ସେଲ୍ଫି ହେଲା କାଳ, ସାଙ୍ଗଙ୍କ ସହ ଟ୍ରେନରେ ଆସୁଥିବା ସମୟରେ ଯୁବତୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2616825

ସେଲ୍ଫି ହେଲା କାଳ, ସାଙ୍ଗଙ୍କ ସହ ଟ୍ରେନରେ ଆସୁଥିବା ସମୟରେ ଯୁବତୀଙ୍କ ମୃତ୍ୟୁ

ନମ୍ରତା ଚାରିଜଣ ସାଙ୍ଗଙ୍କ ସହ ପୁରୀ-ବଡବିଲ ଏକ୍ସପ୍ରେସରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ଟ୍ରାକମ୍ୟାନ୍ ଝିଅଟିକୁ ଟ୍ରେନ୍‌ରୁ ପଡ଼ି ଯାଉଥିବାର ଦେଖି ଟାଙ୍ଗିରିଆପାଲ ଷ୍ଟେସନ୍‌ ଅଧିକାରୀଙ୍କୁ ଅବଗତ କରାଇଥିଲେ । 

ସେଲ୍ଫି ହେଲା କାଳ, ସାଙ୍ଗଙ୍କ ସହ ଟ୍ରେନରେ ଆସୁଥିବା ସମୟରେ ଯୁବତୀଙ୍କ ମୃତ୍ୟୁ

Accident News: କେଉଁଝର ଜିଲ୍ଲା ଟାଙ୍ଗିରିଆପାଳ ରେଳ ଷ୍ଟେସନ ନିକଟରେ ଜଣେ ଯୁବତୀ ସେଲଫି ନେବାକୁ ଚେଷ୍ଟା କରୁଥିବା ସମୟରେ ଅଘଟଣ ଘଟିଛି । ଟ୍ରେନରୁ ତଳକୁ ପଡିଯିବା କାରଣରୁ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ବୟସ ୨୦ ଏବଂ ନାମ ନମ୍ରତା ବେହେରା ବୋଲି ସୂଚନା ମିଳିଛି । ଯୁବତୀଙ୍କ ଘର ଖିରେଟାଙ୍ଗିରି ଗ୍ରାମପଞ୍ଚାୟତର ଡାଲଙ୍ଗ ଗ୍ରାମରେ ବୋଲି ଜଣାପଡିଛି ।

ନମ୍ରତା ଚାରିଜଣ ସାଙ୍ଗଙ୍କ ସହ ପୁରୀ-ବଡବିଲ ଏକ୍ସପ୍ରେସରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ଟ୍ରାକମ୍ୟାନ୍ ଝିଅଟିକୁ ଟ୍ରେନ୍‌ରୁ ପଡ଼ି ଯାଉଥିବାର ଦେଖି ଟାଙ୍ଗିରିଆପାଲ ଷ୍ଟେସନ୍‌ ଅଧିକାରୀଙ୍କୁ ଅବଗତ କରାଇଥିଲେ । ସୂଚନା ପାଇବା ପରେ ରେଳବାଇ ଏବଂ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ।

ଖବର ମୁତାବକ ଯୁବତୀ ଜଣକ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ ଟପ୍ପର ହୋଇଥିଲେ। ତାଙ୍କ ବାପା ବିଜାନନ୍ଦ ବେହେରା ଜଣେ ପନିପରିବା ବ୍ୟବସାୟୀ ଏବଂ ମାଆ ଜଣେ ଗୃହିଣୀ। ଯାଜପୁର-କେଉଁଝର ରୋଡ ରେଳବାଇ ପୋଲିସ ଏସଆଇ ସୁଶାନ୍ତ ସେଠୀଙ୍କ କହିଛନ୍ତି ଯେ, ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି।"

ଆପଣଙ୍କୁ କହିରଖୁଛୁ ଯେ, ଏହି ପ୍ରକାରର ଦୁର୍ଘଟଣା ପ୍ରଥମ ଘଟଣା ନୁହେଁ। ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆ କ୍ରେଜ୍ ଅନେକ ଲୋକଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ପ୍ରଦେଶରୁ ସମାନ ପ୍ରକାରର ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ଜଣେ ଯୁବକ ରିଲ୍ସ ତିଆରି କରିବା ସମୟରେ ଜୀବନ ହରାଇଥିଲେ । ଏହି ସମ୍ପର୍କରେ, ପୋଲିସ ସୂଚନା ଦେଇ କହିଥିଲା ଯେ, ଭୋପାଳରେ ଟ୍ରେନରେ ଧକ୍କା କାରଣରୁ ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଯୁବକଜଣକ ରିଲ୍ସ ପାଇଁ ରେଳ ଧାରଣାରେ ଶୋଇ ରହିଥିଲେ । କାନରେ ହେଡ ଫୋନ ଲଗାଇ ମୋବାଇଲ୍ ଫୋନ୍ ବ୍ୟବହାର କରିବାରେ ବ୍ୟସ୍ତ ଥିଲେ। ଉକ୍ତ ଯୁବକଙ୍କ ନାମ ମନରାଜ ତୋମାର ଏବଂ ସେ ଜଣେ ବିବିଏ ଛାତ୍ର ଥିଲେ । ମନରାଜ ତାଙ୍କ ବନ୍ଧୁଙ୍କ ସହ ରେଳ ଧାରଣାରେ ରହି ମୋବାଇଲ୍ ଫୋନରେ କିଛି ଦେଖୁଥିଲେ। ପୋଲିସ କହିଥିଲା ଯେ, ତୋମାର ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ । ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତୋମାର ବଡି ବିଲ୍ଡିଂ ସହ ସୋସିଆଲ ମିଡିଆରେ ରିଲ୍ସ ସେୟାର କରିବାରେ ଆଗ୍ରହୀ ଥିଲେ। ଏହି ହବି କାରଣରୁ ହିଁ ସେ ନିଜ ଜୀବନ ହରାଇଥିଲେ।

Also Read- ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: 'ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି'

Also Read- Budhaditya Yog: ମକର ରାଶିରେ ଗଠନ ହୋଇଛି ବୁଦ୍ଧାଦିତ୍ୟ ଯୋଗ, ୫ ରାଶିର ଫିଟିଲା ଭାଗ୍ୟ