Top 10 News Headlines: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଚାରି ଜଣଙ୍କ ନାମ ରହିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 25 January 2025: H1. 4 from Odisha get Padma Awards for 2025: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଚାରି ଜଣଙ୍କ ନାମ ରହିଛି। ମେଡିସିନ୍ କ୍ଷେତ୍ରରେ ନିଜର ଅବଦାନ ପାଇଁ ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ ମିଳିବ। ସମପରି କଳାରେ ଅଦ୍ବୈତ ଚରଣ ଗଡ଼ନାୟକ ଓ ଦୁର୍ଗା ଚରଣ ରଣବୀର ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ପ୍ରତିଭା ଶତପଥୀ ଏହି ସମ୍ମାନଜନକ ପୁରସ୍କାର ମିଳିବ।
H2. CM Majhi Interacts With Padma Shri Awardees: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଓଡି଼ଆ ପଦ୍ମ ପୁରସ୍କାର ବିଜେତା ମାନଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗାନ୍ଧୀ ମାର୍ଗରେ ଥିବା ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିଥିଲେ। ଏବଂ ଏହି ସମୟରେ ସେ ଏବି ନାୟକ ମାନଙ୍କ ଆଶୀର୍ବାଦ ନେବା ସହ ରାଜ୍ୟର କଳା, ସଂସ୍କୃତି ଏବଂ ପରମ୍ପରାକୁ ଆଗକୁ ବଢ଼େଇବାକୁ ପରାମର୍ଶ ଲୋଡିଛନ୍ତି।
H3. Mahanga Double Murder Case: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ। ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ବାପାଙ୍କ ମୃତ୍ୟୁ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
H4. President Droupadi Murmu Address to the Nation: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ସବୁଠାରୁ ପୁରୁଣା ସଭ୍ୟତା ମଧ୍ୟରୁ ଗୋଟିଏ ଭାରତ ଥରେ ଜ୍ଞାନ ଏବଂ ବୁଦ୍ଧିମତାର ଉତ୍ସ ଭାବରେ ଜଣାଶୁଣା ଥିଲା। ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ସର୍ବଦା ଆମର ସଭ୍ୟତା ଐତିହ୍ୟର ଅଂଶ ହୋଇଆସିଛି। ସହସ୍ରାବ୍ଦ ଧରି ନାଗରିକ ମୂଲ୍ୟବୋଧ ଆମର ନୈତିକ ମୂଲ୍ୟବୋଧର ଅଂଶ ହୋଇଥିବାରୁ ସମ୍ବିଧାନ ଏକ ଜୀବନ୍ତ ଦଲିଲ୍ ପାଲଟିଛି।
H5. President Murmu approves Gallantry awards: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯୩ ଜଣ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଯେଉଁଥିରେ ୧୧ ଜଣ ମରଣୋତ୍ତର ସମ୍ମାନ ପାଇବେ। ଏହି ପୁରସ୍କାରଗୁଡ଼ିକରେ ଦୁଇଟି କୀର୍ତ୍ତି ଚକ୍ର ଏବଂ ୧୪ଟି ସୌର୍ଯ୍ୟ ଚକ୍ର ଅନ୍ତର୍ଭୁକ୍ତ, ଯାହାକୁ ଶାନ୍ତି ସମୟରେ ଅସାଧାରଣ ସାହସ ପ୍ରଦର୍ଶନ ପାଇଁ ଦେଶର ଦ୍ୱିତୀୟ ଏବଂ ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାବରେ ବିବେଚନା କରାଯାଏ।
H6. Padma Awards 2025: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ସମାଜରେ ସାର୍ବଜନୀନ ହିତ ପାଇଁ କାମ କରୁଥିବା ଅନେକ ନାୟକମାନଙ୍କୁ ଦେଶର ଏହି ସମ୍ମାନ ଜନକ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି। ଏଥିରେ କେହି ଯୋଗଗୁରୁ ତ ଆଉ କେହି ଭଜନ ଗାୟକ ଅଛନ୍ତି। କେତେକ ସମାଜ ସଂସ୍କାର ପାଇଁ କାମ କରୁଛନ୍ତି ତ ଆଉ କେତେକ ସାହିତ୍ୟରେ ବିଶେଷ ଅବଦାନ ଦେବାକୁ ଯାଉଛନ୍ତି।
H7. Vande Bharat Jammu Kashmir Trial run: ଜମ୍ମୁ-କାଶ୍ମୀର ଲୋକଙ୍କ ବର୍ଷ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଏବଂ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନର ଟେଷ୍ଟିଂ କାର୍ଯ୍ୟ ସମାପ୍ତ ହୋଇଛି। ଏହି ସମୟର ସବୁଠାରୁ ଖାସ କଥା ହେଉଛି ଏହି ଟ୍ରେନ୍ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଦେଇ ଯାଇଥିଲା। ଏହା ହେଉଛି ଚେନାବ ରେଳ ସେତୁ।
H8. EPFO changed its rules: ଇପିଏଫଓ ଏହାର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଅପଡେଟ୍ ଜାରି କରିଛି। ଏବେ EPFO ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ବିନା ସହଜରେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ସଂଶୋଧନ କରିପାରିବେ। ଏଥିରେ ଜନ୍ମ ତାରିଖ, ନାଗରିକତା, ପିତାମାତାଙ୍କ ନାମ, ବୈବାହିକ ସ୍ଥିତି, ପତି କିମ୍ବା ପତ୍ନୀଙ୍କ ନାମ, ଲିଙ୍ଗ, କମ୍ପାନୀରେ ଯୋଗଦାନ ଏବଂ ଛାଡିବା ତାରିଖ ଭଳି ସୂଚନା ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନ ଦ୍ୱାରା ୩.୯ ଲକ୍ଷ ସଦସ୍ୟ ଉପକୃତ ହେବେ।
H9. Major change in NEET UG exam: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ମେଡିକାଲ୍ ପ୍ରବେଶିକା ପରୀକ୍ଷା NEET UG ର ପରୀକ୍ଷା ପ୍ୟାଟର୍ଣ୍ଣରେ ଏକ ବଡ଼ ପରିବର୍ତ୍ତନ କରିଛି। NTA ଘୋଷଣା କରିଛି ଯେ ଏବେ NEET UG ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ଏବଂ ଅବଧି କୋଭିଡ୍ ମହାମାରୀ ପୂର୍ବ ପରି ହେବ। ଏବେ କୌଣସି ସେକ୍ସନ B ରହିବ ନାହିଁ। କୋଭିଡ-୧୯ ମହାମାରୀ ସମୟରେ NEET UG ପେପରରେ ଯୋଡାଯାଇଥିବା ଅପ୍ସନାଲ ପ୍ରଶ୍ନଗୁଡ଼ିକୁ ଏବେ ହଟାଇ ଦିଆଯାଇଛି। ଏବେ NEET ପରୀକ୍ଷାରେ ମୋଟ ୧୮୦ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ୪୫-୪୫ଟି ପ୍ରଶ୍ନ ଏବଂ ଜୀବବିଜ୍ଞାନରେ ୯୦ଟି ପ୍ରଶ୍ନ) ବାଧ୍ୟତାମୂଳକ ହେବ।
H10. ICC Men’s T20I Cricketer of the Year 2024: ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଶନିବାର ଗଦିନ ଏକ ବଡ଼ ଖୁସି ମିଳିଛି। ଅର୍ଶଦୀପ ୨୦୨୪ ପାଇଁ ICC ପୁରୁଷ T20 ଅନ୍ତର୍ଜାତୀୟ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ପାଇଁ ଦୌଡ଼ରେ ମୋଟ ଚାରି ଜଣ ଖେଳାଳି ଥିଲେ। ୨୫ ବର୍ଷୀୟ ଅର୍ଶଦୀପ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ୍ ବାବର ଆଜମ, ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍ ଏବଂ ଜିମ୍ବାୱେର ଅଲରାଉଣ୍ଡର୍ ସିକନ୍ଦର ରାଜାଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି।