New Delhi IGI Airport: ଚୋରା ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ
Advertisement
Article Detail0/zeeodisha/odisha1287255

New Delhi IGI Airport: ଚୋରା ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ

New Delhi IGI Airport: ଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଆଇଜିଆଇସ୍ଥିତ ୩ ନମ୍ବର ଟର୍ମିନାଲ ଠାରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବା ପରେ ସିଆଇଏସଏଫ ଏବଂ ଗୁଇନ୍ଦା ବିଭାଗ କର୍ମଚାରୀ ସନ୍ଦେହ ପ୍ରକଟ କରିଥିଲେ।

New Delhi IGI Airport: ଚୋରା ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ

Foreign Currency in Papad Packet: ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶୀ ମୁଦ୍ରା ଚୋରା ଚାଲାଣ କରୁଥିବା ଏକ ରାକେଟ ବାବଦରେ ପର୍ଦ୍ଦାଫାଶ କରିଛି ସିଆଇଏସଏଫ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରା ଯାଇଥିଲା। ​​ଯିଏ ବିଦେଶରେ ମସଲା ଏବଂ ପାପଡ଼ ପ୍ୟାକେଟ ଜରିଆରେ ପ୍ରାୟ ୧୫.୫ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ନେଇ ବିଦେଶକୁ ପଳାୟନ କରୁଥିଲେ।   

ନୂଆଦିଲ୍ଲୀସ୍ଥିତ (New Delhi) ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (Indira Gandhi International Airport) ଆଇଜିଆଇସ୍ଥିଥ ୩ ନମ୍ବର ଟର୍ମିନାଲ (New Delhi IGI Airport Terminal) ଠାରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବା ପରେ ସିଆଇଏସଏଫ (CISF) ଏବଂ ଗୁଇନ୍ଦା ବିଭାଗ କର୍ମଚାରୀ (Intelligence Department Staff) ସନ୍ଦେହ ପ୍ରକଟ କରିଥିଲେ। ଋଷିକେଶ ନାମକ ଏହି ବ୍ୟକ୍ତି ଭିସ୍ତାରା ଏୟାରଲାଇନ୍ସ (Vistara Airlines) ବିମାନ ଯୋଗେ ବ୍ୟାଙ୍କକ (Bangkok) ଅଭିମୁଖେ ଯାତ୍ର କରୁଲେ। ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଋଷିକେଶଙ୍କୁ ଯାଞ୍ଚ କରିବା ଲାଗି ଅନ୍ୟ ଏକ ସ୍ଥାନକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କ ବ୍ୟାଗ ଏକ୍ସ-ବିଆଇଏସ ମେସିନ୍ ଯାଞ୍ଚ କରାଯାଇଥିଲା। ଏନେଇ ହୋଇଥିବା ଅନୁସନ୍ଧାନ ବେଳେ ତାଙ୍କ ପାଖରେ ବିଦେଶୀ ମୁଦ୍ରା (Foreign Currency) ରହିଥିବା ସ୍ପଷ୍ଟ ହୋଇ ଯାଇଥିଲା। 

ବିମାନ ଯାତ୍ରା ସମୟରେ ଯାତ୍ରୀ ଏବଂ ସେ ଆଣିଥିବା ଆସବାବପତ୍ର ଯାଞ୍ଚ ଆଦି ଔପଚାରିକତା ପୂରଣ କରାଯିବା ସହ ବୈଦ୍ୟୁତିକ ଉପକରଣ ମାଧ୍ୟମରେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯାତ୍ରୀଙ୍କୁ ସିଆଇଏସଏଫ ଏବଂ ଗୁଇନ୍ଦା ବିଭାଗ କର୍ମଚାରୀ  ବିମାନ ବନ୍ଦର ପରିସରରେ ରହିଥିବା ସୀମାଶୁଳ୍କ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ଋଷିକେଶଙ୍କ ବ୍ୟାଗ ମଧ୍ୟରେ ରହିଥିବା ମସଲା ଏବଂ ପାପଡ଼଼ ପ୍ୟାକେଟ ଭିତରେ ଲୁଚି ରହିଥିବା ୧୯ ହଜାର ଆମେରିକୀୟ ଡଲାର ଭାରତୀୟ ମୁଦ୍ରାରେ ପ୍ରାୟ ୧୫.୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।

ତାଙ୍କୁ ଜେରା କରିବା ପରେ ସେ ଏତେ ପରିମାଣର ବୈଦେଶିକ ମୁଦ୍ରା ନେଇ କାହିଁକି ବିଦେଶ ଯାତ୍ରା କରୁଥିଲେ ତାହାର କୌଣସି ବୈଧ ଦସ୍ତାବିଜ ଦେଖାଇ ପାରିନଥିଲେ ସେ। ଏହି ଘଟଣାରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ୧୫.୫ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ସହିତ ତାଙ୍କୁ ସୀମା ଶୁକ୍ଲ ବିଭାଗକୁ (Customs Department) ହସ୍ତାନ୍ତର କରାଯାଇଥିଲା।

Also Read: ଦୁବାଇ ବିମାନବନ୍ଦର ରେକର୍ଡ ଭାଙ୍ଗିଲା ଦିଲ୍ଲୀ

Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video

Also Read: Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda