Aditya L1: ଶନିବାର ଗନ୍ତବ୍ୟସ୍ଥଳରେ ପହଁଞ୍ଚିବ ଆଦିତ୍ୟ ଏଲ-୧
Advertisement
Article Detail0/zeeodisha/odisha2045524

Aditya L1: ଶନିବାର ଗନ୍ତବ୍ୟସ୍ଥଳରେ ପହଁଞ୍ଚିବ ଆଦିତ୍ୟ ଏଲ-୧

Surya Mission Aditya L1: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ (Surya Mission Aditya L1) ଶନିବାର ନିଜ ଗନ୍ତବ୍ୟସ୍ଥଳ ଲାଗ୍ରାଞ୍ଜ ପଏଣ୍ଟରେ (Lagrange Point) ପହଞ୍ଚିବ । ଏହା ସନ୍ଧ୍ୟାରେ ଶେଷ କକ୍ଷ ପଥରେ ଏହା ପ୍ରବେଶ କରିବ । 

ସୌ(ସୋସିଆଲ ମିଡିଆ)

Aditya L1: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ (Surya Mission Aditya L1) ଶନିବାର ନିଜ ଗନ୍ତବ୍ୟସ୍ଥଳ ଲାଗ୍ରାଞ୍ଜ ପଏଣ୍ଟରେ (Lagrange Point) ପହଞ୍ଚିବ । ଏହା ସନ୍ଧ୍ୟାରେ ଶେଷ କକ୍ଷ ପଥରେ ଏହା ପ୍ରବେଶ କରିବ । ଏଲ-୧ ପଏଣ୍ଟରେ ପହଁଞ୍ଚିବା ପରେ ଆଦିତ୍ୟ ଇଞ୍ଜିନକୁ ଆଉ ଥରେ ଫାୟାର କରାଯିବ, ଯାହାଫଳରେ ଏହା ଆଗକୁ ଗତି ନ କରି ସେଠାରେ ସ୍ଥିର ରହିବ ପରେ ଏଲ -୧ ପଏଣ୍ଟର ଚତୁପାର୍ଶ୍ବରେ ଘୂର୍ଣ୍ଣନ କରିବ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ISRO’ର ଆଦିତ୍ୟ-ଏଲକୁ (Aditya L1) ନେଇ ଗବେଷଣା ଜାରି ରହିଛି । ଆଦିତ୍ୟ ଏଲ-୧ ଆସନ୍ତା ୫ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ । ଯାହା ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।ସୂଚନା ଥାଉ କି, ସୂର୍ଯ୍ୟଙ୍କ ପର୍ଯ୍ୟବେକ୍ଷଣ ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ (Surya Mission Aditya L1) ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଏହି ମହାକାଶ ଯାନରେ ସୂର୍ଯ୍ୟଙ୍କ ବିଭିନ୍ନ ଅଧ୍ଯୟନ ପାଇଁ ୭ଟି ଭିନ୍ନ ଭିନ୍ନ ପେଲୋଡ଼ ରହିଛି । ୪ଟି ପେଲୋଡ଼ ସୂର୍ଯ୍ୟକିରଣର ଅଧ୍ଯୟନ କରିବାକୁ ଥିବା ବେଳେ ବାକି ୩ଟି ପେଲୋଡ଼ ସେଠାକାର ପ୍ଲାଜମା ଓ ମ୍ୟାଗ୍ନେଟିକ୍ ଫିଲ୍ଡ ସମ୍ପର୍କରେ ଅଧ୍ଯୟନ କରିବ। ଏଲ-୧ ପଏଣ୍ଟରେ ଥିବା ଆଦିତ୍ୟ ସାଟେଲାଇଟର ଦୂରତା ସେହି ସମୟରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ହେବ । ଜାନୁୟାରୀ ୬ ତାରିଖ ସନ୍ଧ୍ୟାରେ ହାଲୋ ଅର୍ବିଟରେ ପ୍ରବେଶ କରାଇବା ପାଇଁ ଆଦିତ୍ୟ ଏଲ-୧ ସାଟେଲାଇଟର ଥ୍ରଷ୍ଟର୍ସକୁ ଅଳ୍ପ ସମୟ ପାଇଁ ଅନ୍ କରାଯିବ । ଏଥିରେ ୧୨ଟି ଥ୍ରଷ୍ଟର୍ସ ରହିଛି । ଯଦିଓ କେତେ ଏବଂ କେଉଁ ଥ୍ରଷ୍ଟର୍ସ ବ୍ୟବହାର ହେବ ତାହାର ଖୁଲାସା ହୋଇନାହିଁ ।

Also Read-Russian Plane YAP217: ବିମାନ ବନ୍ଦର ବଦଳରେ ଏଠାରେ ବିମାନ ଅବତରଣ କରାଇଦେଲେ ପାଇଲଟ୍