ କହି ରଖୁଛୁ ଯେ, ଆସନ୍ତା ବର୍ଷ ଡିସେମ୍ବରରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ବିଶେଷଜ୍ଞଙ୍କ ଅନୁଯାୟୀ, ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଏହି ମହତ୍ୱପୂର୍ଣ୍ଣ ବଜେଟ୍ ଘୋଷଣା ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ କରାଯାଉ ।

୧.୩୫ କୋଟି ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବେ ସରକାର

ନୂଆଦିଲ୍ଲୀ: CM Digital Seva Yojana scheme: ଦେଶର ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ ରାଜସ୍ଥାନ ସରକାର (Rajasthan Government) ଙ୍କ 'ମୁଖ୍ୟମନ୍ତ୍ରୀ ଡିଜିଟାଲ୍ ସେବା ଯୋଜନା' (CM Digital Seva Yojana scheme) ପ୍ରତି ଆଗ୍ରହ ଦେଖାଇଛନ୍ତି । ଏହି ଯୋଜନା ଅଧୀନରେ ରାଜ୍ୟରେ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୈଷୟିକ ବିଡର ମୂଲ୍ୟାଙ୍କନ ପରେ ହିଁ ଏହି ମାସରେ ଏକ ଉଚ୍ଚ ସ୍ତରୀୟ କମିଟି ଏହା ଉପରେ ଅନେକ ନିଷ୍ପତ୍ତି ନେବ । ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏହି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ଙ୍କ ଏହି ବଜେଟ୍ ଘୋଷଣା କାର୍ଯ୍ୟକାରୀ ହୋଇପାରିବ । ଏହି ପ୍ରକଳ୍ପ ପାଇଁ ମୋଟ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପାଇଁ ବୈଷୟିକ ବିଡ୍ ବୁଧବାର ଯାଞ୍ଚ କରାଯାଇଥିଲା । ପ୍ରକଳ୍ପ ଦାୟିତ୍ୱରେ ଥିବା ଛତ୍ରପାଲ ସିଂ କହିଛନ୍ତି ଯେ, "ବୁଧବାର ଟେକ୍ନିକାଲ୍ ବିଡ୍ ଯାଞ୍ଚ କରାଯାଇଥିଲା । ବିଡରେ ୪ରୁ ୩ କମ୍ପାନୀ ସାମିଲ ହୋଇଛି । ଯେଉଁଥିରେ ସରକାରୀ କ୍ଷେତ୍ର ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ସହ ଏୟାରଟେଲ (Airtel) ଓ ରିଲାଏନ୍ସ ଜିଓ (Relience Jio) ମଧ୍ୟ ଏଥିରେ ସାମିଲ ଅଛି । ଟେଣ୍ଡର ପ୍ରଦାନ କରୁଥିବା ଭୋଡାଫୋନ୍ ଏଥିରେ ଉପସ୍ଥିତ ହୋଇନଥିଲା ।"

