Jammu Kashmir: ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି ୧୨୧ ଆତଙ୍କବାଦୀ
Advertisement
Article Detail0/zeeodisha/odisha1242985

Jammu Kashmir: ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି ୧୨୧ ଆତଙ୍କବାଦୀ

Terrorist Operation in JK: ପାକିସ୍ତାନ କେବଳ ଆତଙ୍କବାଦୀ ପଠାଉନାହିଁ ବରଂ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଡ୍ରୋନ୍ ମାଧ୍ୟମରେ ସୀମା ପାର କରି ଅସ୍ତ୍ରଶସ୍ତ୍ର ଏବଂ ବୋମା ମଧ୍ୟ ପଠାଯାଉଛି। 

Jammu Kashmir: ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି ୧୨୧ ଆତଙ୍କବାଦୀ

Terrorist Operation in JK: ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଆୟୋଜିତ ହେଉଛି ଅମରନାଥ ଯାତ୍ରା। ହେଲେ ଏହାର ଫାଇଦା ଉଠାଇ ଆତଙ୍କବାଦୀ ଆକ୍ରମଣ କରିବାକୁ ଜଗି ବସିଛନ୍ତି ପାକିସ୍ତାନ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ। ପାକିସ୍ତାନ ପଟୁ ହେବାକୁ ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ହୋଇଉଠିଛନ୍ତି ଭାରତୀୟ ସୁରକ୍ଷା ବଳ। ଆତଙ୍କବାଦ ଦମନ ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଚଳିତ ବର୍ଷ ଜୁନ ମାସରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। 

ଚଳିତ ବର୍ଷ ଆୟୋଜିତ ହେଉଥିବା ଅମରନାଥ ଯାତ୍ରାକୁ ଟାର୍ଗେଟ କରିବା ପାଇଁ କେବଳ ପାକିସ୍ତାନ କେବଳ ଆତଙ୍କବାଦୀ ପଠାଉନାହିଁ ବରଂ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଡ୍ରୋନ୍ ମାଧ୍ୟମରେ ସୀମା ପାର କରି ଅସ୍ତ୍ରଶସ୍ତ୍ର ଏବଂ ବୋମା ମଧ୍ୟ ପଠାଯାଉଛି। ଚଳିତ ବର୍ଷର ଅମରନାଥ ଯାତ୍ରାରେ ଏକ ବଡ଼ ଧରଣର ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛି ପାକିସ୍ତାନ। 

ପାକିସ୍ତାନ ପଟୁ ରହିଥିବା ଏହି ଆହ୍ୱାନର ଜବାବ ଦେବାକୁ ଅଣ୍ଟାଭିଡ଼ିଛି ଭାରତୀୟ ସୁରକ୍ଷା ବାହିନୀ। ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାରେ ୧୨୧ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଜାନୁଆରୀରେ ୨୦, ଫେବୃଆରୀରେ ୭ , ମାର୍ଚ୍ଚରେ ୧୩, ଅପ୍ରେଲରେ ୨୪, ମଇରେ ୨୭ ଏବଂ ଜୁନ୍ ମାସରେ ସର୍ବାଧିକ ୩୦ ଆତଙ୍କବାଦୀ ନିହତ ହୋଇଛନ୍ତି।

ଚଳିତ ବର୍ଷ ମଧ୍ୟ ଭାଗ ପର୍ଯ୍ୟନ୍ତ ପାକିସ୍ତାନ ୬୯ ଜଣ ଯୁବକଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରାଇସାରିଛି। କାଶ୍ମୀର ଉପତ୍ୟକାରେ ଆତଙ୍କ ସୃଷ୍ଟି କରିବା ପାଇଁ ପାକିସ୍ତାନ ୨୦୧୮ ବର୍ଷରେ ୧୮୭, ୨୦୧୯ ବର୍ଷରେ ୧୨୧, ୨୦୨୦ ବର୍ଷରେ ୧୮୧, ୨୦୨୧ ବର୍ଷରେ ୧୪୨ ଯୁବରଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରାଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ ଦାବି କରିଛି ଯେ ଚଳିତ ବର୍ଷ ଜାମୁ କାଶ୍ମୀରରେ ୧୯୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଏଠାରେ ୧୪୪ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସକ୍ରିୟ ରହିଥିବାଏହି ଆତଙ୍କବାଦୀଙ୍କ ମଧ୍ୟରୁ ୮୨ ଜଣ ପାକିସ୍ତାନୀ ହୋଇଥିବାବେଳେ ୬୨ ଜଣ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି। ଗତ ବର୍ଷ ୧୮୦ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୩୧୧ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

Also Read: Operation All Out:ସେନା କାର୍ଯ୍ୟାନୁଷ୍ଠାନରେ ଟଳିଛନ୍ତି କେତେ ଆତଙ୍କବାଦୀ? ସାମ୍ନାକୁ ଆସିଲା ତଥ୍ୟ