8th Pay: ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ବଡ ଅପଡେଟ୍, କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାକୁ ସରକାର ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha2554000

8th Pay: ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ବଡ ଅପଡେଟ୍, କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାକୁ ସରକାର ଦେଲେ ଏହି ଜବାବ

8th Pay Commission: ମୋଦୀ ସରକାରରେ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୈଧୁରୀ ଅଷ୍ଟମ ବେତନ ଆୟୋଗକୁ ନେଇ ଏକି ଲିଖିତ ଉତ୍ତର ଦେଇଛନ୍ତି ଏବଂ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ବୃଦ୍ଧିକୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି।

 

8th Pay Commission

8th Pay Commission: ଦେଶର ସଂସଦରେ ଚାଲିଥିବା ହଙ୍ଗାମା ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ଅର୍ଥାତ୍ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ଅନ୍ୟ କର୍ମଚାରୀଙ୍କ ଦରମା ପ୍ରସଙ୍ଗ ଉଠାଯାଇଥିଲା ଏବଂ ପ୍ରଶ୍ନ କରାଯାଇଥିଲା ଯେ ଅଷ୍ଟମ ବେତନ ଆୟୋଗ କେବେ ଗଠନ ହେବ? ଦୀର୍ଘ ଦିନ ଧରି ନୂତନ ବେତନ ଆୟୋଗ ମାଧ୍ୟମରେ କର୍ମଚାରୀମାନେ ସେମାନଙ୍କ ବେତନ ବୃଦ୍ଧି ହେବାର ଆଶା କରୁଥିଲେ କିନ୍ତୁ ଆଜି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି କାରଣ ମୋଦୀ ସରକାର ଏହି ପ୍ରସଙ୍ଗରେ ନକାରାତ୍ମକ ଉତ୍ତର ଦେଇଛନ୍ତି।

ବାସ୍ତବରେ ବିଭିନ୍ନ ଦଳର ସାଂସଦମାନେ ଅଷ୍ଟମ ବେତନ ଆୟୋଗ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି। ଅଷ୍ଟମ ସିପିସି ଗଠନ ନହେବା କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଥିବା କ୍ରୋଧ ବିଷୟରେ ସରକାର ଅବଗତ ଅଛନ୍ତି କି ଯଦି ହଁ, ତେବେ ସରକାରଙ୍କ ପ୍ରତିକ୍ରିୟା କ’ଣ?

ଏହି ପ୍ରସଙ୍ଗରେ ଯେତେବେଳେ କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଉତ୍ତର ଦେଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ପାଖରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନକୁ ନେଇ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ।

fallback

ଖବର ଅନୁସାରେ ସୋମବାର ଦିନ ଲୋକସଭା ସାଂସଦ ଜୟ ପ୍ରକାଶ, ଆନନ୍ଦ ଭଦୁରିଆ ଏବଂ ଆର.ବି ବୋଥିଲିଙ୍ଗମ୍ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ସୋମବାର ଦିନ ଲୋକସଭା ସାଂସଦ ଜୟ ପ୍ରକାଶ, ଆନନ୍ଦ ଭଦୋରିଆ ଏବଂ ଆର.ବି ବୋଥିଲିଙ୍ଗମ୍ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ (ସିପିସି) ଗଠନ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ।