Covid-19 side effect: ଆଖି ହରାଇଲେ ରୋଗୀ, ନାକରୁ ବାହାରିଲା ୧୫୦ ପୋକ
Advertisement

Covid-19 side effect: ଆଖି ହରାଇଲେ ରୋଗୀ, ନାକରୁ ବାହାରିଲା ୧୫୦ ପୋକ

Hyd hospital remove 150 maggots, ଜଣେ ଗୁରୁତର ରୋଗୀଙ୍କ ନାକରୁ ଡାକ୍ତର ବାହାର କଲେ ୧୫୦ଟି ପୋକ । କୋଭିଡରେ ସଂକ୍ରମିତ ଜଣେ ରୋଗୀଙ୍କ ନାକରୁ ଅସ୍ତ୍ରୋପଚାର କରି ଡାକ୍ତରମାନେ ଏହି ପୋକଗୁଡ଼ିକୁ ବାହାର କରିଛନ୍ତି । ତେବେ ସଂକ୍ରମଣରେ ରୋଗୀ ଜଣକ ତାଙ୍କର ଡାହାଣ ଆଖିକୁ ହରାଇଥିଲେ ।

Covid-19 side effect: ଆଖି ହରାଇଲେ ରୋଗୀ, ନାକରୁ ବାହାରିଲା ୧୫୦ ପୋକ

Hyd hospital remove 150 maggots, ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ସେଞ୍ଚୁରୀ ହସପିଟାଲର ଡାକ୍ତରମାନେ ଜଣେ ମହିଳାଙ୍କ ନାକରୁ ପ୍ରାୟ ୧୫୦ଟି ମ୍ୟାଗଟ୍ସ (maggots)ବା ମାଛିର ଲାର୍ଭା ବାହାର କରିଛନ୍ତି। ରୋଗୀ ଜଣକ କୋରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ମ୍ୟୁକୋର୍ମାଇସୋସିସ୍ (mucormycosis) ରୋଗରେ ଆକ୍ରାନ୍ତ ହୋଇଥିଲେ । ୫୦ ବର୍ଷ ବୟସ୍କା ରୋଗୀଙ୍କ ଘର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ହୋଇଥିବା ବେଳେ ସେ ଜଣେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ।

ସେଞ୍ଚୁରୀ ହସପିଟାଲର ସର୍ଜନ ଡ. ଜାନକିରାମ (Skull base surgeon Dr Janakiram) ଡାକ୍ତରୀ ଦଳର ନେତୃତ୍ୱ ନେଇ ମହିଳାଙ୍କ ଉପରେ ଅପରେସନ୍ କରିଥିଲେ, ଯାହାଙ୍କୁ ବେହୋସ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ରୋଗୀ ଜଣକ ପ୍ରାୟ ଛଅ ମାସ ପୂର୍ବରୁ କୋରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କୁ ମ୍ୟୁକୋର୍ମାଇସୋସିସ୍ (mucormycosis) ନାମକ ରୋଗ ହୋଇଥିଲା। ଏହାକୁ ବ୍ଲାକ୍ ଫଙ୍ଗସ୍ (black fungus) ମଧ୍ୟ କୁହାଯାଏ । ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହେବା ପରେ ସଂକ୍ରମଣ ତାଙ୍କ ମସ୍ତିଷ୍କରେ ବ୍ୟାପିବା ସହିତ ତାଙ୍କର ଡାହାଣ ଆଖି ମଧ୍ୟ ନଷ୍ଟ ହୋଇଯାଇଥିଲା। ତାଙ୍କର କିଡନୀର କାର୍ଯ୍ୟ କରିବା ମଧ୍ୟ ପ୍ରଭାବିତ ହୋଇଥିଲା କାରଣ ସେ ମଧୁମେହ ରୋଗୀ ଥିଲେ । 

Also Read: Benefits of Mahua: ଆପଣଙ୍କ ଚେହେରାକୁ ଚମକାଇବ ଏହି 'ବଦନାମ ଫଳ', ଦରଜରୁ ବି ଦେବ ମୁକ୍ତି

