ବାବା ଭେଙ୍ଗାଙ୍କ ଏହି ଭୟଙ୍କର ଭବିଷ୍ୟବାଣୀରୁ ଭୟଭୀତ ସାରା ଦୁନିଆ, ୨୦୨୩ରେ ଘଟିବ ଏପରି କିଛି
Advertisement
Article Detail0/zeeodisha/odisha1349733

ବାବା ଭେଙ୍ଗାଙ୍କ ଏହି ଭୟଙ୍କର ଭବିଷ୍ୟବାଣୀରୁ ଭୟଭୀତ ସାରା ଦୁନିଆ, ୨୦୨୩ରେ ଘଟିବ ଏପରି କିଛି

Baba Vanga Predictions 2023: ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।

ବାବା ଭେଙ୍ଗାଙ୍କ ଏହି ଭୟଙ୍କର ଭବିଷ୍ୟବାଣୀରୁ ଭୟଭୀତ ସାରା ଦୁନିଆ, ୨୦୨୩ରେ ଘଟିବ ଏପରି କିଛି

ନୂଆଦିଲ୍ଲୀ: Baba Vanga Predictions 2023: ମହାନ ରହସ୍ୟମୟ ଓ ଅନ୍ଧ ବାବା ଭେଙ୍ଗା (Baba Vanga) କିଛି ଅବିଶ୍ୱସନୀୟ ଭବିଷ୍ୟବାଣୀ କରିଛନ୍ତି । ନିଜର ଭୟାନକ ଭବିଷ୍ୟବାଣୀ ପାଇଁ ବାବା ଭେଙ୍ଗା ଭବିଷ୍ୟ‌ଦ୍‌ବକ୍ତା ନୋସ୍ତ୍ରାଡାମୁସଙ୍କ (Nostradamus) ପରି ସମାନ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ମଧ୍ୟରୁ କେତେକ ବର୍ତ୍ତମାନ ସମଗ୍ର ଦୁନିଆରେ ଘଟୁଥିବା ପରି ମନେହେଉଛି । ଏହି ଭବିଷ୍ୟବାଣୀଗୁଡିକ ବହୁ ବର୍ଷ ପୂର୍ବେ ତାଙ୍କ ଦ୍ୱାରା କରାଯାଇଥିଲା । ବର୍ତ୍ତମାନ ସେ ଆଉ ଏହି ଦୁନିଆରେ ନାହାଁନ୍ତି । ବାବା ଭେଙ୍ଗା ଆଜି ଠାରୁ ୧୧୧ ବର୍ଷ ପୂର୍ବେ ଏହି ଭବିଷ୍ୟବାଣୀ କରିଥିଲେ, ଯାହାକୁ ନେଇ ସାରା ଦୁନିଆରେ ଭୟର ବାତାବରଣ ଦେଖାଦେଇଛି । ଆପଣଙ୍କୁ କହି ରଖୁଛୁ ଯେ, ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ଅନେକ ଭବିଷ୍ୟବାଣୀ କରିଥିଲେ, ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨ଟି ସତ ହୋଇଛି । ଯାହା ପରେ ୨୦୨୩ର ଭବିଷ୍ୟବାଣୀକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୩ରେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ହେବ, ଯାହାର ଗମ୍ଭୀର ପରିଣାମ ହୋଇପାରେ । ଏହା ବ୍ୟତୀତ ୨୦୨୮ରେ ମହାକାଶଚାରୀ ଶୁକ୍ର ଗ୍ରହକୁ ଯାତ୍ରା କରିବେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୪୬ରେ ଅଙ୍ଗ ପ୍ରତିରୋପଣ ସାହାଯ୍ୟରେ ଲୋକମାନେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିପାରିବେ ।

ସୂଚନାଯୋଗ୍ୟ, 'ଡେଲି ଷ୍ଟାର'ର ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ୨୦୨୨ ପାଇଁ ଭବିଷ୍ୟବାଣୀ କରିଥିଲେ ଯେ ଅନେକ ଏସୀୟ ଦେଶ ଓ ଅଷ୍ଟ୍ରେଲିଆରେ ବିପଜ୍ଜନକ ବନ୍ୟା ପରିସ୍ଥିତି ଦେଖାଦେବ ଓ ଏହା ନିଶ୍ଚିତ ଭାବରେ ଘଟୁଛି । ତାଙ୍କର ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହେଉଛି, କାରଣ ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆର କିଛି ଅଂଶରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ପାକିସ୍ତାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି ।

ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ, ମରୁଡ଼ି ଯୋଗୁଁ ଅନେକ ସହର ଜଳ ଅଭାବରୁ ପ୍ରଭାବିତ ହେବେ । ବର୍ତ୍ତମାନ ୟୁରୋପରେ ଏହା ଘଟୁଛି । ନ୍ୟୁଜ୍ କର୍ପ ରିପୋର୍ଟ କରିଛି ଯେ, ପର୍ତ୍ତୁଗାଲ ନିଜର ନାଗରିକମାନଙ୍କୁ ଜଳ ବ୍ୟବହାର ଉପରେ ନିୟନ୍ତ୍ରଣ କରିବାକୁ କହିଛି । ୧୯୫୦ ଦଶକ ପରେ ଇଟାଲୀ ବର୍ତ୍ତମାନ ସବୁଠାରୁ ଖରାପ ମରୁଡ଼ି ପରସ୍ଥିତି ମଧ୍ୟ ଦେଇ ଗତି କରୁଛି । ୨୦୨୨ ମସିହାରେ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ୬ଟି ଭବିଷ୍ୟବାଣୀ ମଧ୍ୟରୁ ୨ଟି ସତ ପ୍ରମାଣିତ ହୋଇଛି । ଏଥି ସହିତ ବାବା କହିଥିଲେ ଯେ ଚଳିତ ବର୍ଷ ସାଇବରିଆରୁ ଏକ ନୂତନ ମାରାତ୍ମକ ଭୂତାଣୁ, ବିଦେଶୀ ଆକ୍ରମଣ, ପଙ୍ଗପାଳ ଆକ୍ରମଣ ଏବଂ ଭର୍ଚୁଆଲ୍ ରିୟଲିଟି ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଆମ୍ ଆଦମୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ, ସେପ୍ଟେମ୍ୱର ୨୧ରେ କୋର୍ଟ ଶୁଣାଇବେ ଦଣ୍ଡ; ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ଫସିଲେ ସ୍ମୃତି ଇରାନୀ, କଂଗ୍ରେସ କଲା ପାଲଟା ଆକ୍ରମଣ ତ ସୋସିଆଲ ମିଡିଆ ୟୁଜର୍ସ ବି କଲେ ଟ୍ରୋଲ୍

ଅଧିକ ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ

 

ଏଠାରେ କହି ରଖୁଛୁ ଯେ, ତାଙ୍କର ଅନେକ ଭବିଷ୍ୟବାଣୀ ଏହା ପୂର୍ବରୁ ମଧ୍ୟ ସତ ହୋଇଛି । ବାବା ଭେଙ୍ଗା ୧୯୮୯ରେ କହିଥିଲେ ଯେ ୨୦୦୧ରେ ଆତଙ୍କବାଦୀ ଆକ୍ରମଣରେ ଆମେରିକାର ଦୁଇଟି 'ଷ୍ଟିଲ ବର୍ଡ' ଧ୍ୱଂସ ହେବ । ଅନେକ ଏହାକୁ ୯/୧୧ ଆକ୍ରମଣର ସନ୍ଦର୍ଭ ଭାବରେ ଦର୍ଶାଇଛନ୍ତି । ତାଙ୍କର ଅନ୍ୟ ଭବିଷ୍ୟବାଣୀରେ ୨୦୦୪ ଥାଇଲ୍ୟାଣ୍ଡ ସୁନାମି, ବାରାକ ଓବାମାଙ୍କ ରାଷ୍ଟ୍ରପତି ହେବା, ସୋଭିଏତ୍ ୟୁନିଅନର ପତନ ଏବଂ ପୂର୍ବ ଓ ପଶ୍ଚିମ ଜର୍ମାନୀର ପୁନଃ ମିଶ୍ରଣ ହେବା ସାମିଲ ରହିଛି ।

ଏଠାରେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ବାବା ଭେଙ୍ଗା ଭବିଷ୍ୟବାଣୀ (Baba Vanga Prediction 2022) ପାଇଁ ସାରା ଦୁନିଆରେ ବେଶ୍ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।