Rajasthan Politics Crisis: ରାଜସ୍ଥାନ ଲାଗିବ ରାଷ୍ଟ୍ରପତି ଶାସନ! ପଢ଼ନ୍ତୁ ଲାଟେଷ୍ଟ ଅପଡେଟ୍
Advertisement
Article Detail0/zeeodisha/odisha1370137

Rajasthan Politics Crisis: ରାଜସ୍ଥାନ ଲାଗିବ ରାଷ୍ଟ୍ରପତି ଶାସନ! ପଢ଼ନ୍ତୁ ଲାଟେଷ୍ଟ ଅପଡେଟ୍

Rajasthan Politics:  ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଓ ୯୨ ଜଣ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଓ ବାଚସ୍ପତି ସିପି ଯୋଶୀଙ୍କ ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସୌ: ସୋସିଆଲ ମିଡିଆ

Rajasthan Politics: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଓ ୯୨ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Ashok Gehlot) ଓ ବାଚସ୍ପତି ସିପି ଯୋଶୀଙ୍କ (C.P. Joshi) ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ରାଜ୍ୟ ରାଷ୍ଟ୍ରପତିଙ୍କ ଶାସନ (President rule) ଆଡକୁ ଗତି କରୁଛି ବୋଲି କୁହାଯାଉଛି । ବର୍ତ୍ତମାନ ସମସ୍ତ ନଜର ରାଜ ଭବନ (Raj Bhavan) ଉପରେ ରହିଛି । ବିରୋଧୀ ଦଳ ବର୍ତ୍ତମାନ ୱେଟ ଆଣ୍ଡ ୱାଚ ନୀତି ଗ୍ରହଣ କରିଛନ୍ତି । ବିଜେପିର (BJP) ନେତାମାନେ ବାଚସ୍ପତି ସିପି ଯୋଶୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି, ଯାହା ପରେ ଦଳ ରାଜ ଭବନ ନିକଟରେ ଦ୍ୱାରସ୍ଥ ହୋଇ ପାରିବେ ।

ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ ରାଜସ୍ଥାନର ରାଜନୀତିରେ ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଥୋଡ କହିଛନ୍ତି, "ଯେତେବେଳେ ୯୦ ପ୍ରତିଶତ ବିଧାୟକ ଓ ସରକାରଙ୍କ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକି ବିଧାନସଭା ଭଙ୍ଗ କରିବାକୁ ଘୋଷଣା କରିବା ଉଚିତ୍ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ପୁରା ସ୍ଥିତି ଉପରେ ନଜର ରଖିଛି ।

ସୋମବାର ଦିନ ଉଭୟ ବିଜେପି ରାଜ୍ୟ ସଭାପତି ତଥା ବିରୋଧୀ ଦଳର ଉପନେତା କହିଛନ୍ତି ଯେ ଦଳର ବିଧାୟକମାନେ ଦେଇଥିବା ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ଉଚିତ୍ । ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା କହିଛନ୍ତି, କଂଗ୍ରେସ ବିଧାୟକମାନେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ଏଭଳି ପରିସ୍ଥିତିରେ ବିଧାନସଭାର ବାଚସ୍ପତି ସିପି ଯୋଶୀ ଏହାକୁ ଗ୍ରହଣ କରିବା ଉଚିତ୍, କଂଗ୍ରେସରେ ଅସନ୍ତୋଷର କାରଣ କାହିଁକି ରାଜ୍ୟବାସୀ ବହନ କରିବେ?

ପୂର୍ବତନ ଡେପୁଟି ସିଏମ ପାଇଲଟଙ୍କ ସମ୍ପର୍କରେ କହିଛନ୍ତି, ସଚିନ ପାଇଲଟଙ୍କ ପାଇଁ ବିଜେପିର କବାଟ ବନ୍ଦ ହୋଇନାହିଁ । ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ଗ୍ରହଣ କରିବ । ଯଦି ଏପରି ପରିସ୍ଥିତି ଉପୁଜେ ତେବେ ପାର୍ଟି ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ।

ଏହି ସମୟରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଠୋର କହିଛନ୍ତି ଯେ ବଲ ବର୍ତ୍ତମାନ ବାଚସ୍ପତିଙ୍କ କୋର୍ଟରେ ଅଛି । ତାଙ୍କ ସାମ୍ନାରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଛନ୍ତି । ଯେତେବେଳେ ବିଧାନସଭା ବାଚସ୍ପତି ଏହି ଇସ୍ତଫା ଉପରେ ନିଷ୍ପତ୍ତି ନେବେ, ସେତେବେଳେ ହିଁ ବିଜେପି ଅନ୍ୟ କୌଣସି ପଦକ୍ଷେପ ନେବ । ଆମେ ସମସ୍ତେ କଂଗ୍ରେସରେ କ୍ଷମତା ସଂଗ୍ରାମର ଖେଳ ଦେଖୁଛୁ । ସେ ପାଇଲଟଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ଗତ ଦେଢ଼ ବର୍ଷ ଧରି କୌଣସି ମିଥ୍ୟା ବୟନ ନ ଦେଇଥିବାରୁ ମୁଁ ତାଙ୍କୁ (ପାଇଲଟ) ପ୍ରଶଂସା କରିବି । ତାଙ୍କୁ 'ନିକାମା', 'ନକାରା', 'ଜୟଚାନ୍ଦ' କୁହାଯାଉ, ସେ ନିଜର ଧର୍ଯ୍ୟ ବଜାୟ ରଖିଛନ୍ତି ।"

ଏହା ବି ପଢ଼ନ୍ତୁ: MP: ମହିଳା ଜଣକ ଅଧରାତିରେ ଉଠି ଦେଖିଲେ ଯେ ତାଙ୍କ ବେଡରେ ସୋଇଛି ହୋଟେଲର ୱେଟର, ଆଉ ତା' ପରେ...