Khan Sir: ପୋଲିସ ହେପାଜତରେ ଅଛନ୍ତି ଖାନ ସାର୍, ନର୍ମାଲାଇଜେସନ ପାଇଁ BPSC ବିରୋଧରେ କରୁଥିଲେ ପ୍ରଦର୍ଶନ
Advertisement
Article Detail0/zeeodisha/odisha2547174

Khan Sir: ପୋଲିସ ହେପାଜତରେ ଅଛନ୍ତି ଖାନ ସାର୍, ନର୍ମାଲାଇଜେସନ ପାଇଁ BPSC ବିରୋଧରେ କରୁଥିଲେ ପ୍ରଦର୍ଶନ

Khan Sir: ନର୍ମାଲାଇଜେସନ ବିରୋଧରେ ଛାତ୍ରଛାତ୍ରୀ ମାନଙ୍କ ସହ ଆନ୍ଦୋଳନ କରୁଥିବା ଶିକ୍ଷକ ଖାନ ସାରଙ୍କୁ ପୋଲିସ ହେପାଜତକୁ ନେଇଛି। ଖାନ ସାର୍ ଗାର୍ଦନିବାଗ ପୋଲିସ ଷ୍ଟେସନରେ ରଖାଯାଇଛି। ଏହି ପ୍ରଦର୍ଶନରେ ଗୁରୁ ରହମାନ ମଧ୍ୟ ସାମିଲ ହୋଇଥିଲେ।

 

Bihar Khan Sir in police custody

Bihar BPSC Protest: ପାଟନାରେ ନର୍ମାଲାଇଜେସନ ବିରୋଧରେ ଛାତ୍ରଛାତ୍ରୀ ମାନଙ୍କ ସହ ବିରୋଧ କରୁଥିବା ଖାନ ସାରଙ୍କୁ ପୋଲିସ ହେଫାଜତକୁ ନେଇଛି। ଖାନ ସାର୍ ଗାର୍ଦନିବାଗ ପୋଲିସ ଷ୍ଟେସନରେ ରଖାଯାଇଛି। ଯେଉଁଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ପହଞ୍ଚିଛନ୍ତି। ସେମାନେ ସରକାର ଏବଂ ବିପିଏସପି ବିରୋଧରେ ସ୍ଲୋଗାନ ଦେଉଛନ୍ତି। କହିରଖୁଛୁ ଯେ ଖାନ ସାର୍ ଆଜି ବିପିଏସସି କାର୍ଯ୍ୟାଳୟ ବାହାରେ ନର୍ମାଲାଇଜେସନ ବିରୋଧରେ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାମିଲ ହୋଇଥିଲେ।

ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ଆମେ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଛୁ। ନର୍ମାଲାଇଜେସନ ସମାପ୍ତ କରିବା ପରେ, ଆମେ ଏଠାରୁ ଚାଲିଯିବୁ। ବିଜ୍ଞପ୍ତି ପ୍ରଦାନ ନହେବା ପର୍ଯ୍ୟନ୍ତ ଏଠାରୁ ହଟିବୁ ନାହିଁ। ଏହି ସମୟରେ ଗୁରୁ ରହମାନ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।

ଖାନ ସାର୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରେ ସେତେବେଳେ ଯୋଗ ଦେଇଥିଲେ ଯେତେବେଳେ ଗାର୍ଦନିବାଦରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପୋଲିସ ଲାଠି ଚାର୍ଜ କରିଥିଲା। ଯେଉଁଥିରେ ଅନେକ ଛାତ୍ର ଆହତ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱ ପ୍ରଦର୍ଶନ ଜାରି ରହିଥିଲା। ଏହା ପରେ ଖାନ ସାର୍ ଏବଂ ଗୁରୁ ରେହମାନ ଛାତ୍ରଛାତ୍ରୀ ମାନଙ୍କ ସମର୍ଥନରେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।