Bank Holiday: ଜାନୁଆରୀରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିନିଅନ୍ତୁ ସବୁ କାମ
Advertisement

Bank Holiday: ଜାନୁଆରୀରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିନିଅନ୍ତୁ ସବୁ କାମ

Bank Holiday News: ଜାନୁଆରୀରେ ଚାରୋଟି ରବିବାର ଅଛି। ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କରେ ସାପ୍ତାହିକ ଛୁଟି ରହିବ। ଏହା ସହିତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ଜାନୁଆରୀରେ କିଛି ପର୍ବ ଏବଂ ବିଶେଷ ଦିନ ହେତୁ ବ୍ୟାଙ୍କ ଛୁଟି ରହିବ।

Bank Holiday: ଜାନୁଆରୀରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିନିଅନ୍ତୁ ସବୁ କାମ

Bank Holiday 2023 January: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂତନ ବର୍ଷ ୨୦୨୩ ପାଇଁ ବ୍ୟାଙ୍କ ଛୁଟି ତାଲିକା ତାଲିକା ପ୍ରକାଶ କରିଛି। ଏକା ସାଙ୍ଗରେ ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ୨୦୨୩ ଜାନୁଆରୀରେ ବ୍ୟାଙ୍କ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ। ଏଠାରେ କହି ରଖୁଛୁ ଯେ ଜାନୁଆରୀରେ ଚାରୋଟି ରବିବାର ଅଛି। ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କରେ ସାପ୍ତାହିକ ଛୁଟି ରହିବ। ଏହା ସହିତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ଜାନୁଆରୀରେ କିଛି ପର୍ବ ଏବଂ ବିଶେଷ ଦିନ ହେତୁ ବ୍ୟାଙ୍କ ଛୁଟି ରହିବ। ଯଦି ଆପଣ ନୂତନ ବର୍ଷର ପ୍ରଥମ ମାସରେ ବ୍ୟାଙ୍କ ଦ୍ୱାରା କୌଣସି କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତାହେଲେ ଏଠାରେ ଆମେ ଏହାର ସମ୍ପୂର୍ଣ୍ଣ ତାଲିକା ଦେଉଛୁ। ଜାନୁଆରୀରେ କେଉଁ ଦିନ ବ୍ୟାଙ୍କ ଛୁଟି ହେବ ତାହା ଜାଣି ନିଅନ୍ତୁ। 

୨୦୨୩ ଜାନୁଆରୀ ମାସର ଛୁଟି ତାଲିକା

  • ୦୧.୦୧.୨୦୨୩: ରବିବାର ପାଇଁ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।
  • ୦୨.୦୧.୨୦୨୩: ମିଜୋରାମରେ ନୂଆ ବର୍ଷ ଉପଲକ୍ଷେ ବ୍ୟାଙ୍କ  ବନ୍ଦ ରହିବ। 
  • ୧୧.୦୧.୨୦୨୩: ମିଶନାରୀ ଦିବସ ପାଇଁ ମିଜୋରାମରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। 
  • ୧୨.୦୧.୨୦୨୩: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ। 
  • ୧୪.୦୧.୨୦୨୩: ମାସର ଦ୍ୱିତୀୟ ଶନିବାର ପାଇଁ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। 
  • ୧୫.୦୧.୨୦୨୩: ରବିବାର ଥିବା କାରଣରୁ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।
  • ୧୬.୦୧.୨୦୨୩: ଥିରୁନାଲୀ ପର୍ବ ପାଇଁ ପୁଦୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ବ୍ୟାଙ୍କ ବନ୍ଦ ରହିବ। 
  • ୨୨.୦୧.୨୦୨୩: ରବିବାର ଥିବା କାରଣରୁ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।
  • ୨୩.୦୧.୨୦୨୩: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଇଁ ଆସାମରେ ବ୍ୟାଙ୍କ ବନ୍ଦ ରହିବ। 
  • ୨୫.୦୧.୨୦୨୩: ରାଜସ୍ୱ ଦିବସ ଉପଲକ୍ଷେ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ। 
  • ୨୬.୦୧.୨୦୨୩: ଗଣତନ୍ତ୍ର ଦିବସ ଅବସରରେ ଦେଶ ସାରା ବ୍ୟାଙ୍କ ବନ୍ଦ ରହିବ।
  • ୨୮.୦୧.୨୦୨୩: ମାସର ଚତୁର୍ଥ ଶନିବାର ପାଇଁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ।
  • ୨୯.୦୧.୨୦୨୩: ରବିବାର ପାଇଁ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।
  • ୩୧.୦୧.୨୦୨୩: ମି-ଦମ-ମି-ଫି ପାଇଁ ଆସାମରେ ବ୍ୟାଙ୍କ ବନ୍ଦ ରହିବ।