Article 370 ଉପରେ ସୁପ୍ରିମକୋର୍ଟ ରାୟ ଆସିବା ପରେ ପାକିସ୍ତାନ ହେଲା କ୍ରୋଧିତ, କହିଲା- ଏହା ହେଉଛି ନ୍ୟାୟର ହତ୍ୟା...
Advertisement

Article 370 ଉପରେ ସୁପ୍ରିମକୋର୍ଟ ରାୟ ଆସିବା ପରେ ପାକିସ୍ତାନ ହେଲା କ୍ରୋଧିତ, କହିଲା- ଏହା ହେଉଛି ନ୍ୟାୟର ହତ୍ୟା...

Article 370 Verdict: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଧାରା ୩୭୦ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିରେ ନିରାଶ ହୋଇଛନ୍ତି । ଏହା ପରେ 'X' ରେ ଟ୍ୱିଟ୍ କରି ଏକ ବୟାନ ଜାରି କରିଛନ୍ତି ।

 

Pakistan Reaction On Article 370 Verdict

Pakistan Reaction On Article 370 Verdict: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ସୁପ୍ରିମକୋର୍ଟ (Supreme Court ) ନିଜ ରାୟରେ ଧାରା ୩୭୦ ହଟିବା ଆଇନଗତ ଓ ସାମ୍ବିଧାନିକ ବୋଲି ବର୍ଣ୍ଣନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି ଯେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା, କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ତାହା ସମ୍ବିଧାନର ଆଭିମୁଖ୍ୟ ମଧ୍ୟରେ ନିଆଯାଇଛି । ଏଥିସହ କୋର୍ଟ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜମ୍ମୁ କାଶ୍ମୀରରେ (Jammu kashmir) ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନରେ ଅଶାନ୍ତି
ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ କିଛି ଚିନ୍ତା କରିପାରୁ ନୁହଁନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିୟାନ ଜାରି କରିପାରେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ସୋମବାର ଦିନ ସନ୍ଧ୍ୟାରେ ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇପାରେ ।

ଶାହାବାଜ ସରିଫ ଦେଲେ ଅଜବ ବୟାନ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଜାତିସଂଘର ନିଷ୍ପତ୍ତି ବିରୋଧରେ ଭାରତୀୟ ସୁପ୍ରିମକୋର୍ଟ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରିଛନ୍ତି । ଶାହବାଜ କହିଛନ୍ତି ଯେ ଅଦାଲତ ଲକ୍ଷ ଲକ୍ଷ କାଶ୍ମୀରବାସୀଙ୍କ 'ବଳିଦାନ' ସହ ବିଶ୍ୱାସଘାତକତା କରିଛନ୍ତି ଓ ଏହି ନିଷ୍ପତ୍ତିକୁ ନ୍ୟାୟର ଭୁଲ ବୋଲି ମାନ୍ୟତା ଦିଆଯିବ ।

ପାକିସ୍ତାନରେ ଉଡ଼ିଲା ନିଦ
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ସମୟରେ ପାକିସ୍ତାନ ଭାରତକୁ ବିରୋଧ କରିଥିଲା । ଅନେକ ଆନ୍ତର୍ଜାତୀୟ ଫୋରମରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା । ଚଳିତ ବର୍ଷ ଭାରତ କାଶ୍ମୀରରେ କିଛି ଜି-୨୦ ବୌଠକ ମଧ୍ୟ କରିଥିଲା।  ପାକିସ୍ତାନ ଏହା ଉପରେ ବିଷ ଓଗାଳିଥିଲା ।