Encounter specialist: ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଆଜୀବନ କାରାଦଣ୍ଡାଦେଶ
Advertisement
Article Detail0/zeeodisha/odisha2165514

Encounter specialist: ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୁମ୍ବାଇ: ମୁମ୍ବାଇରେ ଜଣେ ପୋଲିସ ଅଧିକାରୀଙ୍କ ନାଁ ଶୁଣିଲେ କେବଳ ଅପରାଧି ନୁହେଁ, ବରଂ ପୂରା ଅପରାଧ ଜଗତ ଭୟରେ ଥରି ଉଠୁଥିଲା। କିନ୍ତୁ ଆଇନର ବୁଢିଆଣି ଜାଲରେ ସେହି ଅଧିକାରୀ ଫଶି ଏବେ ଜେଲର ଚାରି କାନ୍ଥ ମଧ୍ୟରେ ବିତିବାକୁ ଯାଉଛି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ପ୍ରଦୀପ ଶର୍ମା। ପ୍ରଦୀପ ଶର୍ମାଙ୍କୁ ଏକ ଏନକାଉଣ୍ଟର ମାମଲାରେ ହା

Encounter specialist: ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଆଜୀବନ କାରାଦଣ୍ଡାଦେଶ

Encounter specialist: ମୁମ୍ବାଇ: ମୁମ୍ବାଇରେ ଜଣେ ପୋଲିସ ଅଧିକାରୀଙ୍କ ନାଁ ଶୁଣିଲେ କେବଳ ଅପରାଧି ନୁହେଁ, ବରଂ ପୂରା ଅପରାଧ ଜଗତ ଭୟରେ ଥରି ଉଠୁଥିଲା। କିନ୍ତୁ ଆଇନର ବୁଢିଆଣି ଜାଲରେ ସେହି ଅଧିକାରୀ ଫଶି ଏବେ ଜେଲର ଚାରି କାନ୍ଥ ମଧ୍ୟରେ ବିତିବାକୁ ଯାଉଛି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ପ୍ରଦୀପ ଶର୍ମା। ପ୍ରଦୀପ ଶର୍ମାଙ୍କୁ ଏକ ଏନକାଉଣ୍ଟର ମାମଲାରେ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୁମ୍ବାଇର ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କ ସହଯୋଗୀ ରାମନାରାୟଣ ଗୁପ୍ତାଙ୍କ ୨୦୦୬ ମସିହାରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ବମ୍ବେ ହାଇକୋର୍ଟ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏଠାରେ କହି ରଖୁ କି ପ୍ରଦୀପ ଶର୍ମାଙ୍କ ନାଁ ଶୁଣିଲେ ଗ୍ୟାଙ୍ଗଷ୍ଟାର ମନରେ ଭୟର ବାତାବରଣ ଖେଳିଯାଉଥିଲା। 

ତେବେ ଏଠାରେ କହି ରଖୁକି ଇତିହାସରେ ପ୍ରଥମ ଥର ପାଇଁ କୌଣସି ପୋଲିସ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବିଚାରପତି ରେବତୀ ମୋହିତେ ଡେରେ ଓ ବିଚାରପତି ଗୌରୀ ଗୋଡସେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି। ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି କି ରାମନାରାୟଣ ଗୁପ୍ତାଙ୍କୁ ପୋଲିସ ଜାଣିଶୁଣି ହତ୍ୟା କରିଛି। ଏହାକୁ ଏକ ଗଣ୍ଡଗୋଳର ରୂପ ଦିଆଯାଇଛି। ହାଇକୋର୍ଟ ଏହି ମାମଲାରେ ୧୨ ଜଣ ପୋଲିସ ଅଧିକାରୀଙ୍କ ସମେତ ଜଣେ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ସେମାନଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। 

କିଏ ଏହି ପ୍ରଦୀପ ଶର୍ମା
ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ପ୍ରଦୀପ ଶର୍ମା ୧୯୮୩ ବ୍ୟାଚର ପୋଲିସ ଅଧିକାରୀ। ସେ ମୁମ୍ବାଇ ଅପରାଧ ଜଗତ ବିରୋଧରେ ଏକ ମିଶନ ଜାରି କରିଥିଲେ। ଯାହା ପାଇଁ ସେ ବେଶ ଜଣାଶୁଣା। ସେ ଦାଉଦ ଇବ୍ରାହିମ, ଛୋଟା ରାଜନ, ଅରୁଣ ଗୱଲୀ ଓ ଅମର ନାଏକଙ୍କ ଭଳି ଅପରାଧିଙ୍କ ବିରୋଧରେ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୨୦୧୦ ମସିହାରେ ପ୍ରଦୀପ ଶର୍ମାଙ୍କୁ ରାମନାରାୟଣ ଗୁପ୍ତା ଓରଫ ଲଖନ ଭାଇ ନାଁରେ ଜଣାଶୁଣା ଅପରାଧିକୁ ଏନକାଉଣ୍ଟରରେ ହତ୍ୟା କରିବା ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଗିରଫ କରିଥିଲେ। କୁହାଯାଏ କି ପ୍ରଦୀପ ଶର୍ମା ୧୧୨ ଅପରାଧିଙ୍କର ଏନକାଉଣ୍ଟର କରିଥିଲେ।