DCW Chief Swati Maliwal: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ କାର ସହ ଘୋଷାରୀ ନେଲା ମଦ୍ୟପ, ଆଉ ତାପରେ...
Advertisement
Article Detail0/zeeodisha/odisha1535725

DCW Chief Swati Maliwal: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ କାର ସହ ଘୋଷାରୀ ନେଲା ମଦ୍ୟପ, ଆଉ ତାପରେ...

DCW Chief Swati Maliwal: ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି ମହିଳା । ଏ-କଥା ଆମେ କହୁନୁ ଖୋଦ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ୍ୟ ଏଭଳି ଅଭିଯୋଗ ଆଣିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ସେ ସହର ମହିଳା ସୁରକ୍ଷା ଯାଞ୍ଚ ନେଇ ସହରରେ ବୁଲୁଥିଲେ। ସେତେବେଳେ ବିଳମ୍ବିତ ରାତିରେ ତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି ।

DCW Chief Swati Maliwal: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ କାର ସହ ଘୋଷାରୀ ନେଲା ମଦ୍ୟପ, ଆଉ ତାପରେ...

DCW Chief Swati Maliwal Dragged By Car:  ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି ମହିଳା । ଏ-କଥା ଆମେ କହୁନୁ ଖୋଦ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ୍ୟ ସ୍ବାତୀ ମାଲିୱାଲ ଏଭଳି ଅଭିଯୋଗ ଆଣିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ସେ ସହର ମହିଳା ସୁରକ୍ଷା ଯାଞ୍ଚ ନେଇ ସହରରେ ବୁଲୁଥିଲେ। ସେତେବେଳେ ବିଳମ୍ବିତ ରାତିରେ ତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀ ଏମସ୍ ଗେଟ୍ ନମ୍ବର ୨ ସାମ୍ନାରେ ଜଣେ ମଦ୍ୟପ କାର ସହ ତାଙ୍କୁ ପ୍ରାୟ ୧୦ ରୁ ୧୫ ମିଟର ଯାଏଁ ଘୋଷାରୀ ନେଇଥିବା ଅଭିଯୋଗ ହୋଇଛି ।  ଏପରିକି ତାଙ୍କୁ ମଧ୍ୟ ମଦ୍ୟପ ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଡ୍ରାଇଭର ହରିଶ ଚନ୍ଦ୍ରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ, ଡ୍ରାଇଭର ଜଣକ ନିଶା କରିଥିବା ଜଣାପଡିଛି । 

ଦିଲ୍ଲୀ ପୋଲିସର ସୂଚନାନୁସାରେ ଏହି ଘଟଣା ଭୋର ୩.୧୧ ସମୟରେ ଘଟିଥିଲା।  ଏମ୍ସର ୨ ନମ୍ବର ଗେଟ ସମ୍ମୁଖରେ ଜଣେ କାର ଡ୍ରାଇଭର ସ୍ବାତୀଙ୍କୁ ଗାଡିରେ ବସିବାକୁ କହିଥିଲା । ପରେ ଏଥିରେ ସ୍ବାତୀ ମନା କରିବାରୁ ସେ କାରର କାଚକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା। ପରେ ଏଥିରେ ସ୍ବାତୀଙ୍କ ହାତ ଚାପି ହୋଇଯାଇଥିଲା । ଏବଂ ତାଙ୍କୁ କାଚ ଚାଳକ ଜଣକ ଘୋଷାରୀ ପ୍ରାୟ ୧୦ ରୁ ୧୫ ମିଟର ଯାଏଁ ନେଇ ଯାଇଥିଲା। 

 

ଅଭିଯୁକ୍ତ ମଦ୍ୟପାନ କରିଥିଲା:

ପୋଲିସର ସୂଚନାନୁସାରେ,୪୭ ବର୍ଷିୟ ହରିଚନ୍ଦ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଏବଂ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଘଟଣାଟି ଘଟିଥିଲା ​​ଯେତେବେଳେ ସ୍ୱାତୀ ତାଙ୍କ ଟିମ୍ ସହ ରାସ୍ତାକଡ ଫୁଟପାଥରେ ଛିଡା ହୋଇଥିଲେ ।  

ଏହି ଘଟଣାକୁ ସ୍ୱତି ମାଲିୱାଲ କହିଛନ୍ତି:

 ଏନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ୍ୟ ସ୍ବାତୀ ମାଲିୱାଲ  ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଗୁରୁବାର (ଜାନୁୟାରୀ ୧୯) ଟ୍ବିଟ କରି କହିଛନ୍ତି ଯେ, ଯେ ଗତକାଲି ବିଳମ୍ବିତ ରାତିରେ ମୁଁ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସ୍ଥିତି ଯାଞ୍ଚ କରୁଥିଲି। ତା’ପରେ ଜଣେ କାର ଡ୍ରାଇଭର ମଦ୍ୟପ ଅବସ୍ଥାରେ ମୋତେ ଗାଳିଗୁଲଜ କଲା ଏବଂ ମୁଁ ଯେତେବେଳେ ତାଙ୍କୁ ଧରିଲି, ମୋ କାରର ଦର୍ପଣରେ ମୋ ହାତ ବନ୍ଦ କରି ମୋତେ ଟାଣି ନେଇଥିଲେ। ଭଗବାନ ମୋ ଜୀବନ ରକ୍ଷା କଲେ ,ଯଦି ମହିଳା ଆୟୋଗ ଅଧ୍ୟକ୍ଷ ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ମହିଳାଙ୍କ କଥା ଆପଣ ଅନୁମାନ କରିପାରୁ ଥିବେ ।  

Also Read : Crime News: ଏ କେମିତିକା ପ୍ରେମିକା ? ବିଛଣାରେ ପ୍ରେମିକ ପରିସ୍ରା କରିଦେଲା ବୋଲି...

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ୍ୟ ସ୍ବାତୀ ମାଲିୱାଲ ,ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଏବଂ ମହିଳାଙ୍କ ସୁରକ୍ଷା ସହ ଜଡିତ ବିଷୟ ଉପରେ କ୍ରମାଗତ ଭାବରେ ସ୍ୱର ଉତ୍ତୋଳନ କରୁଛନ୍ତି। ଯଦି କୌଣସି ବିଷୟ ସାମ୍ନାକୁ ଆସେ,ବିଳମ୍ବ ନକରି ସଂପୃକ୍ତ ବିଭାଗକୁ ସେମାନଙ୍କ କାର୍ଯ୍ୟାଳୟରୁ ନୋଟିସ୍ ପଠାଉଛନ୍ତି। ନିକଟରେ କ୍ରିକେଟରଙ୍କ ଝିଅମାନଙ୍କ ବିଷୟରେ ସୋସିଆଲ ମିଡିଆରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଜାଣି ମାଲିୱାଲ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇଥିଲେ। ଏଥି ସହ ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ କରୁଥିବା କୁସ୍ତି ଖେଳାଳିଙ୍କ ପ୍ରତି ସମବେଦନା ଜଣାଇବାବେଳେ ମାଲିୱାଲ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ ମାଲିୱାଲଙ୍କ ସହ ଏମ୍ସ ବାହାରେ ଘଟିଥିବା ଅଭିଯୋଗକୁ ନେଇ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି।