ଗଡକରୀ ଦେଲେ ବଡ ବୟାନ; ଗାଡି ଚଳାଉଥିବା ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ
Advertisement
Article Detail0/zeeodisha/odisha1353207

ଗଡକରୀ ଦେଲେ ବଡ ବୟାନ; ଗାଡି ଚଳାଉଥିବା ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ

Nitin Gadkari News: ଗଡକରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଅଟୋ କମ୍ପାନୀଗୁଡିକ ଭାରତରେ ଶସ୍ତା କାର ବ୍ୟବହାର କରୁଥିବା ଲୋକଙ୍କ ଜୀବନ ବିଷୟରେ କାହିଁକି ଚିନ୍ତା କରୁନାହାଁନ୍ତି? ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଦୁର୍ଘଟଣା ହ୍ରାସ କରିବା ହେଉଛି ସମୟର ଆବଶ୍ୟକତା ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଏକ ବଡ଼ ବୟାନ ଦେଇଛନ୍ତି । ଯଦି ତାଙ୍କ ବୟାନ କାର୍ଯ୍ୟକାରୀ କରାଯାଏ, ତେବେ ଗାଡି ଚଳାଉଥିବା ଲୋକମାନେ ଏଥିରୁ ଉପକୃତ ହେବେ । ବାସ୍ତବରେ, ଗଡକରୀ ନିଜ ବିବୃତ୍ତିରେ କାର ନିର୍ମାତାମାନଙ୍କୁ କହିଛନ୍ତି ଯେ ଭାରତର ଅଧିକାଂଶ ଅଟୋ ନିର୍ମାତାମାନେ ୬ ଟି ଏୟାରବ୍ୟାଗ ସହିତ କାର ରପ୍ତାନି କରିସାରିଛନ୍ତି ଓ ସେମାନଙ୍କୁ ଭାରତରେ କାର ପାଇଁ ମଧ୍ୟ ଏପରି ସୁରକ୍ଷା ନିୟମ ଗ୍ରହଣ କରିବା ଆବଶ୍ୟକ ।

ଗାଡକରୀ କହିଛନ୍ତି ଯେ ଅଟୋ କମ୍ପାନୀଗୁଡିକ ଛୋଟ ଶସ୍ତା କାର ବ୍ୟବହାର କରୁଥିବା ଲୋକଙ୍କ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । ଗଡକରୀ କହିଛନ୍ତି ଯେ ପ୍ରତିବର୍ଷ ପ୍ରାୟ ପାଞ୍ଚ ଲକ୍ଷ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ ଓ ତିନି ଲକ୍ଷରୁ ଅଧିକ ଲୋକ ଆହତ ହୋଇଥାନ୍ତି । ଆହୁରି ମଧ୍ୟ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତର ଅଧିକାଂଶ ଅଟୋ କମ୍ପାନୀ ୬ ଟି ଏୟାରବ୍ୟାଗ ସହିତ କାର ରପ୍ତାନି କରୁଛନ୍ତି । କିନ୍ତୁ, ଭାରତରେ ଆର୍ଥିକ ମୂଲ୍ୟ ଯୋଗୁଁ ସେମାନେ ଦ୍ୱିଧା କରୁଛନ୍ତି ।

ଏହାସହ ଗଡକରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଅଟୋ କମ୍ପାନୀଗୁଡିକ ଭାରତରେ ଶସ୍ତା କାର ବ୍ୟବହାର କରୁଥିବା ଲୋକଙ୍କ ଜୀବନ ବିଷୟରେ କାହିଁକି ଚିନ୍ତା କରୁନାହାଁନ୍ତି? ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଦୁର୍ଘଟଣା ହ୍ରାସ କରିବା ହେଉଛି ସମୟର ଆବଶ୍ୟକତା ।

ଏହା ସହ ମନ୍ତ୍ରୀ କହିଛନ୍ତି ସଡକ ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ମାନକ ସହିତ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ । ଏହା ବ୍ୟତୀତ ସରକାର ସିଟ୍ ବେଲ୍ଟକୁ ନେଇ ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି । ଗଡକରୀ କହିଛନ୍ତି ଯେ ଯାତ୍ରୀବାହୀ ଗାଡିରେ ସିଟ୍ ବେଲ୍ଟ ଆଲାର୍ମ ବନ୍ଦ କରିବା ପାଇଁ ବ୍ୟବହୃତ ଚିପ୍ ପ୍ରଡକ୍ସନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଡକରୀ କହିଛନ୍ତି ଯେ ସଡକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଲୋକଙ୍କ ସହଯୋଗ ଆବଶ୍ୟକ । ଯାତ୍ରୀମାନେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ଆବଶ୍ୟକ । ଆମେ ଦୁର୍ଘଟଣାରୁ ଶିଖିବା ଓ ଆମର ଆଚରଣ ପରିବର୍ତ୍ତନ କରିବା ଉଚିତ୍ ।

ସଡ଼କ ଦୁର୍ଘଟଣାରେ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ସରକାର ଯାନବାହାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଚେଷ୍ଟା କରୁଛନ୍ତି । ଆଠ ଜଣ ଯାତ୍ରୀଙ୍କ ସହ ଗାଡିରେ ୬ଟି ଏୟାରବ୍ୟାଗ ଯୋଗାଣ ଅକ୍ଟୋବରରୁ କାର୍ଯ୍ୟକାରୀ ହୋଇପାରେ । ସଡକ ଦୁର୍ଘଟଣା ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଭୁଲ ପ୍ରକଳ୍ପ ରିପୋର୍ଟକୁ ଦାୟୀ କରିଛନ୍ତି । ସେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି ।

ଏହା ବି ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନେଇ ହାଇକୋର୍ଟ ଦେଲେ ବଡ ରାୟ

ଏହା ବି ପଢ଼ନ୍ତୁ: Tripartite Peace Agreement: ଉଗ୍ରବାଦୀଙ୍କ ସହ ଐତିହାସିକ ଚୁକ୍ତି କରିବେ କେନ୍ଦ୍ର ସରକାର, ଅସ୍ତ୍ରଶସ୍ତ୍ର ଛାଡିବେ ୫ଟି ଗୋଷ୍ଠୀ