Shani Gochar 2023: ଏହି ୫ ରାଶିର ଭାଗ୍ୟ ଚମକାଇବେ ଶନିଦେବ, ଚାକିରି କ୍ଷେତ୍ରରେ ଦେଖାଦେବ ପରିବର୍ତ୍ତନ
Advertisement
Article Detail0/zeeodisha/odisha1907398

Shani Gochar 2023: ଏହି ୫ ରାଶିର ଭାଗ୍ୟ ଚମକାଇବେ ଶନିଦେବ, ଚାକିରି କ୍ଷେତ୍ରରେ ଦେଖାଦେବ ପରିବର୍ତ୍ତନ

Shani Gochar 2023:  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ (Shani Dev) ଚଳିତ ମାସ( ଅକ୍ଟୋବର) ଅକ୍ଟୋବର ୧୫ ରେ ମୀନ ରୁ ବୃଷ ରାଶିକୁ ଚଳନ କରିବେ। ଏବଂ ୪ ନଭେମ୍ବରରୁ ପୁଣି ସେହି ରାଶିକୁ ଅର୍ଥାତ୍ ମୀନ ରାଶିକୁ (zodiac signs) ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ ୫ ଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବ। ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟରେ ଗ୍ରହମାନେ ସେମାନଙ୍କର ରାଶି ପରିବର୍ତ୍ତନ କରନ୍ତି।  ତେବେ,ଶନିଦେବ (Shani Dev) ନିଜ ଗ୍ରହ ଛାଡି ଅନ୍ୟ ଏକ ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଦିର୍ଘ ଦଶନ୍ଧି ପରେ ଏଭଳି ମହାସଂଯୋଗ ପଡୁଛି । କାହିଁକିନା, ଦୁର୍ଗାପୂଜା ପୂର୍ବରୁ ଶନିଦେବ (Shani Gochar 2023) ନିଜ ରାଶି ପରିବର୍ତ୍ତନ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ (Shani Dev) ଚଳିତ ମାସ( ଅକ୍ଟୋବର) ଅକ୍ଟୋବର ୧୫ ରେ ମୀନ ରୁ ବୃଷ ରାଶିକୁ ଚଳନ କରିବେ। ଏବଂ ୪ ନଭେମ୍ବରରୁ ପୁଣି ସେହି ରାଶିକୁ ଅର୍ଥାତ୍ ମୀନ ରାଶିକୁ (zodiac signs) ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ ୫ ଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବ। ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। 

Also Read: Gold Price Today: ପଡ଼ିଲା କି ଯୁଦ୍ଧର ପ୍ରଭାବ, କ୍ରମାଗତ ହ୍ରାସ ପରେ ପୁଣି ବଢିଲା ସୁନା ଦର

ଏହି ରାଶିର ଲୋକେ ହେବେ ଧନବାନ୍:

ମେଷ ରାଶି: ଶନିଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ।  ଆର୍ଥିକ ସ୍ଥିତି ମଜବୁତ୍ ହେବ । ଯେଉଁ ଲୋକଙ୍କ କ୍ୟାରିଅର ମଡିଆ, ଫିଲ୍ମ,ଅଭିନୟ, ଫେଶନ ଡିଜାଇନିଂ ସମ୍ବଧିତ ଅଟେ,ସେମାନଙ୍କ ପାଇଁ ସମୟ ବହୁତ ଭଲ ରହିବ।  ସେମାନଙ୍କୁ କ୍ୟାରିଅରରେ ସଫଳତା ମିଳିବ । ଏ-ହି ସମୟ ଆପଣଙ୍କ ପ୍ରେମ ଜୀବନ ପାଇଁ ଅତ୍ୟନ୍ତ ପ୍ରତିକୂଳ ରହିବ। ଅବିବାହିତ ଲୋକଙ୍କ ପାଇଁ ଏହି ସମୟ ଭଲ ରହିଛି । ବିବାହ ଯୋଗ ମଧ୍ୟ ଫିଟିଛି । ଦିର୍ଘ ଦିନ ହୋଇପାରୁନଥିବା କାର୍ଯ୍ୟ ମଧ୍ୟ ଏହି ସମୟରେ ସମ୍ପୁର୍ଣ୍ଣ ହେବ ।  ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ପୁରୁଣା ବିନିଯୋଗରୁ ମଧ୍ୟ ଆପଣ ଲାଭବାନ୍ ହେବେ। 

ବୃଷ ରାଶି: ସେହିପରି ଶନିଙ୍କ କୃପାରୁ ମେଷ ରାଶିର ଲୋକଙ୍କ ଭାଗ୍ୟରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଆପଣଙ୍କୁ ବିଭିନ୍ନ ସ୍ରୋତରୁ ଧନଲାଭ କରିବେ। ଏହାଛଡ଼ା ଆପଣଙ୍କୁ ଆକସ୍ମିକ ଧନ ଲାଭ ଯୋଗ ମଧ୍ୟ ରହିଛି । ଉଧାର ଧନ ଫେରି ପାଇବେ । ଓକିଲ, ଶିକ୍ଷକ ଓ ମାର୍କେଟିଂ କ୍ୟାରିୟରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଭଲ ସମୟ ରହିଛି ।  ଏହି ବୃତ୍ତିରେ ଥିବା ଲୋକଙ୍କୁ ନୂଆ ଚାକିରି ଅଫର ମିଳିପାରେ। ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଖାସ୍ କରି, ରାଜନୀତି ସହିତ ଜଡିତ ଥିବା ଲୋକେ ଏହି ସମୟରେ ଦଳ ପରିବର୍ତ୍ତନ କଲେ ଶୁଭଫଳ ପାଇବେ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ସ୍ବାସ୍ଥ୍ୟ ଭଲ ରହିବ। 

ମିଥୁନ ରାଶି: ଆଉ ଦିନ କେଇଟା ପରେ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବ। ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ସେହିପରି, କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନୋତି ମିଳିବାର ମଧ୍ୟ ସମ୍ଭାବନା ମଧ୍ୟ ରହିଛି । ଏବଂ ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଆଶାୟୀଙ୍କୁ ସରକାରୀ ଚାକିରି ମଧ୍ୟ ମିଳିବାର ସମ୍ଭାବନା ରହିଛି । ସେହିପରି କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଏହି ସମୟରେ ଶୁଭଫଳ ପାଇବେ।  ଆପଣ ଏହି ଅବଧି ମଧ୍ୟରେ ନୂଆ ଗାଡି଼ ଓ ଘର କିଣିବାର ମଧ୍ୟ ସମ୍ଭାବନା ରହିଛି। 

କନ୍ୟା ରାଶି: କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି । କାର୍ଯ୍ୟାଳୟରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଅବିବାହିତ ମାନଙ୍କ ବିବାହ ସ୍ଥିର ହୋଇପାରେ । ଏହି ସମୟରେ ବିଦେଶ ଭ୍ରମଣ ନେଇ ସୁଯୋଗ ସୃଷ୍ଟି ହୋଇପାରେ । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ, ସମାଜରେ ମାନ ସମ୍ମାନ ମିଳିବ । ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। 

ଧନୁ ରାଶି : ଏହି ସମୟରେ ଆପଣଙ୍କୁ ସରକାରୀ ଚାକିରୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । କାର୍ଯ୍ୟାଳୟରେ ଆପଣଙ୍କୁ ନୂଆ ଏକ ଦାୟିତ୍ବ ମିଳିପାରେ। ଏହା ସହ ଆପଣଙ୍କର ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହୋଇପାରେ।  ଏବଂ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି । ଦୀର୍ଘ ଦିନ ଧରି ଚାଲିଥିବା  କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ରାୟ ଆସିବାର ସମ୍ଭାବନା ରହିଛି । ଏହି ସମୟରେ ଆପଣ ନୂଆ ଘର ଓ ଗାଡି ମଧ୍ୟ କିଣି ପାରନ୍ତି। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)