Recession: GDP ଅଭିବୃଦ୍ଧି ଆକଳନ ଉପରେ IMFର ଶକ୍ତ ଝଟକା, ଜିଡିପି ଅଭିବୃଦ୍ଧି ହ୍ରାସ ଆଶଙ୍କା
Advertisement
Article Detail0/zeeodisha/odisha1390854

Recession: GDP ଅଭିବୃଦ୍ଧି ଆକଳନ ଉପରେ IMFର ଶକ୍ତ ଝଟକା, ଜିଡିପି ଅଭିବୃଦ୍ଧି ହ୍ରାସ ଆଶଙ୍କା

Recession: ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି  (IMF)ର ପୂର୍ବାନୁମାନ । ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରୁ କମ୍ ରହିବା ନେଇ ଆକଳନ କରିଛି ଆଇଏମଏଫ। ଗତ ଜୁଲାଇରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜିଡିପି ୭.୪% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଆଇଏମଏଫ ଆକଳନ ଅନୁସାରେ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନ ୬.୮%କୁ ହ୍ରାସ ପାଇବ । 

Recession: GDP ଅଭିବୃଦ୍ଧି ଆକଳନ ଉପରେ IMFର ଶକ୍ତ ଝଟକା, ଜିଡିପି ଅଭିବୃଦ୍ଧି ହ୍ରାସ ଆଶଙ୍କା

Recession: ଭୟଙ୍କର ହୋଇପାରେ ବିଶ୍ୱ ମାନ୍ଦାବସ୍ଥା । ଆନ୍ତର୍ଜାତୀକ ସ୍ତରରେ ବିଭିନ୍ନ ଅର୍ଥନୀତିଜ୍ଞ ଏପରି ଆଶଙ୍କା ପ୍ରକାଶ କରିଛନ୍ତି । ଏପରି ସ୍ଥିତିରେ ଦେଶର ଅର୍ଥନୀତି ସହିତ ଜଡ଼ିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି ବା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (IMF)ର ଆକଳନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇବାକୁ ଯାଉଛି । ଆସନ୍ତା ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୭ ପ୍ରତିଶତରୁ କମ ରହିବା ନେଇ  IMF କହିଛି । ଗତ ଜୁଲାଇରେ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । ଆଇଏମ୍ଏଫ୍ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୮ ପ୍ରତିଶତକୁ ହ୍ରାସ କରିଛି। ଯଦିଓ ଏପ୍ରିଲ-ଜୁଲାଇ ତ୍ରୟମାସରେ ଭାରତର ଅର୍ଥନୀତି ୧୩.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି।

ଆଇଏମ୍ଏଫ୍ ପୂର୍ବାନୁମାନ ଅନୁସାରେ ସାରା ବିଶ୍ୱ ପାଇଁ ଆଗକୁ ବଡ଼ ଚାଲେଞ୍ଜ ରହିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଅବସ୍ଥା ଖରାପ ହେବା ସହିତ ମୁଦ୍ରାସ୍ଫୀତି, ଆର୍ଥିକ ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ସମସ୍ୟା ବଢ଼ାଇଛି । ଏପଟେ COVID-19 ମହାମାରୀର ଆହ୍ୱାନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ରିପୋର୍ଟରେ କୁହାଯାଇଛି ଯେ ଉଚ୍ଚ ଶକ୍ତି ଏବଂ ଖାଦ୍ୟ ପଦାର୍ଥର ମୂଲ୍ୟ ହ୍ରାସ ଯୋଗୁଁ ମୁଦ୍ରାସ୍ଫୀତି ଦୀର୍ଘକାଳୀନ ଭାବେ ଅର୍ଥନୀତିକୁ ପ୍ରଭାବିତ କରିପାରେ । 

ଆଇଏମ୍ଏଫ୍ ସୂଚନା ଅନୁଯାୟୀ, ଆର୍ଥିକ ସଙ୍କଟ ବିଶ୍ୱ ପାଇଁ ଚିନ୍ତାର ବିଷୟ। ଏହାସହିତ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ସଠିକ୍ ଆଭିମୁଖ୍ୟକୁ ଭୁଲ ସାବ୍ୟସ୍ତ କରିପାରେ ବୋଲି ଆଇଏମ୍ଏଫ୍ ଚେତାବନୀ ଦେଇଛି । 

