Bharat vs India: ନାମ ବଦଳାଇବ ଭାରତ,କାନ୍ଦୁଛି ଚୀନ୍!
Advertisement

Bharat vs India: ନାମ ବଦଳାଇବ ଭାରତ,କାନ୍ଦୁଛି ଚୀନ୍!

Bharat vs India: ଭାରତ ନା ଇଣ୍ଡିଆ ବିବାଦ ଭିତରକୁ ଧସେଇ ପସିଛି ଚୀନ୍ ମିଡିଆ । ନିଜ ଦେଶର ଅର୍ଥନିତୀ କୋମାକୁ ଚାଲିଯାଇଥିବା ବେଳେ ଚୀନର ମିଡିଆ ଭାରତର ନାମ ପରିବର୍ତ୍ତନକୁ ନେଇ କଟାକ୍ଷ କରିଛି । ଚୀନ୍ କମ୍ୟୁନିଷ୍ଟ ସରକାରର ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ତାହାର ଗୋଟିଏ ନିବନ୍ଧରେ ନାମ ପରିବର୍ତ୍ତନକୁ ନେଇ ଭାରତରେ ଚାଲିଥିବା ତର୍କବିତର୍କ ଉପରେ କଟାକ୍ଷ କରିଛି । 

ସୌ(ସୋସିଆଲ ମିଡିଆ)

Bharat vs India: ଭାରତ ନା ଇଣ୍ଡିଆ । ଏହାକୁ ନେଇ ଦେଶରେ ସୋସିଆଲ ମିଡିଆରୁ ସଡ଼କ ପର୍ଯ୍ୟନ୍ତ ଚାଲିଛି ଗରମାଗରମ ଚର୍ଚ୍ଚା । ଏହାରି ଭିତରେ ଏହି ବିବାଦ ଭିତରକୁ ଧସେଇ ପସିଛି ଚୀନ୍ ମିଡିଆ । ନିଜ ଦେଶର ଅର୍ଥନିତୀ କୋମାକୁ ଚାଲିଯାଇଥିବା ବେଳେ ଚୀନର ମିଡିଆ ଭାରତର ନାମ ପରିବର୍ତ୍ତନକୁ ନେଇ କଟାକ୍ଷ କରିଛି । ଚୀନ୍ କମ୍ୟୁନିଷ୍ଟ ସରକାରର ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ତାହାର ଗୋଟିଏ ନିବନ୍ଧରେ ନାମ ପରିବର୍ତ୍ତନକୁ ନେଇ ଭାରତରେ ଚାଲିଥିବା ତର୍କବିତର୍କ ଉପରେ କଟାକ୍ଷ କରିଛି । ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତ ନିଜକୁ ଯେଉଁ ନାମରେ ଚାହୁଁଛି ସେହି ନାମରେ ଡାକୁ କିନ୍ତୁ ପ୍ରଶ୍ନ ହେଉଛି ଯେ, ଭାରତ କ’ଣ ବ୍ଯାପକ ଅର୍ଥନୈତିକ ସୁଧାର କରିପାରିବ?

ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଯେତେବେଳେ ଡିସେମ୍ବର ମାସରେ ଜି-୨୦ର ଅଧ୍ଯକ୍ଷତା ଭାର ପ୍ରଧାନମନ୍ତ୍ରୀ ମୋଦି ସମ୍ଭାଳିଲେ ସେତେବେଳେ ସେ କହିଥିଲେ ଯେ, ତାଙ୍କ ଅଧ୍ଯକ୍ଷତା ସମାବେଶୀ, ମହତ୍ୱାକାଂକ୍ଷୀ, ନିର୍ଣ୍ଣାୟକ ହେବ । ସ୍ପଷ୍ଠ ଭାବରେ ଭାରତ ଜି-୨୦ ଅଧ୍ଯକ୍ଷତା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି । ଏହା ସହିତ ଗ୍ଲୋବାଲ ଟାଇମ୍ସ ସ୍ୱୀକାର କରିଛି ଯେ, ଭାରତ ବିଶ୍ୱର ଦ୍ରୁତତମ ବିକଶିତ ଅର୍ଥବ୍ଯବସ୍ଥା ।

ଦୁନିଆ ଭାରତ କଥା ଶୁଣିବ କି?

ଏହାପରେ ଗ୍ଲୋବାଲ ଟାଇମ୍ସ ଭାରତକୁ କଟାକ୍ଷ କରିବା ଆରମ୍ଭ କରିଛି । ସେ ଲେଖିଛି ଯେ, ଏଥିରେ କୌଣସି ସନ୍ଦେହ ନାହିଁ, ଭାରତ ଦୁନିଆର ଦୃଷ୍ଟି ଆକର୍ଷଣ କରିଛି । ଜି-୨୦ ଶିଖର ସମ୍ମିଳନୀ ଅଧ୍ଯକ୍ଷତା ଦ୍ୱାରା ଭାରତ ବିଶ୍ୱକୁ କ’ଣ ସନ୍ଦେଶ ଦେବାକୁ ଚାହୁଁଛି? ତାହା ଦ୍ୱାରା କିଛି ଫରକ ପଡେନି । ତେବେ ବର୍ତ୍ତମାନ ଭାରତ ଯାହା ମଧ୍ଯ କହିବ ତାହା ଦୃଷ୍ଟି ଆକର୍ଷଣ କରିବ । ଭାରତ ଏହାର ଭଲରେ ବ୍ଯବହାର କରିବ ବୋଲି ଆଶା କରୁ ଓ ନିଜ ପାଇଁ ବିକାଶର ପ୍ରେରକ ଶକ୍ତିରେ ପରିବର୍ତ୍ତନ କରି ପାରିବ ।

