Accident News: ଭୟଙ୍କର ବସ ଦୁର୍ଘଟଣାରେ ୩୮ ଯବାନ ଆହତ, ୯ ଜଣଙ୍କ ଅବସ୍ଥା ଗୁରୁତର
Advertisement

Accident News: ଭୟଙ୍କର ବସ ଦୁର୍ଘଟଣାରେ ୩୮ ଯବାନ ଆହତ, ୯ ଜଣଙ୍କ ଅବସ୍ଥା ଗୁରୁତର

Bus Accident: ଗୁଜୁରାଟ ପଞ୍ଚମହଲ (Gujarat Panchmahal) ଜିଲ୍ଲାରେ ଘଟିଛି ଏକ ଭୟଙ୍କର ବସ ଦୁର୍ଘଟଣା (Bus Accident) । ରାଜ୍ୟ ରିଜର୍ଭ ପୋଲିସ (State Reserve Police) ଯବାନଙ୍କୁ ନେଇ ଯାଉଥିବା ବସଟି ପାହାଡ଼ିଆ ଅଞ୍ଚଳରେ ଓଲଟି ପଡ଼ିବାରୁ ଦୁର୍ଘଟଣାରେ ୩୮ ଜଣ ଯବାନ (Jawan) ଆହତ ହୋଇଛନ୍ତି । ଏଥିମଧ୍ଯରୁ ୯ ଜଣଙ୍କ ଅବସ୍ଥା ଗୁରୁତର (severely injured) ଥିବା ଜଣାପଡ଼ିଛି ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଗୁଜୁରାଟ ପଭଗଡ଼ରେ (Gujarat pavagadh) ଅନୁଷ୍ଠିତ ଏକ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ୫୦ ଜଣ ଯବାନ ସୋମବାର ବିଳମ୍ବିତ ରାତିରେ ଏକ ବସ ଯୋଗେ ଡ଼ାହୋଡ଼କୁ ଫେରୁଥିଲେ । କିନ୍ତୁ ହଠାତ୍ ବସର ବ୍ରେକ୍ ଫେଲ ହେବାରୁ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ବସଟି ଏକ ଖାଲ ଭିତରକୁ ଓଲଟି ପଡି଼ଥିଲା। ଦୁର୍ଘଟଣା (Accident) ନେଇ ପୋଲିସ ଇନ୍ସପେକ୍ଟର କହିଛନ୍ତି, ଦୁର୍ଘଟଣା ସମୟରେ ବସରେ ୫୦ ଜଣ ଯବାନ ରହିଥିଲେ । ସେଥିମଧ୍ୟରୁ ୩୮ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୨୯ ଜଣ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର (critical) ରହିଛି । ଗୁରୁତର ଯବାନଙ୍କୁ ବଦୋଦାରାର ସୟାଜୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Also Read-Heart Attack: କରୋନା ଯୋଗୁଁ ବଢିଛି ହୃଦଘାତ, ସର୍ତକ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ପ୍ରକାଶ ଥାଉ କି, ଚଳିତ ଅକ୍ଟୋବର ମାସରେ ବସ୍ ଦୁର୍ଘଟଣାର ଏହା ହେଉଛି ଦ୍ବିତୀୟ ଘଟଣା । ଏହାପୂର୍ବରୁ ୧୫ ତାରିରେ ଗୁଜୁରାଟ ସୁରେନ୍ଦ୍ରନଗରରେ ଏକ ବସ୍ ଓଲଟି ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ। ରାଜ୍ୟ ପରିବହନ ବସଟି ଜୁନାଗଡ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ବସ୍ ରେ ପ୍ରାୟ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ। ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ, ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା।