ଆକାଶ ମାର୍ଗରୁ ସର୍ଭେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 'ଅମ୍ଫାନ' ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରୟାସ କରିଛନ୍ତି । ତଥାପି ଆମେ ପ୍ରାୟ ୮୦ ଜଣଙ୍କ ଜୀବନ ରକ୍ଷା କରିପାରିଲୁ ନାହିଁ । ଆମେ ସମସ୍ତେ ଦୁଃଖିତ ଓ ଯେଉ ପରିବାର ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମବେଦନା ରହିଛି ।
Trending Photos
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶ ମାର୍ଗରୁ ପଶ୍ଚିମବଙ୍ଗର 'ଅମ୍ଫାନ' ପ୍ରଭାବିତ ଅନେକ ଜିଲ୍ଲା ପରିଦର୍ଶନ କରିଛନ୍ତି । ତାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ଥିଲେ । ଏହା ପରେ ପିଏମ ମୋଦି ୧ ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ତାଙ୍କ ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି କ୍ଷତି ଏକ ଲକ୍ଷ କୋଟିର ହୋଇଛି । ଆଉ ପ୍ୟାକେଜ କେବଳ ୧ ହଜାର କୋଟିର ଦିଆଯାଉଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ଏହା ସମ୍ପର୍କିତ କୌଣସି ସୂଚନା ଦେଇନାହାଁନ୍ତି । ଏହି ଟଙ୍କା କେବେ ମିଳିବ ନା ଏହା ଏକ ଅଗ୍ରୀମ ଧନରାଶି । 'ଅମ୍ଫାନ ବାତ୍ୟା ଯୋଗୁଁ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଅନ୍ୟପକ୍ଷେ ୫୬ ହଜାର କୋଟି ଟଙ୍କା କେବଳ ଆମର ହିଁ କେନ୍ଦ୍ର ଉପରେ ବକୟା ରାଶି ରହିଛି ।
ପିଏମ ମୋଦୀ କ’ଣ କହିଛନ୍ତି
ଆକାଶ ମାର୍ଗରୁ ସର୍ଭେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 'ଅମ୍ଫାନ' ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରୟାସ କରିଛନ୍ତି । ତଥାପି ଆମେ ପ୍ରାୟ ୮୦ ଜଣଙ୍କ ଜୀବନ ରକ୍ଷା କରିପାରିଲୁ ନାହିଁ । ଆମେ ସମସ୍ତେ ଦୁଃଖିତ ଓ ଯେଉ ପରିବାର ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମବେଦନା ରହିଛି ।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କୁ କୌଣସି ଅସୁବିଧା ନ ହେଉ ସେଥିପାଇଁ ଭାରତ ସରକାର ୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବେ । ଏହା ବ୍ୟତୀତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ।