Assam Rifles: ୬୦ ପେଟି ଜବତ କଲା ଆସାମ ରାଇଫଲ୍ସ, ମିଳିଲା ୯୦ ଲକ୍ଷ୍ୟ ମୂଲ୍ୟର ବିଦେଶୀ ସିଗାରେଟ
Advertisement

Assam Rifles: ୬୦ ପେଟି ଜବତ କଲା ଆସାମ ରାଇଫଲ୍ସ, ମିଳିଲା ୯୦ ଲକ୍ଷ୍ୟ ମୂଲ୍ୟର ବିଦେଶୀ ସିଗାରେଟ

Assam Rifles News:  ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଆସାମ ରାଇଫଲ୍ସ ଏବଂ କଷ୍ଟମ ବିଭାଗ ଟିମ ଚମ୍ପାଇ ଜିଲ୍ଲାରେ ଏକ ଅଭିଯାନ ଚଳାଇ ବେଆଇନ ବିଦେଶୀ ସିଗାରେଟ ଚାଲାଣର ପର୍ଦ୍ଦାଫାଶ କରିଥିଲ।

Assam Rifles: ୬୦ ପେଟି ଜବତ କଲା ଆସାମ ରାଇଫଲ୍ସ, ମିଳିଲା ୯୦ ଲକ୍ଷ୍ୟ ମୂଲ୍ୟର ବିଦେଶୀ ସିଗାରେଟ

 
Assam Rifles Seized Foreign Cigarettes: ଆସାମ ଆସାମ ରାଇଫଲ୍ସ ହାତରେ ଲାଗିଛି ବଡ଼ ସଫଳତା। ମିଜୋରାମସ୍ଥିତ ଚମ୍ପାଇ ଜିଲ୍ଲାର କଷ୍ଟମ୍ସ ଡ୍ୟୁଟି ଗତ ମଙ୍ଗଳବାର ଏକ ବେଆଇନ ସିଗାରେଟ୍ ଚୋରା ଚାଲାଣ କରୁଥିବା ଗୋଷ୍ଠୀର ପର୍ଦ୍ଦଫାଶ କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୬୦ ପେଟିରେ ରହିଥିବା ୯୦ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ସିଗାରେଟ୍ ଜବତ କରାଯାଇଛି। ଆସାମ ରାଇଫଲ୍ସ ୨୩ ସେକ୍ଟର ସେରଚିପ ବାଟାଲିଅନ୍ ଏହି ଅପରେସନ୍ କରିଥିଲା।

ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଆସାମ ରାଇଫଲ୍ସ (Assam Rifles) ଏବଂ କଷ୍ଟମ ବିଭାଗ (Customs Department) ଟିମ ଚମ୍ପାଇ ଜିଲ୍ଲାରେ (Champhai District) ଏକ ଅଭିଯାନ ଚଳାଇ ବେଆଇନ ବିଦେଶୀ ସିଗାରେଟ ଚାଲାଣର (Illegal Foreign Cigarettes Trafficking) ପର୍ଦ୍ଦାଫାଶ କରିଥିଲ। ବିଦେଶୀ ସିଗାରେଟ ଜବତ ହେବା ଘଟଣାରେ (Foreign Cigarettes Seized Incident) ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜବତ ସାମଗ୍ରୀକୁ ୧୪ ମାର୍ଚ୍ଚରେ ଚମ୍ପାଇ କଷ୍ଟମ ବିଭାଗ (Champhai Customs Department) ବିଭାଗକୁ ହସ୍ତାନ୍ତର କରାଯାଇଥିଲା। କଷ୍ଟମ ବିଭାଗ ଅଧିକାରୀ କହିଛନ୍ତି ଯେ ଚୋରା ଚାଲାଣ ମାମଲା (Smuggling Case) ମିଜୋରାମ (Mizoram) ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହା ପୂର୍ବରୁ ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାରେ (Hapur District) ପୋଲିସ (Uttar Pradesh Police) ଏବଂ ନୋଏଡା ଏସଟିଏଫ (NOIDA STF) ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉଭୟ ଦଳ ମିଳିତ ଭାବେ ଏହି ଅଭିଯାନ ଚଳାଇଥିଲେ। ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ପ୍ରାୟ ୭୫ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ସିଗାରେଟ୍ (Foreign Cigarette) ଜବତ କରାଯାଇଥିଲା। ଏହା ବ୍ୟତୀତ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା।

ପୋଲିସ କହିଛି ଯେ ଏହି ବେଆଇନ ବିଦେଶୀ ସିଗାରେଟ (Illegal Foreign Cigarettes) ସୁଦୂର ଇଣ୍ଡୋନେସିଆ (Indonesia) ଠାରୁ ଚୋରା ଚାଲାଣ କରାଯାଇ ଆସାମ (Assam) ଦେଇ ଦିଲ୍ଲୀ (Delhi) ଚୋରା ଚାଲାଣ କରାଯାଉଥିଲା। ଯାହା ଚିଆର୍ସି ଟୋଲ ପ୍ଲାଜା (Chhajarsi Toll Plaza) ନିକଟରେ ନୋଏଡା ଏସଟିଏଫ ଏବଂ ପିଲଖୁଆ ପୋଲିସ (Pilkhuwa Police) ଦ୍ୱାରା ଧରାଯାଇଥିଲା। ଏହି ସିଗାରେଟ ୩୦ ହଜାର ଅଧିକ ଡବାରେ ଭର୍ତ୍ତି ହୋଇ ଏକ କ୍ୟାଣ୍ଟର ଯୋଗେ ଚାଲାଣ କରାଯାଇଥିଲା। ଯାହାକୁ ପୋଲିସ ଜବତ କରିଥିଲା। ଏହା ବ୍ୟତୀତ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ସିଗାରେଟ୍ ମହଙ୍ଗା ହୋଇଥିବାରୁ ଏହାକୁ ଚୋରା ଚାଲାଣ ମାଧ୍ୟମରେ ଆମଦାନୀ କରାଯାଇଥାଏ। ଟିକସ ଚୋରି କରି ଚୋରା ଚାଲାଣକାରୀ ନକଲି ଇ-ୱେ ବିଲ୍ ମାଧ୍ୟମରେ ସିଗାରେଟ୍ ଯୋଗାଇଥାନ୍ତି।