ଗତ ସପ୍ତାହରେ ବିଶ୍ୱବ୍ୟାଙ୍କ ୨୦୨୨-୨୩ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୫ ପ୍ରତିଶତକୁ ହ୍ରାସ କରିଥିବାବେଳେ ଏସୀୟ ବିକାଶ ବ୍ୟାଙ୍କ ଏବଂ ରିଜର୍ଭ ବ୍ୟାଙ୍କ ଏହି ଆକଳନକୁ ୭ ପ୍ରତିଶତକୁ ହ୍ରାସ କରିଛି ।

ଅଭିବୃଦ୍ଧି ପୂର୍ବାନୁମାନ ହ୍ରାସ ସତ୍ତ୍ୱେ  ୨୦୨୨ ଓ ୨୦୨୩ରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇ ପାରିଛି । କାରଣ କେବଳ ଆର୍ଥିକ ଅଭିବୃଦ୍ଧିକୁ ଦେଖିଲେ ଚୀନ୍‌ର ଅଭିବୃଦ୍ଧି ୨୦୨୨ରେ ୩.୨ ପ୍ରତିଶତ ରହିଛି । ଆକଳନ ଅନୁସାରେ ୨୦୨୩ରେ ଅଭିବୃଦ୍ଧି ହାର ମାତ୍ର ୪.୪ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି ।
 
ଭୟଙ୍କର ହୋଇପାରେ ବିଶ୍ୱ ମାନ୍ଦାବସ୍ଥା । ଗ୍ଲୋବାଲ ରିସେସନକୁ ନେଇ ବିଭିନ୍ନ ରାଷ୍ଟ୍ରର ଚିନ୍ତା ବୃଦ୍ଧି ପାଇଛି । ଏହାର ପ୍ରଭାବରେ ବହୁ ବଡବଡ଼ କମ୍ପାନି କର୍ମଚାରୀ ଛଟେଇ କରୁଥିବା ଦେଖିବାକୁ ମିଳୁଛି । IMF ସହିତ ମାନ୍ଦାବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ କରିଛି KMPG ୨୦୨୨ ସିଇଓ ଆଉଟଲୁକ୍ । ବିଶ୍ୱର ବହୁ କମ୍ପାନିର ସିଇଓଙ୍କୁ ନେଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଛି । ପୂର୍ବାନୁମାନ ଅନୁସାରେ ଆସନ୍ତା ୧୨ ମାସ ମଧ୍ୟରେ ବିଶ୍ୱ ସାଂଘାତିକ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇପାରେ । 

ଏହାବି ପଢ଼ନ୍ତୁ: Bank privatization: ଏବେ ଏହି ବ୍ୟାଙ୍କର ହେବ ଘରୋଇକରଣ, ଜାଣନ୍ତୁ କେବେ ହଟିବ ସରକାରୀ ଟ୍ୟାଗ୍

ମହାମାରୀ ଆହ୍ବାନ ସତ୍ତ୍ବେ ୨୦୨୨ ଆରମ୍ଭରୁ ବିଶ୍ବ ଅର୍ଥନୀତିରେ ଯଥେଷ୍ଟ ସୁଧାର ଦେଖିବାକୁ ମିଳିଥିଲା । ୨୦୨୩ରେ ଅଭିବୃଦ୍ଧି ହାର ୨୦୨୧-୨୨ ତୁଳନାରେ ସାମାନ୍ୟ ହ୍ରାସ ରହିପାରେ ବୋଲି ଆଶଙ୍କା କରିଛନ୍ତି ଅର୍ଥନୀତିଜ୍ଞ ।  IMF ମାନ୍ଦାବସ୍ଥା ଆକଳନକୁ ନେଇ ବହୁଦେଶୀୟ କମ୍ପାନି ଗୁଡ଼ିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଭାରତର ଅର୍ଥନୀତି ଦୃଢ଼ ଥିବାରୁ ବିଶ୍ୱ ମାନ୍ଦାବସ୍ଥା ତୀବ୍ର ଭାବେ ପ୍ରଭାବିତ କରିବା ଆଶଙ୍କା କମ୍ ରହିଛି ।