8th Pay Commission: ନୂଆବର୍ଷରୁ ଲାଗୁ ହୋଇପାରେ ଅଷ୍ଟମ ବେତନ କମିଶନ, ଜାଣନ୍ତୁ ଦରମା ଓ ପେନସନରେ କେତେହେବ ବୃଦ୍ଧି?
Advertisement
Article Detail0/zeeodisha/odisha2539278

8th Pay Commission: ନୂଆବର୍ଷରୁ ଲାଗୁ ହୋଇପାରେ ଅଷ୍ଟମ ବେତନ କମିଶନ, ଜାଣନ୍ତୁ ଦରମା ଓ ପେନସନରେ କେତେହେବ ବୃଦ୍ଧି?

8th Pay Commission: ପୂର୍ବରୁ ୭ ହଜାର ଟଙ୍କାର ବେସିକ୍ ଦରମା ୨.୫୭ ଗୁଣା ବୃଦ୍ଧି ପାଇ ୧୮,୦୦୦ ଟଙ୍କା କରାଯାଇଥିଲା। ସେହିପରି ଅଷ୍ଟମ ବେତନ କମିଶନରେ ଯଦି ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୮୬ ଟଙ୍କାକୁ ବୃଦ୍ଧି କରାଯାଏ ତେବେ ସର୍ବନିମ୍ନ ମୌଳିକ ଦରମା ୧୮ ହଜାର ଟଙ୍କାରୁ ୫୧,୪୮୦ ଟଙ୍କାକୁ ବୃଦ୍ଧି ପାଇବ । ଅର୍ଥାତ୍ ଦରମା ପ୍ରାୟ ୩ ଗୁଣ ବୃଦ୍ଧି କରାଯାଇପାରେ।

 

8th Pay Commission: ନୂଆବର୍ଷରୁ ଲାଗୁ ହୋଇପାରେ ଅଷ୍ଟମ ବେତନ କମିଶନ, ଜାଣନ୍ତୁ ଦରମା ଓ ପେନସନରେ କେତେହେବ ବୃଦ୍ଧି?

8th Pay Commission: ଦେଶର ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଭୋଗୀ ଅଷ୍ଟମ ବେତନ କମିଶନ ଲାଗୁକୁ ଅପେକ୍ଷା କରିଛନ୍ତି । ଦରମା ଓ ପେନସନ ବୃଦ୍ଧି ନେଇ କମିଶନ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କେବେ ଏହାକୁ ନେଇ ଘୋଷଣା କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ୨୦୨୬ ଜାନୁଆରୀରୁ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବ ଏବଂ ଏହା ପୂର୍ବରୁ କମିଶନ ଏହାର ରିପୋର୍ଟ ଦାଖଲ କରିବେ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯଦି ଅଷ୍ଟମ ବେତନ ଆୟୋଗ ଗଠନ କରାଯାଇ ଦରମା ଓ ପେନସନ ବୃଦ୍ଧି ପାଇଁ ସୁପାରିସ କରାଯାଏ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ବଢ଼ିବ?

ଯଦିଓ ଅଷ୍ଟମ ବେତନ ଆୟୋଗ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ, ତଥାପି ୨୦୨୫ ଫେବ୍ରୁଆରି ପହିଲାରେ ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟରେ ସରକାର ଏହା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। କମିଶନ ଗଠନ ପରେ ଦେଶର ସାମ୍ପ୍ରତିକ ଅର୍ଥନୈତି ସ୍ଥିତିକୁ ଦୃଷ୍ଟିରେ ରଖି ଦରମା ଓ ପେନସନ ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଯିବ, ଯାହା ଉପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଫିଟ୍ ମେଣ୍ଟ ଫ୍ୟାକ୍ଟର ବଢ଼ାଇବାକୁ ମଧ୍ୟ ଦାବି 
ଅଷ୍ଟମ ବେତନ ଆୟୋଗ ସହିତ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରିବାକୁ ଜାତୀୟ ଯୁଗ୍ମ ପରାମର୍ଶଦାତା କମିଟିର ଜାତୀୟ ପରିଷଦ ମଧ୍ୟ ସରକାରଙ୍କୁ ଦାବି କରିଛି। ସପ୍ତମ ବେତନ କମିଶନରେ ଫିଟମେଣ୍ଟ ହାର ୨.୫୭ ଥିବା ବେଳେ ଏଥର ଏହାକୁ ୨.୮୬କୁ ବୃଦ୍ଧି କରିବାକୁ ଦାବି ହେଉଛି। ଫିଟମେଣ୍ଟ ଫ୍ୟାକ୍ଟର ଏବଂ ଦରମା ସହ ପେନସନ ବୃଦ୍ଧି ଆଧାରରେ ବେତନ କମିଶନ କାର୍ଯ୍ୟକାରୀ କରାଯାଏ ।

