UK କୁ ଟପିଲା, ବର୍ତ୍ତମାନ ଜାପାନକୁ ମାତ ଦେଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ!
Advertisement

UK କୁ ଟପିଲା, ବର୍ତ୍ତମାନ ଜାପାନକୁ ମାତ ଦେଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ!

Indian Economy: ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ବ୍ରିଟେନକୁ ପଛରେ ପକାଇ ବର୍ତ୍ତମାନ ଭାରତ ଏହି ମାନ୍ୟତା ହାସଲ କରିଛି । ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର ପ୍ରଥମ କ୍ୱାର୍ଟର ପାଇଁ ଜିଡିପି ଆକଳନ ପ୍ରକାଶ ପାଇଛି ।

ସୌ: ସୋସିଆଲ ମିଡିଆ

Indian Economy, SBI Report: ବିଶ୍ୱର ବୃହତ୍ତମ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭାରତ ବ୍ରିଟେନକୁ ଅତିକ୍ରମ କରି ପଞ୍ଚମ ସ୍ଥାନରେ ରହିଛି । ବର୍ତ୍ତମାନ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ଼କ୍ଟର ଅରବିନ୍ଦ ବିରମାନି (Chief Economic Advisor Dr Arvind Virmani) କହିଛନ୍ତି ଯେ ଏହି ଯାତ୍ରା ଆହୁରି ଆଗକୁ ବଢିବା ଓ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।

ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରି ବିରମାନି କହିଛନ୍ତି - ଗତ ବର୍ଷ ଆମେ ଷଷ୍ଠ ସ୍ଥାନରେ ଥିଲୁ । ୨୦୨୨ ରେ, ଆଶା କରାଯାଉଥିଲା ଯେ ଆମେ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଯିବୁ । ଅରବିନ୍ଦ ବିରମାନି ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି ଓ ୨୦୨୮-୩୦ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।

କ’ଣ କହୁଛି ଏସବିଆଇ ରିପୋର୍ଟ
ଏହି ସମୟରେ, ଏସବିଆଇର ଇକୋନୋମି ରିସର୍ଚ୍ଚ ଡିପାର୍ଟମେଣ୍ଟର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ୨୦୧୪ ମସିହାରେ, ଭାରତୀୟ ଅର୍ଥନୀତି ବିଶ୍ୱର ଦଶମ ବୃହତ୍ତମ ଥିଲା, ତେଣୁ ୭ଟି ସ୍ଥାନର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ର ତଥ୍ୟ ଅନୁଯାୟୀ ଭାରତ ଏହାର ଅର୍ଥନୀତିର ଆକାର ଦୃଷ୍ଟିରୁ ଆମେରିକା, ଚୀନ୍, ଜାପାନ ଓ ଜର୍ମାନୀଠାରୁ ବହୁ ପଛରେ ନାହିଁ । ଆଇଏମ୍ଏଫ୍ କହିଛି ଯେ ପାର୍ଥକ୍ୟ ପ୍ରାୟ ୮୫୪ ବିଲିୟନ ଡ଼ଲାର୍ ଅଟେ ।

କହିରଖୁଛୁ ଯେ ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ବ୍ରିଟେନକୁ ପଛରେ ପକାଇ ଭାରତ ଏହି ମାନ୍ୟତା ହାସଲ କରିଛି । ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଥମ କ୍ୱାର୍ଟରରେ ଦେଶର ଜିଡିପି ଆକଳନ ଅର୍ଥାତ୍ ଏପ୍ରିଲରୁ ନେଇ ଜୁନ୍ ପର୍ଯ୍ୟନ୍ତ ପ୍ରକାଶ ପାଇଛି  । ଭାରତର ଜିଡିପି ୧୩.୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଗୋଟିଏ ବର୍ଷ ମଧ୍ୟରେ ଦ୍ରୁତତମ ଗତି ଅଟେ । ଏହା ସହିତ ଭାରତର 'ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି' ଟ୍ୟାଗ୍ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ।

ଗତ ୧୦ ବର୍ଷ ମଧ୍ୟରେ ଭାରତ ଏକାଦଶ ସ୍ଥାନରୁ ପଞ୍ଚମ ସ୍ଥାନକୁ ପହଞ୍ଚିଛି । ପ୍ରତ୍ୟେକ କ୍ଷେତ୍ରରେ ଏହା ଚମତ୍କାର ଓ ଗର୍ବିତ । ବର୍ତ୍ତମାନ ଭାରତଠାରୁ କେବଳ ଆମେରିକା, ଚୀନ୍, ଜାପାନ ଓ ଜର୍ମାନୀ ଆଗରେ ଅଛନ୍ତି । ବ୍ରିଟେନ ପାଇଁ ଏହା ଏକ ବଡ ଝଟକା ସଦୃଶ । ୭୫ ବର୍ଷ ପୂର୍ବେ ଯେତେବେଳେ ଦେଶ ସ୍ୱାଧୀନ ହେଲା, ବ୍ରିଟିଶମାନେ ସେମାନଙ୍କର ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିବେ ଯେ ଭାରତ ତାଙ୍କୁ ପଛରେ ପକାଇ ଏକ ଅଗ୍ରଣୀ ଅର୍ଥନୀତି ଦେଶରେ ସ୍ଥାନ ପାଇବ । ଭାରତ ନିଜ ପାଇଁ ମଧ୍ୟ ବଡ ଲକ୍ଷ୍ୟ ସ୍ଥିର କରିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ଭାରତକୁ ଦୁନିଆର ସବୁଠୁ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି । 

ଏହା ବି ପଢ଼ନ୍ତୁ: India Economy: ୨୦୦ ବର୍ଷ ଶାସନର ଜବାବ, ବ୍ରିଟେନକୁ ମାତ ଦେଇ କିପରି ପଞ୍ଚମ ସ୍ଥାନ ପାଇଲା ଭାରତ?

ଏହା ବି ପଢ଼ନ୍ତୁ: MoRTH New Rules: ଅକ୍ଟୋବର ୧ ଲାଗୁହେବ ଯାନ ବାହାନକୁ ନେଇ ନୂଆ ନିୟମ, ଆପଣ ମଧ୍ୟ ଜାଣିବା ଉଚିତ୍