ତେବେ ସେଞ୍ଚୁରୀ ହସପିଟାଲର ଡାକ୍ତରୀ ଟିମ୍ ଯାଞ୍ଚ ବେଳେ ମାଛିଙ୍କର ଲାର୍ଭା ଭଳି ଫକୋ ମହିଳାଙ୍କ ନାକରେ ଜମାଟ ବାନ୍ଧିଥିବା ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ଡାକ୍ତରମାନେ ନାକ ଭିତରେ ମ୍ୟାଗଟ୍ସ (maggots) ଥିବା କହିଥିଲେ । ରୋଗର ସମ୍ବେଦନଶୀଳତା ଥିବାରୁ ସେ ଅବସ୍ଥାକୁ ବୁଝିପାରିନଥିଲେ କିମ୍ବା ଏହି ବାବଦରେ ଜାଣିବାକୁ ମଧ୍ୟ ସକ୍ଷମ ହୋଇନଥିଲେ ବୋଲି ଡାକ୍ତରମାନେ କହିଛନ୍ତି।

 

'ରୋଗୀର ପରୀକ୍ଷା ଦ୍ୱାରା ମସ୍ତିଷ୍କର ତଳେ ମ୍ୟାଗଟ୍ସର ଉପସ୍ଥିତି ଜଣାପଡ଼ିଥିଲା । ତାଙ୍କର ଶରୀରରେ ଉଚ୍ଚ ରକ୍ତରେ ଶର୍କରା ସ୍ତର ଏବଂ ଦୁର୍ବଳ କିଡନୀ କାର୍ଯ୍ୟକଳାପକୁ ବିଚାର କରି ରୋଗୀର ଅବସ୍ଥା ସ୍ଥିର କରିବାକୁ ପଡିଲା । ଜେନେରାଲ ଫିଜିସିଆନ ଏବଂ ନେଫ୍ରୋଲୋଜିଷ୍ଟଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର କରିବାକୁ ଚେଷ୍ଟା କରୁଥିଲେ। ପରେ  ଏକାସାଙ୍ଗରେ ମ୍ୟାଗଟ୍ ସଫା କରିବାର ପ୍ରକ୍ରିୟା ଆରମ୍ଭ କରିଥିଲୁ' ବୋଲି ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ଡ. ଜାନକିରାମ କହିଛନ୍ତି। 

Also Read: ନିଜ ବୟସ ଠାରୁ ୧୦ବର୍ଷ ଆୟୁଷ ବଢାଇବାକୁ ଚାହୁଛନ୍ତି କି ? ଖାଆନ୍ତୁ ଏହି ୩ଟି ସୁପର ବୁଷ୍ଟର ଜଳଖିଆ

ସେ ଆହୁରି ମଧ୍ୟ କହିଛନ୍ତି, 'ଥରେ ତାଙ୍କ ଅବସ୍ଥାରେ ସୁଧାର ଆସିବାପରେ ଆମେ ଅନୁଭବ କଲୁ ଯେ ତାଙ୍କ ମୁଖର ହାଡଗୁଡିକ ମସ୍ତିଷ୍କର ନିକଟବର୍ତ୍ତୀ ଅଛି। ତଥାପି କିଛି ଦିନ ମଧ୍ୟରେ ବିଶେଷଜ୍ଞ ଦଳ ଦ୍ୱାରା କରାଯାଇଥିବା ପ୍ରୟାସ ରୋଗୀକୁ ଦ୍ୱିତୀୟ ଜୀବନ ପ୍ରଦାନ କରିଥିଲା।" 

ଡାକ୍ତରମାନେ କହିଛନ୍ତି ଯେ, ମ୍ୟୁକୋର୍ମାଇସୋସିସ୍ (mucormycosis) କାରଣରୁ ରୋଗୀ ମ୍ୟାଗଟ୍ସ (maggots) ସେନ୍ସେସ୍ ଅନୁଭବ କରିନଥିଲେ । ମାଛିମାନେ ତାଙ୍କ ନାକରେ ପ୍ରବେଶ କରି ଭିତରେ ଅଣ୍ଡା ଦେଇଥିଲେ । ଥରେ ଅଣ୍ଡା ଫୁଟିବା ପରେ ତାହା ଲାର୍ଭା ହୋଇଗଲା, ଯାହାକୁ ମ୍ୟାଗଟ୍ସ  ମଧ୍ୟ କୁହାଯାଏ । ଲାର୍ଭା ମସ୍ତିଷ୍କରେ ପ୍ରବେଶ କରି ମେନିଞ୍ଜାଇଟିସ୍ ସୃଷ୍ଟି କରିଥାନ୍ତେ ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।