Cesarean Delivery: ସିଜରିଆନ୍ ପ୍ରସବ ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଫଳ, ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ହୋଇଥାଏ କ୍ଷତିକାରକ!
Advertisement
Article Detail0/zeeodisha/odisha1525599

Cesarean Delivery: ସିଜରିଆନ୍ ପ୍ରସବ ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଫଳ, ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ହୋଇଥାଏ କ୍ଷତିକାରକ!

Cesarean Delivery: ଗର୍ଭଧାରଣ ମହିଳାମାନଙ୍କ ଜୀବନରେ ଏକ ନୂତନ ଅନୁଭୂତି ଆଣିଥାଏ । ଗର୍ଭାବସ୍ଥା ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ଏବଂ ଏହା ପରେ ମହିଳାମାନଙ୍କ ମଧ୍ୟରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ । ପ୍ରସବ ସମୟରେ ଏବଂ ପରେ ସେମାନଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ପ୍ରସବ ପରେ କିଛି ମହିଳା ସେମାନଙ୍କର ଡାଏଟରେ ମଧ୍ୟ କିଛି ଖାଦ୍ୟକୁ ସାମିଲ କରିଥାନ୍ତି । ଅନ୍ୟପଟେ,କିଛି ଖାଦ୍ୟପେୟକୁ କଡ଼ାକଡ଼ି ଭାବରେ ଏଡାଇବାକୁ ପରାମର୍ଶ ଦିଆଯାଇଛି ।

Cesarean Delivery: ସିଜରିଆନ୍ ପ୍ରସବ ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଫଳ, ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ହୋଇଥାଏ କ୍ଷତିକାରକ!

Cesarean Delivery: ଗର୍ଭଧାରଣ ମହିଳାମାନଙ୍କ ଜୀବନରେ ଏକ ନୂତନ ଅନୁଭୂତି ଆଣିଥାଏ । ଗର୍ଭାବସ୍ଥା ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ଏବଂ ଏହା ପରେ ମହିଳାମାନଙ୍କ ମଧ୍ୟରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ । ପ୍ରସବ ସମୟରେ ଏବଂ ପରେ ସେମାନଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ପ୍ରସବ ପରେ କିଛି ମହିଳା ସେମାନଙ୍କର ଡାଏଟରେ ମଧ୍ୟ କିଛି ଖାଦ୍ୟକୁ ସାମିଲ କରିଥାନ୍ତି । ଅନ୍ୟପଟେ,କିଛି ଖାଦ୍ୟପେୟକୁ କଡ଼ାକଡ଼ି ଭାବରେ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଏହାର କାରଣ ହେଉଛି ସେମାନଙ୍କର ଖାଦ୍ୟ ପିଲାଙ୍କ ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟ ଓ ଫଳ ଗୁଡିକ ବିଷୟରେ । ଯେଉଁ ମହିଳାମାନେ ସିଜରିଆନ୍ ପ୍ରସବ ପରେ ମଧ୍ୟ ଖାଇବା ଉଚିତ୍ ନୁହେଁ ।

ସିଜରିଆନ୍ ପ୍ରସବ ପରେ ଏହି ଫଳ ଗୁଡିକ ଖାଇବା ଉଚିତ୍  ନୁହେଁ :

ପ୍ରକୃତରେ ସିଜରିଆନ ପ୍ରସବ ପରେ ଅଧିକାଂଶ ମହିଳାମାନେ ଦୁର୍ବଳ ହୋଇ ଯାଇଥାନ୍ତି । ଏ-ଥିପାଇଁ ତାଙ୍କୁ ଅଧିକ ଫଳ ଓ ସତେଜ ପନିପରିବା ସହ ପୃଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯିବା ପାଇଁ ପରାମର୍ଶ ଦିଆଯାଏ ।  ଏଥି ସହିତ,ବିଶେଷଜ୍ଞମାନେ ସେମାନଙ୍କୁ ଖାଦ୍ୟରେ ଖଟା ଜାତୀୟ ଫଳ ଅନ୍ତର୍ଭୁକ୍ତ ନ କରିବାକୁ ପରାମର୍ଶ ଦିଅନ୍ତି । ଖଟା ଫଳ ଖାଇବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ ଇତ୍ୟାଦି ସମସ୍ୟା ବଢିଥାଏ । ଯାହା ଉଭୟ ମା ଏବଂ ପିଲାଙ୍କ ସ୍ବାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଇଥାଏ। ଏହିପରି ସିଜରିଆନ୍ ପ୍ରସବ ପରେ ମହିଳାମାନେ କମଳା, ଲେମ୍ବୁ,ଅଙ୍ଗୁର ଏବଂ ଧନିଆ ପତ୍ର ଭଳି ଫଳକୁ ନିଜ ଡାଏଟରେ ସାମିଲ କରିବା ଉଚିତ୍ ନୁହେଁ । ଏହି ଫଳ ଗୁଡ଼ିକ ଉଭୟ ମା ଏବଂ ଶିଶୁର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। 

Also Read: Makar Sankranti: ମକର ସଂକ୍ରାନ୍ତିରୁ ଏହି ୫ ରାଶିର ବ୍ୟକ୍ତି ହେବେ ମାଲାମାଲ୍‌ ,ମିଳିବ ଅଜସ୍ର ସଫଳତା !

ଏହି ଜିନିଷଗୁଡ଼ିକୁ ମଧ୍ୟ ଏଡ଼ାଇବା ଉଚିତ୍ :

-ସିଜରିଆନ୍ ପ୍ରସବ ପରେ ମହିଳାମାନେ ରାଜମା ଏବଂ ମୁଗ ଜାତିୟ ଡାଲି ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ନୁହେଁ । ଏସବୁ ଖାଦ୍ୟ ପଦାର୍ଥ ଗ୍ୟାସ କରେ ଏବଂ ହଜମ ଜନିତ ସମସ୍ୟା ସୃଷ୍ଟି କରେ । 

-ପ୍ରସବ ପରର କିଛି ଦିନ ପର୍ଯ୍ୟନ୍ତ ମସଲାଯୁକ୍ତ ଖାଦ୍ୟ ଠାରୁ ନିଜକୁ ମଧ୍ୟ ଦୂରରେ ରୁହନ୍ତୁ । ଖାସ କରି ଜଙ୍କ ଫୁଡ ମଧ୍ୟ ଖାଆନ୍ତୁ ନାହିଁ। ଏହି କାରଣରୁ, କୋଲେଷ୍ଟ୍ରଲ ଆପଣଙ୍କ କୋଲେଷ୍ଟ୍ରଲ ବଢିବ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ସହ ଶିଶୁର ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବ। 

- ଏହାସହ ସିଜରିଆନ ପ୍ରସବ ପରେ  ମହିଳାମାନେ ଧୂମ୍ରପାନ  କରିବା ମଧ୍ୟ ଉଚିତ୍ ନୁହେଁ । ଏହା ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)