ଆଗକୁ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ନିଜ ଦେଶକୁ କେଉଁ ନାମରେ ଡାକିବେ ତାହାର ଅଧିକାର ଭାରତୀୟଙ୍କ ପାଖରେ ଅଛି । କିନ୍ତୁ ନାମ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ନୁହେଁ । ମହତ୍ୱପୂର୍ଣ୍ଣ କଥା ହେଉଛି ଯେ, କ’ଣ ଭାରତ ନିଜ ଆର୍ଥିକ୍ ବ୍ଯବସ୍ଥାରେ ବଡ଼ ଧରଣର ସୁଧାର କରିପାରିବ କି ? ଏହା ଆର୍ଥିକ ପ୍ରଗତି ଓ ଅନ୍ତର୍ଜାତୀୟ ମଂଚରେ ଭାରତର ପ୍ରଭାବକୁ ମହତ୍ୱପୂର୍ଣ୍ଣ କରିବାର ଚାବି । କ୍ରାନ୍ତିକାରୀ ସୁଧାର ବିନା ଭାରତ ବିକାଶ କରିପାରିବ ନାହିଁ । ଭାରତ ଯେତେବେଳେ ନିଜ ବଜାରକୁ ବିଶ୍ୱ ପାଇଁ ଖୋଲିଛି ସେତେବେଳେ ଏହାର ବିକାଶକୁ ମଜବୁତ ଗତି ମିଳିଛି’’

କାନ୍ଦ ପଛରେ ଚୀନ୍ କମ୍ପାନୀଙ୍କ ବିକଳ ଅବସ୍ଥା

ଗ୍ଲୋବାଲ ଟାଇମ୍ସର ଏହି ବିକଳ କ୍ରନ୍ଦନ ପଛରେ ଚୀନ୍ କମ୍ପାନୀଙ୍କ ବିରୋଧରେ ଭାରତର ଦୃଢ କାର୍ଯ୍ୟାନୁଷ୍ଠାନ ରହିଛି । କିଛି ଚିନ ମୋବାଇଲ କମ୍ପାନୀ ଭାରତରେ ଟ୍ଯାକ୍ସ ଚୋରି କରିବା ଅଭିଯୋଗ ଆସିବା ପରେ ସେମାନଙ୍କ ଅଫିସ ଉପରେ ରେଡ୍ ହୋଇଥିଲା । ସେହିଭଳି ହାଲୋ, ଟିକଟକ୍ ଭଳି ଆପକୁ ଭାରତରେ ବ୍ଯାନ କରାଯାଇଥିଲା । ଯାହା ଚୀନର ବ୍ଯବସାୟୀକ ହିତକୁ ପ୍ରଭାବିତ କରିଥିଲା । ତେଣୁ ଭାରତକୁ ଚୀନ୍ ମୁକ୍ତ ବଜାର ଉପରେ ଭାଷଣ ଦେଉଛି ।

Also Read-India Vs Bharat: ଆଗରୁ ବି ବଦଳିଛି ଅନେକ ଦେଶର ନାଁ, ଦେଖନ୍ତୁ ତାଲିକା

ନାମ ବଦଳାଇବାରେ ମାହିର ଚୀନ୍

ଭାରତକୁ ନାମ ପରିବର୍ତ୍ତନ ଉପରେ ଜ୍ଞାନ ଦେଉଥିବା ଚୀନ ନାମ ପରିବର୍ତ୍ତନ କରିବାରେ ମାହିର ଅଟେ। ପୂର୍ବତନ ଭାରତୀୟ କୂଟନୀତିଜ୍ଞ କନୱଲ ସିବ୍ବଲ ଟ୍ୱିଟ୍ କରି କହିଛନ୍ତି ଯେ, ‘ଅଦଭୁତ କଥା ହେଉଛି ଚୀନ୍ ଆମକୁ ନାମ ପରିବର୍ତ୍ତନ ଉପରେ ଜ୍ଞାନ ଦେଉଛି । ପେକିଂ ବେଜିଂ ବନିଗଲା , ପୂର୍ବ ତୁର୍କମେନିସ୍ତାନ ଝିଆଙ୍ଗଝିଙ୍ଗ, କେଣ୍ଟନ ଗୁଆଁଡୋଙ୍ଗ୍ ଓ ତିବ୍ବତକୁ ଜିଜାଙ୍ଗ କରିଥିବା ଦେଶ ଆମକୁ ଭାଷଣ ଦେଉଛନ୍ତି । ବିସ୍ତାରବାଦୀ ଲକ୍ଷ୍ଯ ପାଇଁ ମଧ୍ଯ ନାମ ବଦଳିଥାଏ । ଅରୁଣାଚଳକୁ ଚୀନ୍ ଜଗନାନ୍ କୁହେ ।