Indian Railway: କେତେ ଟଙ୍କା ହେବ ବୁଲେଟ୍ ଟ୍ରେନ୍ ଟିକେଟ, ଉତ୍ତର ରଖିଲେ ରେଳମନ୍ତ୍ରୀ
Advertisement
Article Detail0/zeeodisha/odisha1564701

Indian Railway: କେତେ ଟଙ୍କା ହେବ ବୁଲେଟ୍ ଟ୍ରେନ୍ ଟିକେଟ, ଉତ୍ତର ରଖିଲେ ରେଳମନ୍ତ୍ରୀ

Mumbai Ahmedabad Bullet Train: ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପକ୍ଷରୁ ବୁଲେଟ୍ ଟ୍ରେନ ଭଡା ସମ୍ପର୍କରେ ଏକ ସୂଚନା ଦିଆଯାଇଛି। ଏକ କାର୍ଯ୍ୟକ୍ରମ ସମୟରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ଭଡା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ବୁଲେଟ ଟ୍ରେନ ଭଡ଼ା ଲୋକଙ୍କୁ ସୁହାଇବ ଭଳି ହେବ। 

Indian Railway: କେତେ ଟଙ୍କା ହେବ ବୁଲେଟ୍ ଟ୍ରେନ୍ ଟିକେଟ, ଉତ୍ତର ରଖିଲେ ରେଳମନ୍ତ୍ରୀ

Bullet Train Ticket Price: ମୁମ୍ବାଇସ୍ଥିତ ବିଖରୋଲି ଅଞ୍ଚଳରେ ଆରମ୍ଭ ହୋଇଥିବା ଜମି ଅଧିଗ୍ରହଣ ବିରୋଧରେ ନେସନାଲ ହାଇସ୍ପୀଡ ରେଲ କର୍ପୋରେସନ ଲିମିଟେଡ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ଦିଆଯାଇଛି। ଗୋଦରେଜ ଆଣ୍ଡ ବଏସ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଏନେଇ ଅଦଲତଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଲୋକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଜଷ୍ଟିସ୍ ଆରଡି ଧନୁକା ଏବଂ ଜଷ୍ଟିସ୍ ଏମ୍ ସାଥେଙ୍କୁ ନେଇ ବେଞ୍ଚ କହିଛନ୍ତି ଯେ ଏହି ପ୍ରକଳ୍ପ ଅତୁଳନୀୟ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାର୍ଥକୁ ଅଧିକ ଅଗ୍ରାଧିକାର ଦିଆଯିବ।

ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବାକୁ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ (Mumbai Ahmedabad Bullet Train Project) ଲାଗି ୫୦୮.୧୭ କିଲୋମିଟର ଲମ୍ବା ରେଳ ଟ୍ରାକ ପ୍ରସ୍ତୁତ ହେଉଛି। ଯାହା ମଧ୍ୟରୁ ୨୧ କିଲୋମିଟର ଚ୍ରାକ ଭୂତଳ ହେବ। ଭୂତଳ ସୁଡଙ୍ଗ ପ୍ରବେଶ ଦ୍ୱାର ବିଖରୋଲି ଠାରେ ରହିଥିବା ଗୋଦରେଜ କମ୍ପାନୀ ଜମିରେ ପଡୁଛି। ରାଜ୍ୟ ସରକାର ଏବଂ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (National High Speed Rail Corporation Limited) ଏନଏଚଏସଆରସିଏଳ (NHSRCL) ଦାବି କରିଛି ଯେ ଗୋଦରେଜ କମ୍ପାନୀ କାରଣରୁ ଏହି ପ୍ରକଳ୍ପ ବିଳମ୍ବ ହେଉଛି। ସରକାର ହାଇକୋର୍ଟ ଠାରେ କହିଛନ୍ତି ଯେ ଗୋଦରେଜ ଆଣ୍ଡ ବଏସ୍ ଉତ୍ପାଦନ କମ୍ପାନୀ ଲିମିଟେଡ ବିଖରୋଲି ଅଞ୍ଚଳରେ ଥିବା ସମଗ୍ର ପ୍ରକଳ୍ପ ମାର୍ଗ ପାଇଁ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି।

Also Read: India Railway: ସାମ୍ନାକୁ ଆସିଲା ଦେଶର ପ୍ରଥମ ବୁଲେଟ୍ ଟ୍ରେନ ଟ୍ରାକ, କ'ଣ ରହିଛି ଏହାର ବିଶେଷତ୍ୱ?

ରାଜ୍ୟ ସରକାର ଅଦାଲତକୁ କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବରରେ ୨୬୪ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। କ୍ଷତିପୂରଣ ଦେବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଗତ ବର୍ଷ ୧୫ ସେପ୍ଟମ୍ବରରେ ଜାରି କରାଯାଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଗୋଦରେଜ ଆଣ୍ଡ ବଏସ୍ କମ୍ପାନୀ ପକ୍ଷରୁ ଏକ ଆବେଦନ କରାଯାଇଥିଲା। ଆସନ୍ତା ୨୦୨୬ ବର୍ଷରୁ ଟ୍ରାକ ମାଧ୍ୟମରେ ବୁଲେଟ ଟ୍ରେନ୍ ଚଳାଇବାର ସମ୍ଭାବନା ରହିଛି। 

Also Read: Bullet Train in India: ଦୌଡିବା ପୂର୍ବରୁ ମହଙ୍ଗା ହୋଇଉଠିଲା ବୁଲେଟ ଟ୍ରେନ

ଏହା ବ୍ୟତୀତ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପକ୍ଷରୁ ବୁଲେଟ୍ ଟ୍ରେନ ଭଡା ସମ୍ପର୍କରେ ଏକ ସୂଚନା ଦିଆଯାଇଛି। ଏକ କାର୍ଯ୍ୟକ୍ରମ ସମୟରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ଭଡା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ବୁଲେଟ ଟ୍ରେନ ଭଡ଼ା ଲୋକଙ୍କୁ ସୁହାଇବ ଭଳି ହେବ। ବୁଲେଟ୍ ଟ୍ରେନ୍ ଭଡା ପାଇଁ ପ୍ରଥମେ ଫାର୍ଷ୍ଟ ଏସି ଆଧାର ହେବ। ରେଳମନ୍ତ୍ରୀଙ୍କଉତ୍ତରରୁ ଅନୁମାନ କରାଯାଇପାରେ ଯେ ବୁଲେଟ୍ ଟ୍ରେନ ଭଡା ପ୍ରଥମ ଶ୍ରେଣୀ ଏସି ପାଖାପାଖି ହେବ।