ନୂଆ ଫିଟ୍ ମେଣ୍ଟ ଫ୍ୟାକ୍ଟର ସହିତ ଦରମା କେତେ ରହିବ?
ସପ୍ତମ ବେତନ ଆୟୋଗର ହିସାବ କୁ ଦେଖିଲେ ଆପଣ ଜାଣିପାରିବେ ଯେ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ସର୍ବନିମ୍ନ ମୌଳିକ ଦରମା ଥିଲା ମାତ୍ର ୭ ହଜାର ଟଙ୍କା । ସପ୍ତମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୫୭କୁ ବୃଦ୍ଧି କରାଯିବା ପରେ ସର୍ବନିମ୍ନ ମୌଳିକ ଦରମା ୧୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଅର୍ଥାତ୍ ପୂର୍ବରୁ ୭ ହଜାର ଟଙ୍କାର ବେସିକ୍ ଦରମା ୨.୫୭ ଗୁଣା ବୃଦ୍ଧି ପାଇ ୧୮,୦୦୦ ଟଙ୍କା କରାଯାଇଥିଲା। ସେହିପରି ଅଷ୍ଟମ ବେତନ କମିଶନରେ ଯଦି ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୮୬ ଟଙ୍କାକୁ ବୃଦ୍ଧି କରାଯାଏ ତେବେ ସର୍ବନିମ୍ନ ମୌଳିକ ଦରମା ୧୮ ହଜାର ଟଙ୍କାରୁ ୫୧,୪୮୦ ଟଙ୍କାକୁ ବୃଦ୍ଧି ପାଇବ । ଅର୍ଥାତ୍ ଦରମା ପ୍ରାୟ ୩ ଗୁଣ ବୃଦ୍ଧି କରାଯାଇପାରେ।

ପେନସନରେ ବମ୍ପର ବୃଦ୍ଧି !
ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ଦରମା ଭଳି ପେନସନରେ ବଡ଼ ଧରଣର ବୃଦ୍ଧି ଘଟିବ । ବର୍ତ୍ତମାନ ସର୍ବନିମ୍ନ ପେନସନ ୯,୦୦୦ ଟଙ୍କା ଥିବା ବେଳେ ୨.୮୬ ଫିଟମେଣ୍ଟ ଫ୍ୟାକ୍ଟର ଅନୁଯାୟୀ ଏହା ୨୫,୭୪୦ ଟଙ୍କାକୁ ବୃଦ୍ଧି ପାଇବ । ମନେ ରଖନ୍ତୁ ଯେ ଏହି ହିସାବ କେବଳ ସର୍ବନିମ୍ନ ମୌଳିକ ଦରମା ଏବଂ ପେନସନ ପାଇଁ ଅଟେ । ମୌଳିକ ଦରମା ସହିତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏର ସୁବିଧା ମଧ୍ୟ ମିଳିବ ଏବଂ ପ୍ରକୃତ ଦରମା ଏହାଠାରୁ ବହୁତ ଅଧିକ ହେବ ।

Also Read: Shukra Gochar 2024: ଶୁକ୍ରଙ୍କ ଚଳନ ଆଣୁଛି ଶୁଭଯୋଗ, ଏହିଦିନରୁ ୩ରାଶିଙ୍କ ଫିଟିବ ଭାଗ୍ୟ

Also Read: Weekly Love Horoscope: ପ୍ରେମ ଦୃଷ୍ଟିରୁ ଆସନ୍ତା ସପ୍ତାହ ରହିବ ଅଶୁଭ, ଏହିସବୁ ରାଶି ରୁହନ୍ତୁ ସାବଧାନ!