Maharashtra Violence ଘଟଣାର ଷଡଯନ୍ତ୍ରକାରୀ କିଏ? ଗୃହ ମନ୍ତ୍ରଣାଳୟ ରିପୋର୍ଟ କଲା ପର୍ଦ୍ଦାଫାଶ
Advertisement

Maharashtra Violence ଘଟଣାର ଷଡଯନ୍ତ୍ରକାରୀ କିଏ? ଗୃହ ମନ୍ତ୍ରଣାଳୟ ରିପୋର୍ଟ କଲା ପର୍ଦ୍ଦାଫାଶ

ନଭେମ୍ବର ୧୨-୧୩ ତାରିଖରେ ଏପରି ବିବାଦୀୟ ପୋଷ୍ଟ ଜାଣିଶୁଣି ସୋସିଆଲ ମିଡିଆ ଜରିଆରେ ଭାଇରାଲ କରାଯାଇ ଲୋକଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ ହୋଇଥିଲା।

Maharashtra Violence ଘଟଣାର ଷଡଯନ୍ତ୍ରକାରୀ କିଏ? ଗୃହ ମନ୍ତ୍ରଣାଳୟ ରିପୋର୍ଟ କଲା ପର୍ଦ୍ଦାଫାଶ

ମୁମ୍ବାଇ: ବିରୋଧ ପ୍ରଦର୍ଶନ ସମୟରେ ଚଳିତ ମାସ ୧୨ ଏବଂ ୧୩ ତାରିଖରେ ମହାରାଷ୍ଟ୍ରର ମଲେଗାଓଁ, ଅମରାବତୀ, ନାନ୍ଦେଡ ପ୍ରଭୃତି ସ୍ଥାନ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମହାରାଷ୍ଟ୍ର ପୋଲିସ ଗୃହ ମନ୍ତ୍ରଣାଳୟକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟ ଅନୁଯାୟୀ ଏହି ଦଙ୍ଗାର କାହାଣ ବହୁ ପୂର୍ବରୁ ଲେଖାଯାଇଥିଲା। ଏନେଇ କରାଯାଇଥିବା ତଦନ୍ତରେ ଏପରି ୬୦-୭୦ ପୋଷ୍ଟ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଛି ଯାହା ଦଙ୍ଗା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଇପାରେ।    

ସୋସିଆଲ ମିଡିଆରେ ଫେକ ପୋଷ୍ଟ (Fake Post in Social Media) କରାଯାଇଥିଲା ଯେଉଁଥିରେ ତ୍ରିପୁରାରେ ୭ଟି ମସଜିଦ ଭଙ୍ଗି ଦିଆଯାଇଥିବା (Vandalisation of Tripura Mosque) ଦର୍ଶାଯାଇଥିଲା। ଏହା ପରେ ଅନେକ ପୋଷ୍ଟ କରାଯାଇଥିଲା ଯାହା ଦ୍ୱାରା ଅଧିକରୁ ଅଧିକ ଲୋକଙ୍କୁ ଜାଣତର କିମ୍ବା ଅଜାଣତରେ ଏହି ତଥାକଥିତ ସୁଚିନ୍ତିତ ଦଙ୍ଗାରେ ସାମିଲ କରାଇବାକୁ ଷଡଯନ୍ତ୍ର କରାଯାଇଥିଲା। ମହାରାଷ୍ଟ୍ର ପୋଲିସ (Maharashtra Police) ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ (Home Ministry) ଦାଖଲ ହୋଇଥିବା ରିପୋର୍ଟରେ ଏପରି ୩୬ଟି ସୋସିଆଲ ମିଡିଆ ପୋଷ୍ଟ ବାବଦରେ ଉଲ୍ଲେଖ କରାଯାଇଛି।

