Vitamin B12 Deficiency Disease: ଶରୀରରେ ଭିଟାମିନ୍ ବି ୧୨ କମ୍ ହେଲେ, ଦେଖାଦିଏ ଏହି ସବୁ ରୋଗ
Advertisement
Article Detail0/zeeodisha/odisha1448374

Vitamin B12 Deficiency Disease: ଶରୀରରେ ଭିଟାମିନ୍ ବି ୧୨ କମ୍ ହେଲେ, ଦେଖାଦିଏ ଏହି ସବୁ ରୋଗ

Vitamin B12 Deficiency Disease: ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ସେଥିମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ ବି ୧୨( B12) ।

Vitamin B12 Deficiency Disease: ଶରୀରରେ ଭିଟାମିନ୍ ବି ୧୨ କମ୍ ହେଲେ, ଦେଖାଦିଏ ଏହି ସବୁ ରୋଗ

Vitamin B12 Deficiency Disease: ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ସେଥିମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ ବି ୧୨(  B12) । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦିଅନ୍ତି ଯେ, ଏହି ପୁଷ୍ଟିକର ଶରୀରରେ ଅଭାବ ହେବାକୁ ଦିଅନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।  ଏଥିପାଇଁ ଆମକୁ କିଛି ପ୍ରକାରର ଖାଦ୍ୟ ଖାଇବା ଆବଶ୍ୟକ, ଯେଉଁଥିରେ ଅଣ୍ଡା, ଓଟସ୍, ଦୁଗ୍ଧଜାତ ଦ୍ରବ୍ୟ, ବ୍ରୋକୋଲି ଏବଂ ମାଛ ଭଳି ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା ଯଦି ଶରୀରରେ ଭିଟାମିନ୍ ବି ୧୨(  B12)ର ଅଭାବ ଥାଏ ତେବେ ଆପଣ କେଉଁ ଅସୁବିଧାର ସମ୍ମୁଖୀନ ହୋଇପାରିବେ ।

ଉଦାସୀନତା ବୃଦ୍ଧି ପାଇବା :
ଆମର ମାନସିକ ସ୍ବାସ୍ଥ୍ୟ ପାଇଁ ଭିଟାମିନ୍ ବି ୧୨ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ମନୋବଳକୁ ଉନ୍ନତ କରିଥାଏ ଏବଂ ଆପଣ ସହଜରେ ଚାପରୁ ମୁକ୍ତି ପାଇପାରିବେ । ତେଣୁ, ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ବି ୧୨ କମ୍  ହୁଏ । ତେବେ, ଆପଣଙ୍କ ଠାରେ ଉଦାସୀନତା ବୃଦ୍ଧି ପାଇପାରେ ।

ଶରୀରରେ ରକ୍ତ ଅଭାବ  :
ଯଦି ଆପଣ ଆପଣଙ୍କର ଦୌନନ୍ଦିନ ଖାଦ୍ୟରେ ଭିଟାମିନ୍ ବି ୧୨ ଭରପୂର ଖାଦ୍ୟ ଖାଆନ୍ତି ନାହିଁ, ତେବେ ଆପଣଙ୍କର ରକ୍ତହୀନତା ହୋଇପାରେ ଏବଂ ଏହି କ୍ଷେତ୍ରରେ ଶରୀରରେ ରକ୍ତ ଅଭାବ ରହିବ, ତେବେ ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ । ଶରୀରରେ ଲୋହିତ ରକ୍ତ କଣିକା ଗଠନ ପାଇଁ ଆମକୁ ନିଶ୍ଚିତ ଭାବରେ ଏହି ପୁଷ୍ଟିକର ଖାଦ୍ୟ ଆବଶ୍ୟକ ।

ଏହାବି ପଢନ୍ତୁ : Hair Care: ଆପଣ ଲମ୍ବା-ଘନ କେଶ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଏହାବି ପଢନ୍ତୁ : Cinnamon Health Benefits: ପିରିୟଡ ସମୟରେ ପେଟ ଯନ୍ତ୍ରଣାରୁ ଆରାମ ଦେବ ଡାଲଚିନ୍, ଜାଣନ୍ତୁ କେମିତି କରିବେ ବ୍ୟବହାର ?

ଏହାବି ପଢନ୍ତୁ : Health Tips: ଅଧିକ ଲୁଣ ଖାଉଥିଲେ ସାବଧାନ୍, ହୋଇପାରେ ଏହି ସବୁ ଘାତକ ରୋଗ

 

ଅସ୍ଥି ଦୁର୍ବଳ ହେବ :
ହାଡର ଶକ୍ତି ପାଇଁ ଆମେ ପ୍ରାୟତଃ କ୍ୟାଲସିୟମ୍ ଏବଂ ଭିଟାମିନ୍ 'ଡି' ଅଭାବକୁ ହଟାଇବା ଉପରେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଭୁଲିଯାଅ ଯେ ହାଡ ପାଇଁ ଭିଟାମିନ୍ ବି ୧୨ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ଥାଏ, ତେବେ ଅଷ୍ଟିଓପୋରୋସିସ୍ ଭଳି ରୋଗ ହୋଇପାରେ ।

ସୌନ୍ଦର୍ଯ୍ୟ କମ୍ ହେବ :

ସୁନ୍ଦର ଦେଖାଯିବା ପାଇଁ ଭିଟାମିନ ବି ୧୨ର ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଏହାର ଅଭାବ ହେବା ଉଚିତ୍ ନୁହେଁ । ଏହା ଆମ ଚର୍ମ, କେଶ ଏବଂ ନଖକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯାହା ଆମ ଚେହେରାକୁ ଉନ୍ନତ କରିଥାଏ ।