ଶ୍ରୀଲଙ୍କାକୁ ପଠାଯିବ ଭାରତୀୟ ସେନା? ହାଇ କମିଶନ ଜାରି କଲେ ବୟାନ
Advertisement

ଶ୍ରୀଲଙ୍କାକୁ ପଠାଯିବ ଭାରତୀୟ ସେନା? ହାଇ କମିଶନ ଜାରି କଲେ ବୟାନ

Sri Lanka Economic Crisis:  ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଙ୍ଘେଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ, ଏହା ପରେ ଉଭୟ ନେତା ଇସ୍ତଫା ଘୋଷଣା କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ଭାରତର ସେନା ପଠାଇବା ଖବର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ରହିଛି । 

ଶ୍ରୀଲଙ୍କାକୁ ପଠାଯିବ ଭାରତୀୟ ସେନା? ହାଇ କମିଶନ ଜାରି କଲେ ବୟାନ

ନୂଆଦିଲ୍ଲୀ: Sri Lanka Economic Crisis: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ୧୯୪୮ ମସିହାରେ ନିଜ ସ୍ୱାଧୀନତା ପରଠାରୁ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି । ଗୁରୁତର ଆର୍ଥିକ ସଙ୍କଟ (Sri Lanka Economic Crisis) ଦେଇ ଗତି କରୁଥିବା ଶ୍ରୀଲଙ୍କା (Sri Lanka) ରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଙ୍ଘେଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ, ଏହା ପରେ ଉଭୟ ନେତା ଇସ୍ତଫା ଘୋଷଣା କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ଭାରତର ସେନା ପଠାଇବା ଖବର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ରହିଛି । ଶ୍ରୀଲଙ୍କାରେ ଚାଲିଥିବା ସଙ୍କଟ ମଧ୍ୟରେ ଭାରତ (India) ଶ୍ରୀଲଙ୍କା (Sri Lanka) କୁ ସୈନ୍ୟ (Indian Army) ପଠାଉଛି ବୋଲି ସ୍ପଷ୍ଟ ଭାବେ ଅସ୍ୱୀକାର କରିଛି ।

ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଏଭଳି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ଭାରତୀୟ ଉଚ୍ଚ ଆୟୋଗ ଟ୍ୱିଟ୍ କରି କହିଛନ୍ତି ଯେ,  "ଶ୍ରୀଲଙ୍କାକୁ ଭାରତ ନିଜର ସୈନ୍ୟ ପଠାଇବା ବିଷୟରେ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ କାଳ୍ପନିକ ରିପୋର୍ଟକୁ ହାଇ କମିଶନ ଖଣ୍ଡନ କରିବାକୁ ଚାହୁଁଛନ୍ତି । ଏହି ରିପୋର୍ଟ ଓ ଏହିପରି ମତ ଭାରତ ସରକାରଙ୍କ ଆଭିମୁଖ୍ୟ ଅନୁରୂପ ନୁହେଁ ।"

ଉଚ୍ଚ ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ଯେ, "ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଆଜି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ଶ୍ରୀଲଙ୍କାର ଜନତାଙ୍କ ସହ ଛିଡ଼ା ଅଛି, କାରଣ ସେମାନେ ଗଣତାନ୍ତ୍ରିକ ପଦ୍ଧତି ତଥା ମୂଲ୍ୟବୋଧ, ପ୍ରତିଷ୍ଠିତ ଅନୁଷ୍ଠାନ ତଥା ସାମ୍ବିଧାନିକ ଢାଞ୍ଚା ମାଧ୍ୟମରେ ସମୃଦ୍ଧ ତଥା ପ୍ରଗତି ପାଇଁ ନିଜର ଆକାଂକ୍ଷାକୁ ସାକାର କରିବାକୁ ଚାହୁଛନ୍ତି ।"

ଅଧିକ ପଢ଼ନ୍ତୁ:-ଜାଣନ୍ତୁ 'ସୁନାର ଲଙ୍କା' କୁହାଯାଉଥିବା ଶ୍ରୀଲଙ୍କା କେମିତି ହେଲା କାଙ୍ଗାଳ

ଏହାପୂର୍ବରୁ ମଧ୍ୟ ଭାରତ ଶ୍ରୀଲଙ୍କା ସହ ଜଡିତ କିଛି ଗୁଜବକୁ ଖଣ୍ଡନ କରିଛି । ଉଚ୍ଚ ଆୟୋଗ ମେ' ୧୦ରେ ଟ୍ୱିଟ୍ କରି ଏହି କଥାକୁ ଖଣ୍ଡନ କରିଥିଲେ କି ଶ୍ରୀଲଙ୍କାର ରାଜନେତାମାନେ ଓ ସେମାନଙ୍କ ପରିବାର ଭାରତରେ ଆଶ୍ରୟ ନେଇଛନ୍ତି । ଏଥି ସହିତ ମେ' ୭ରେ ଶ୍ରୀଲଙ୍କା ବିକ୍ଷୋଭକାରୀଙ୍କ ଉପରେ ପାଣି ମାଡ଼ କରିବା ପାଇଁ ଭାରତରୁ ଗାଡି ନେଇଥିବାର ଖବରକୁ ହାଇ କମିଶନ ଅସ୍ୱୀକାର କରିଥିଲେ ।

ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଲାଗିବ ବଡ଼ ଝଟକା!

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ଗୋଟିଏ ଫୋନ କଲ୍ ଚୀନକୁ କରିଦେଲା ବିବ୍ରତ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଗୁମର ଖୋଲିଲେ ଶିବସେନାର ଏହି ବିଦ୍ରୋହୀ ବିଧାୟକ, କହିଲେ ବିଦ୍ରୋହର ପ୍ରକୃତ କାରଣ

ଏଠାରେ କହି ରଖୁଛୁ, ୧୯୪୮ ମସିହାରେ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଯେଉଁଥି ପାଇଁ କୋରୋନା ମହାମାରୀ ଅଧିକାଂଶ ଭାବେ ଦାୟୀ । ଶ୍ରୀଲଙ୍କା ଏକ ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି । କୋରୋନା ମହାମାରୀ ଯୋଗୁଁ ଦେଶରେ ପର୍ଯ୍ୟଟକଙ୍କ ଆଗମନ ଦୁଇ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ଅର୍ଥନୀତି ସଙ୍କଟରେ ପଡିଯାଇଥିଲା । କେବଳ ଏତିକି ନୁହେଁ, ଯେତେବେଳେ ଆୟର ଉତ୍ସ କମ୍ ଥିଲା, ଗୋଟାବାୟା ରାଜପକ୍ଷେ ସରକାର ଟ୍ୟାକ୍ସ ହ୍ରାସ କଲେ, ଯାହା ସରକାରଙ୍କ ପାଇଁ ଆୟର ଉତ୍ସ ହ୍ରାସ କରିଥିଲା ।

Trending news