High blood pressure: ଉଚ୍ଚ ରକ୍ତଚାପ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...
Advertisement
Article Detail0/zeeodisha/odisha2219306

High blood pressure: ଉଚ୍ଚ ରକ୍ତଚାପ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...

High blood pressure: ଭାରତ ସମେତ ସାରା ବିଶ୍ୱରେ ବୃଦ୍ଧି ପାଉଛି ହାଇ ବ୍ଲଡ ପ୍ରେସର (High Blood Pressure) ରୋଗୀଙ୍କ ସଂଖ୍ୟା । ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୩ ପ୍ରତିଶତ ସହରୀ ଓ ୨୫ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଢ଼ିତ। 

High blood pressure: ଉଚ୍ଚ ରକ୍ତଚାପ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...

High blood pressure: ଭାରତ ସମେତ ସାରା ବିଶ୍ୱରେ ବୃଦ୍ଧି ପାଉଛି ହାଇ ବ୍ଲଡ ପ୍ରେସର (High Blood Pressure) ରୋଗୀଙ୍କ ସଂଖ୍ୟା । ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୩ ପ୍ରତିଶତ ସହରୀ ଓ ୨୫ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଢ଼ିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬୦ରୁ ୭୦ ପ୍ରତିଶତ ଲୋକ ଏହି ରୋଗରେ ଗମ୍ଭୀର ଭାବେ ଆକ୍ରାନ୍ତ ନହେବା ପର୍ଯ୍ୟନ୍ତ ଚିକିତ୍ସା ଆରମ୍ଭ କରିନାହାଁନ୍ତି ।

ବୟସ, ବଂଶାନୁବାଦ, ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ, ସୋଡିୟମର ମାତ୍ରାଥିକ ସେବନ ଓ ନିଶାସେବନ ଅଭ୍ୟାସ ରକ୍ତଚାପର ମୁଖ୍ୟ କାରଣ ।କିଛି ଲୋକଙ୍କ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସ୍ଥିତି କାରଣରୁ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ । ଏଥିରେ କିଡନୀ ରୋଗ, ଏଡର୍ଲ ଗ୍ଲେଣ୍ଡ ଟ୍ୟୁମର, ରକ୍ତ ବାହିକାରେ ଜନ୍ମଗତ ଦୋଷ,  ମାତ୍ରାଦିକ କିଛି ଔଷଧ ସେବନ ମଧ୍ୟ ଉଚ୍ଚ ରକ୍ତଚାପର କାରଣ ବୋଲି କୁହାଯାଏ ।

ଉଚ୍ଚ ରକ୍ତଚାପର ଲକ୍ଷଣ:

ଉଚ୍ଚ ରକ୍ତଚାପ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ପ୍ରଥମ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଯଦିଓ ରକ୍ତଚାପର ରିଡିଂ ବୃଦ୍ଧି ହେଉଥିବା ଚେକିଂ କରାଯାଇପାରିବ । ରକ୍ତଚାପ ବୃଦ୍ଧି ସ୍ଥିତିରେ ଆକ୍ରାନ୍ତ କିଛି ସମସ୍ୟା ଅନୁଭବ କରିପାରନ୍ତି । ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଯେମିତିକି ଅଧିକ ଝାଳ ବାହାରିବା, ଦୁଶ୍ଚିନ୍ତା ବୃଦ୍ଧି, ଅସହାୟ ଅନୁଭବ, ଅନିନ୍ଦ୍ରା, ଚିଡାପଣ ବୃଦ୍ଧି ସହ ମୁଣ୍ଡ ଘୁରାଇବା, ପ୍ରବଳ ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା, ମଝିରେ ମଝିରେ ଅଣ-ନିଶ୍ୱାସୀ ଲାଗିବା ପରି ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥାଏ।

ଦୀର୍ଘଦିନ ଧିରି ଉଚ୍ଚ ରକ୍ତଚାପ ଯୋଗୁ ଏଥେରୋସ୍କେଲେରୋସିସ ଜଟିଳତା ବଢଯାଇଥାଏ । ଏହା ରକ୍ତ ବାହିକା ଅନ୍ତଭାଗରେ ବ୍ଲକ ବନାଇବା ଯୋଗୁଁ ଧମନୀର ସଂକୀର୍ଣ୍ଣତା ବୃଦ୍ଧି ପାଇଥାଏ ।