Health Care: ୩୦ ପରେ ମହିଳାଙ୍କ ପାଇଁ ନିହାତି ଆବଶ୍ଯକ କ୍ୟାଲସିୟମରେ ଭରପୁର ଏହିସବୁ ଖାଦ୍ୟ
Advertisement
Article Detail0/zeeodisha/odisha1894880

Health Care: ୩୦ ପରେ ମହିଳାଙ୍କ ପାଇଁ ନିହାତି ଆବଶ୍ଯକ କ୍ୟାଲସିୟମରେ ଭରପୁର ଏହିସବୁ ଖାଦ୍ୟ

Health Care: ବିଶେଷକରି ୩୦ ବର୍ଷ ପରେ ଗର୍ଭଧାରଣ କରୁଥିବା ମହିଳାଙ୍କ ପାଇଁ କ୍ୟାଲସିୟମ ଅତି ଜରୁରୀ (Calcium is essential) ହୋଇଥାଏ  । କାରଣ ଏହି ବୟସରେ ଶରିରରେ କ୍ୟାଲସିୟମର ଅଭାବ ସୃଷ୍ଚି ହୋଇଥାଏ । ତେବେ ଭଲ କଥା ହେଉଛି ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଶରିରକୁ କ୍ୟାଲସିୟମ ଯୋଗାଇ ଦେଇ ପାରିବ ।

Health Care: ୩୦ ପରେ ମହିଳାଙ୍କ ପାଇଁ ନିହାତି ଆବଶ୍ଯକ କ୍ୟାଲସିୟମରେ ଭରପୁର ଏହିସବୁ ଖାଦ୍ୟ

Health Care: ୩୦ ବର୍ଷ ପରେ ସାଧାରଣତଃ ମହିଳାମାନେ କ୍ୟାଲସିୟମ ହିନତା (Calcium deficiency)ର ଶିକାର ହୁଅନ୍ତି । ଅସ୍ଥି ପାଇଁ କ୍ୟାଲସିୟମ ନିତ୍ୟାନ୍ତ ଆବଶ୍ଯକ । କ୍ୟାଲସିୟମ ଅଭାବରେ ଅସ୍ତି ଦୁର୍ବଳ ହୋଇଯାଏ । ବିଶେଷକରି ୩୦ ବର୍ଷ ପରେ ଗର୍ଭଧାରଣ କରୁଥିବା ମହିଳାଙ୍କ ପାଇଁ କ୍ୟାଲସିୟମ ଅତି ଜରୁରୀ (Calcium is essential) ହୋଇଥାଏ  । କାରଣ ଏହି ବୟସରେ ଶରୀରରେ କ୍ୟାଲସିୟମର ଅଭାବ ସୃଷ୍ଚି ହୋଇଥାଏ । ତେବେ ଭଲ କଥା ହେଉଛି ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଶରୀରକୁ କ୍ୟାଲସିୟମ ଯୋଗାଇ ଦେଇ ପାରିବ । ଆସନ୍ତୁ ନଜର ପକାଇବା ସେହିଭଳି କିଛି ଖାଦ୍ଯ ଉପରେ ।

୧-ଶାଗ, ଶାଗ ସାଧାରଣତଃ ଓଡ଼ିଆ ରୋଷେଇ ଘରର ସ୍ଥାୟୀ ସଦସ୍ଯ । ସ୍ପିନାଚ, ମେଥି, ସୋରିଷ ଶାଗ ଓ କଦଳି ପତ୍ର ଶାଗକୁ ନିଜର ନିତି ଦିନିଆ ଡାଏଟରେ ସାମିଲ କରନ୍ତୁ । ଶାଗୁଆ ଶାଗରେ ପ୍ରଚୁର କ୍ୟାଲସିୟମ ଥାଏ । ତେଣୁ ଏହା ଅସ୍ଥି ଓ ଦାନ୍ତ ପାଇଁ ଉପକାରୀ ହୋଇଥାଏ ।

୨-ରାଶି, କ୍ୟାଲସିୟମରେ ଭରପୁର ଆଉ ଏକ ଖାଦ୍ୟ ହେଉଛି ରାଶି । ରାଶିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ । ଏହାକୁ ଆପଣ ସାଲାଡ୍ କିମ୍ବା ବ୍ରେଡ୍ ଉପରେ ପକାଇ ଖାଇ ପାରିବେ । ଏହା ସହିତ ଆପଣ ଏହାକୁ ସ୍ମୁଦିରେ ମିଶାଇ ମଧ୍ଯ ଖାଇପାରିବେ । ଏମିତିରେ ରାଶି ଲଡୁ ମଧ୍ୟ ଆପଣ ଖାଇ ପାରିବେ । ରାଶୀ ମଧ୍ଯ ଫାଇବର ଓ ପ୍ରୋଟିନର ଉତ୍ତମ ସ୍ରୋତ ହୋଇଥାଏ ।

୩-ଟୋଫୁ, ପନୀର ଭଳି ଦେଖାଯାଉଥିବା ଟୋଫୁ ମଧ୍ଯ କ୍ୟାଲସିୟମର ଏକ ଉତ୍ତମ ସ୍ରୋତ ଅଟେ । ଆମିଶ ଖାଉନଥିବା ମହିଳା ଏହାକୁ ନିଜ ଡାଏଟରେ ସାମିଲ କରିପାରିବେ ।

୪-ବାଦାମ, ବାଦାମ କ୍ୟାଲସିୟମ ଓ ଭିଟାମିନ ଡିର ମିଶ୍ରଣ ହୋଇଥାଏ । ଯାହା ଅସ୍ଥିକୁ ସୁସ୍ଥ ଓ ଶକ୍ତିଶାଳୀ କରିଥାଏ । ଏହାଛଡା ଏହା ମଧ୍ଯ ପ୍ରୋଟିନ,ଫାଇବର ଓ ଅନ୍ୟ ଭିଟାମିନର ପାୱାର ହାଉସ ଅଟେ । ତେଣୁ ନିଜ ଖାଦ୍ଯରେ ନିୟମିତ ବାଦାମ ନିଅନ୍ତୁ ।

୫-ମାଛ, ଆମିଷରେ ମାଛ କ୍ୟାଲସିୟମର ପାୱାର ହାଉସ୍ । ମାଛ କ୍ୟାଲସିୟମ ଓ ଭିଟାମିନ୍ ଡି’ ରହିଥାଏ । ଆପଣ ନିୟମିତ ଭାବେ ନିଜ ଖାଦ୍ୟରେ ମାଛ ସାମିଲ କଲେ ଆବଶ୍ୟକ କ୍ୟାଲସିୟମ ପାଇପାରିବେ । ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ରହିଥାଏ । 

ଏହି ସବୁ ଖାଦ୍ୟ ବ୍ୟତିତ ଖଜୁରି କୋଳି, ବ୍ରୋକଲି, ସୋୟାବିନ୍ ଓ ଦହି ମଧ୍ଯ ନିଜ ଖାଦ୍ୟରେ ସାମିଲ କରନ୍ତୁ । କାରଣ ଏଗୁଡିକ ମଧ୍ଯ କ୍ୟାଲସିୟମରେ ଭରପୁର । ଯଦି ଆପଣଙ୍କ ଡାଏଟରେ ଏହି ସବୁ ଖାଦ୍ୟର ଅଭାବ ଅଛି ତେବେ ତୁରନ୍ତ ନିଜ ଡାଏଟ୍ ବଦଳାନ୍ତୁ ଓ ଅସ୍ଥି ରକ୍ଷକ କ୍ୟାଲସିୟମର ସୁରକ୍ଷା କବଚକୁ ଆପଣାଇ ନିଅନ୍ତୁ ।

Also Read- Stocks to BUY: ଏହି ୫ଟି ସେୟାର ନିବେଶ ଆପଣଙ୍କୁ କରିପାରେ ଧନୀ !

Also Read- Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