Drugs Destruction: ଅମିତ ଶାହାଙ୍କ ଆଖି ଆଗରେ ସ୍ୱାହା ହୋଇଗଲା ୪୦୦୦୦ କିଲୋଗ୍ରାମ ନିଶା ଦ୍ରବ୍ୟ
Advertisement
Article Detail0/zeeodisha/odisha1386690

Drugs Destruction: ଅମିତ ଶାହାଙ୍କ ଆଖି ଆଗରେ ସ୍ୱାହା ହୋଇଗଲା ୪୦୦୦୦ କିଲୋଗ୍ରାମ ନିଶା ଦ୍ରବ୍ୟ

Drugs Destruction: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଜଳାଗଲା କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ। ଉତ୍ତର ପୂର୍ବରେ ଜବତ ଗଞ୍ଜେଇକୁ ଜାଳିଲା ନାର୍କୋଟିକ ବିଭାଗ। ଅନଲାଇନରେ ଉପସ୍ଥିତ ଥିଲେ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ।

Drugs Destruction: ଅମିତ ଶାହାଙ୍କ ଆଖି ଆଗରେ ସ୍ୱାହା ହୋଇଗଲା ୪୦୦୦୦ କିଲୋଗ୍ରାମ ନିଶା ଦ୍ରବ୍ୟ

ଗୌହାଟୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଶନିବାର ଉତ୍ତର-ପୂର୍ବ ରାଜ୍ୟରେ ପ୍ରାୟ ୪୦୦୦୦ କିଲୋଗ୍ରାମ ଡ୍ରଗ୍ ବା ନିଶା ଦ୍ରବ୍ୟ ନଷ୍ଟ ହୋଇଯାଇଛି। ଡ୍ରଗ୍ସ ମୁକ୍ତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ନେଇଛନ୍ତି। ସେହି ସଙ୍କଳ୍ପକୁ ଆଗେଇ ନେବା ପାଇଁ ‘ଡ୍ରଗ୍ କାରବାର ଏବଂ ଜାତୀୟ ସୁରକ୍ଷା’କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମର ମୁଖ୍ୟମନ୍ତ୍ରୀ, ପୋଲିସ ମୁଖିଆ ଓ NCBର ଅଧିକାରୀମାନେ ସାମିଲ ହୋଇଥିଲେ।

ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଦ୍ୱାରା ପରିଚାଳିତ ମେଗା ଡ୍ରାଇଭ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟରେ ବିପୁଳ ପରିମାଣର ବେଆଇନ ନିଶା ଦ୍ରବ୍ୟ ଜବତ କରାଯାଇଛି। ଆଠ ରାଜ୍ୟରୁ ଜବତ ୪୦୦୦୦ କିଲୋଗ୍ରାମ ଜବତ ସାମଗ୍ରୀକୁ ଶନିବାର ପୋଡି ପାଉଁସ କରାଯାଇଛି। ଏଥିରେ ସର୍ବାଧିକ ୧୨୦୦୦ କିଲୋଗ୍ରାମ ସାମଗ୍ରୀ ତ୍ରିପୁରାରୁ ଜବତ କରାଯାଇଥିଲା। ଆସାମରୁ ପ୍ରାୟ ୧୧୦୦୦ କିଲୋଗ୍ରାମ ଓ ଅରୁଣାଚଳ ପ୍ରଦେଶରୁ ୮୦୦୦ କିଲୋଗ୍ରମ ସାମଗ୍ରୀ ଜବତ ହୋଇଥିଲା। ଗୌହାଟୀରୁ ଭିଡିଓ କନଫେରେସିଂ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଦୃଶ୍ୟ ଦେଖିଥିଲେ। 

Also Read: ଓଡ଼ିଶା ପାଲଟିଲାଣି ମିନି ଆଫଗାନିସ୍ତାନ!

ଆଜାଦି କା ଅମୃତ ମହୋତ୍ସବ ଅବସରରେ NCB ଅଧୀନରେ ୭୫୦୦୦ କିଲୋଗ୍ରାମ ଡ୍ରଗ୍ ନଷ୍ଟ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ମିଶନ ଜୁନ ପହିଲାରୁ ଆରମ୍ଭ କରାଯାଇଛି। ଏଥିପାଇଁ ୭୫ଟି ସ୍ଥାନରେ ୭୫ ଦିନ ସମୟ ସୀମା ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଗୃହମନ୍ତ୍ରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧାରିତ ପରିମାଣଠାରୁ ଦୁଇ ଗୁଣା ଅର୍ଥାତ ଦେଢ ଲକ୍ଷ କିଲୋଗ୍ରାମ ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି। ଆଉ ଏହା ଉପଲବ୍ଧି ମାତ୍ର ୬୦ ଦିନରେ ପୂରା ହୋଇଥିବା NCB ସୂଚନା ଦେଇଛି।

 

ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୨ ସୁଦ୍ଧା ଏନସିବି ଦ୍ୱାରା ପ୍ରାୟ ୮୨୦୦୦ କିଲୋଗ୍ରାମ ଡ୍ରଗ୍ସ ଜବତ ପରେ ତାକୁ ନଷ୍ଟ କରାଯାଇଥିଲା। ଜୁନ୍ ପହିଲାରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଏନସିବି ଦ୍ୱାରା ପ୍ରାୟ ଲକ୍ଷେ ୧୦ କିଲୋଗ୍ରାମ ବେଆଇନ ନିଶା ଦ୍ରବ୍ୟ ଜବତ କରାଯାଇଛି। ସପ୍ତାହେ ପୂର୍ବେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାରେ ଇତିହାସରେ ପ୍ରଥମ ଥର ପାଇଁ ଜବତ ଗଞ୍ଜେଇକୁ ଡ଼ିସ୍ପୋଜାଲ କରାଯାଇଛି। ତାହା ପୁଣି କେଜିଏ କିମ୍ବା ଦୁଇ କେଜି ନୁହେଁ ପୁରା ୧୩୨୫ କିଲୋଗ୍ରାମ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ହେବ। ଏହା ସହ ଖୋର୍ଦ୍ଧାର ଟାଙ୍ଗିଆପଦାସ୍ଥିତ ଏକ ଘରୋଇ କମ୍ପାନୀର ଚୁଲାରେ ୬୧୬ କିଲୋଗ୍ରାମ ଗଞ୍ଜେଇକୁ ପାଉଁଶ କରାଯାଇଥିଲା।