ସେ କହିଛନ୍ତି ଯେ, ବର୍ତ୍ତମାନ ଏକ ଉଚ୍ଚ ସ୍ତରୀୟ କମିଟି ଟେଣ୍ଡରର ମୂଲ୍ୟାଙ୍କନ କରିବ ଓ ଆଗକୁ ନିଷ୍ପତ୍ତି ନେବ । ଅଧିକାରୀମାନେ ଆଶା କରୁଛନ୍ତି ଯେ ଏହି ପ୍ରକ୍ରିୟା ଶୀଘ୍ର ସମାଧାନ ହେବ ଓ ଯୋଜନା ଅନ୍ତର୍ଗତ ସ୍ମାର୍ଟଫୋନର ପ୍ରଥମ ଗୁଚ୍ଛା ଏହି ପାର୍ବଣ ଋତୁ (ଦିପାବଳୀ) ପୂର୍ବରୁ ସରକାରଙ୍କୁ ମିଳିପାରେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଚଳିତ ବର୍ଷର ରାଜ୍ୟ ବଜେଟରେ 'ମୁଖମନ୍ତ୍ରି ଡିଜିଟାଲ୍ ସେବା ଯୋଜନା' ଘୋଷଣା କରିଥିଲେ । ଏହା ଅଧୀନରେ ରାଜ୍ୟରେ ୧.୩୫ କୋଟି 'ଚିରଞ୍ଜୀବୀ ପରିବାର'ର ମହିଳା ମୁଖ୍ୟଙ୍କୁ ତିନି ବର୍ଷ ପାଇଁ ଇଣ୍ଟରନେଟ୍ ସଂଯୋଗ ସହିତ ସ୍ମାର୍ଟ ଫୋନ୍ ଦିଆଯିବ । ଇଣ୍ଟରନେଟ୍ ବ୍ୟତୀତ ଏହି ଫୋନରେ ତିନି ବର୍ଷ ପାଇଁ ଭଏସ୍ କଲ୍ ଏବଂ SMS ସୁବିଧା ରହିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଦାୟିତ୍ୱ ରାଷ୍ଟ୍ରାୟତ୍ତ ରାଜକମ୍ପ ପାଖରେ ରହିଛି ।

ସେପଟେ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ମୋବାଇଲ୍ ଫୋନ୍, ତିନି ବର୍ଷର ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୨,୦୦୦ କୋଟି ଟଙ୍କା । 'ଚିରଞ୍ଜୀବୀ ପରିବାର'କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଦେବା ପାଇଁ ସରକାର ଏହି ମୋବାଇଲ୍ ବ୍ୟବହାର କରିବେ । ଏହା ସହିତ ସେ ଏହା ମାଧ୍ୟମରେ ନିଜର ଜନ କଲ୍ୟାଣ ଯୋଜନାକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବେ ଓ ଏହି ଯୋଜନାରେ ହିତାଧିକାରୀଙ୍କ ତଥ୍ୟ ରହିବ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ଆସିଯାଇଛି DA ବକେୟା ଟଙ୍କା

ଏହା ବି ପଢ଼ନ୍ତୁ:-ବିଜେଡିର ବିକଳ୍ପ ହେବ ଆମ ଆଦମୀ ପାର୍ଟି? ଯଦି ଓଡ଼ିଶାରେ ସରକାର ଗଠନ ହୁଏ ତ ମାଗଣା ବିଜୁଲି, ପାଣି ଏବଂ ଶିକ୍ଷା ଯୋଗାଇବ କେଜ୍ରିୱାଲଙ୍କ ଦଳ!

ଏହା ବି ପଢ଼ନ୍ତୁ:-୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଅଖିଳେଶ ଯାଦବ କହିଲେ ଏହି ୩ ନେତାଙ୍କ ମଧ୍ୟରୁ ଜଣେ

 

ଜଣେ ଅଧିକାରୀ କହିଛନ୍ତି ଯେ ଦିଆଯାଇଥିବା ମୋବାଇଲରେ ଦୁଇଟି ସିମ୍ ରହିବ ଓ ସିମ୍ ଏହାର 'ପ୍ରାଥମିକ ସ୍ଲଟ୍'ରେ ସକ୍ରିୟ ହୋଇ ରହିବ । ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଅଧିକାରୀଙ୍କ କହିବାନୁସାରେ, ଏହି ମୋବାଇଲ୍ ଫୋନକୁ ଉପଯୁକ୍ତ ଲାଭ ପାଇଁ ବ୍ୟବହାର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏଠାରେ କହି ରଖୁଛୁ ଯେ, ଆସନ୍ତା ବର୍ଷ ଡିସେମ୍ବରରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ବିଶେଷଜ୍ଞଙ୍କ ଅନୁଯାୟୀ, ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଏହି ମହତ୍ୱପୂର୍ଣ୍ଣ ବଜେଟ୍ ଘୋଷଣା ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ କରାଯାଉ ।