Also Read: Violence in Maharashtra: ୩୫ ଜଣଙ୍କୁ ବାନ୍ଧିଲା ପୋଲିସ

ମହାରାଷ୍ଟ୍ର ଠାରେ ବନ୍ଦ ପାଳନ ବେଳେ ହୋଇଥିବା ଦଙ୍ଗାର ଘଟଣାକ୍ରମ

  • ଗତ ଅକ୍ଟୋବର ୨୯ ତାରିଖରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (Popular Front of India) ପିଏଫଆଇ (PFI) ନାମକ ଏକ ସଙ୍ଗଠନ ପକ୍ଷରୁ ତ୍ରିପୁରା ଠାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା ବିରୋଧରେ ଅମରାବତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।
  • ଏହା ପରେ ନଭେମ୍ବର ୧ ତାରିଖରେ ଜୟ ସମ୍ବିଧାନ ସଙ୍ଗଠନ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। 
  • ନଭେମ୍ବର ୬ ତାରିଖରେ ସରତାଜ ନାମକ ଜଣେ ବ୍ୟକ୍ତିଙ୍କ ଅଡିଓ ବାର୍ତ୍ତା ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା। ଯାହା ଜରିଆରେ ଉତ୍ତେଜନାମୂଳକ ଢଙ୍ଗରେ କୁହାଯାଇଥିଲା ଯେ ତ୍ରିପୁରା ଠାର ଅନେକ ମସଜିଦ ଭାଙ୍ଗି ଦିଆଯାଇଛି ଏବଂ ଏବେ ଏକାଠି ହେବାର ସମୟ।
  • ନଭେମ୍ବର ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜା ଏକାଡେମୀ ପକ୍ଷରୁ ତ୍ରିପୁରା ଠାରେ ଘଟିଥିବା ଘଟଣା ପାଇଁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯିବା ସହ ସୋସିଆଲ ମିଡିଆରେ ଅନେକ ବାର୍ତ୍ତା ମଧ୍ୟ ପଠାଯାଇଥିଲା। 
  • ନଭେମ୍ବର ୧୨ ତାରିଖରେ ମାଲେଗାଓଁ, ଅମରାବତୀ, ନାନ୍ଦେଡ ପ୍ରଭୃତି ସ୍ଥାନରେ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ପାଳନ ବେଳେ ଦୋକାନ ବଜାର ଖୋଲା ରଖିଥିବା ଲୋକଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଥିଲା।
  • ନଭେମ୍ବର ୧୨ ତାରିଖ ସନ୍ଧ୍ୟାରେ କେତେକ ରାଜନୈତିକ କର୍ମକର୍ତ୍ତାଙ୍କ ଦ୍ୱାରା ଏହି ହିଂସା ଘଟଣାର ଭିଡିଓ ସୋସିଆଲ ମିଡିଆ ଜରିଆରେ ପ୍ରସାରିତ କରାଯାଇଥିଲା ଏବଂ ଏହାର ପ୍ରତିବାଦରେ ପର ଦିନ ଅନ୍ୟ ଏକ ବନ୍ଦ ଡାକରା ଦିଆଯାଇଥିଲା। 

ଗୃହମନ୍ତ୍ରଣାଳୟରେ ଦାଖଲ କରାଯାଇଥିବା ରିପୋର୍ଟରେ ମହାରାଷ୍ଟ୍ର ପୋଲିସ ପକ୍ଷରୁ କୁହାଯାଇଛି ଗତ ୨ ତାରିଖରେ ଏକ ପୋଷ୍ଟ ସେୟାର କରାଯାଇଥିଲା ଯେଉଁଥିରେ ତ୍ରିପୁରା ଠାରେ ଅନେକ ମସଜିଦ ଭଙ୍ଗାଯାଇଥିବା ନେଇ ମିଥ୍ୟା ଖବର ପ୍ରସାର କରାଯାଇଥିଲା। ସେହିଭଳି ଅକ୍ଟୋବର ୨୯ ତାରିଖର ଏକ ପୋଷ୍ଟ ଜରିଆରେ ଗୋଟିଏ ଧର୍ମ ପକ୍ଷରୁ ଅନ୍ୟ ଧର୍ମ କାରଣରୁ ଭୟର ବାତାବରଣ ହୋଇଥିବା ନେଇ ଦର୍ଶାଯାଇଥିଲା।

Also Read: ବିବାଦ ମଧ୍ୟରେ ଉତ୍ତେଜନା ଜାରି, ୪ ଦିନ ପାଇଁ ଲାଗିଲା କର୍ଫ୍ୟୁ; ବନ୍ଦ ହେଲା ଇଣ୍ଟରନେଟ ସେବା

ପୋଲିସ୍ ରିପୋର୍ଟରେ ଆହୁରି ଅନେକ ପୋଷ୍ଟ ଅଛି ଯେଉଁଥିରେ ଉଭୟ ଧର୍ମ ପକ୍ଷରୁ ପରସ୍ପରକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟ ହୋଇଥିଲେ। ନଭେମ୍ବର ୧୨-୧୩ ତାରିଖରେ ଏପରି ଅନେକ ପୋଷ୍ଟ ଜାଣିଶୁଣି ସୋସିଆଲ ମିଡିଆ ଜରିଆରେ ଭାଇରାଲ କରାଯାଇ ଲୋକଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ ହୋଇଥିଲା।