Makar Sankranti: ମକର ସଂକ୍ରାନ୍ତିରୁ ଏହି ୫ ରାଶିର ବ୍ୟକ୍ତି ହେବେ ମାଲାମାଲ୍‌ ,ମିଳିବ ଅଜସ୍ର ସଫଳତା !
Advertisement
Article Detail0/zeeodisha/odisha1524948

Makar Sankranti: ମକର ସଂକ୍ରାନ୍ତିରୁ ଏହି ୫ ରାଶିର ବ୍ୟକ୍ତି ହେବେ ମାଲାମାଲ୍‌ ,ମିଳିବ ଅଜସ୍ର ସଫଳତା !

Makar Sankranti Date Tithi 2023: ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ ।

Makar Sankranti: ମକର ସଂକ୍ରାନ୍ତିରୁ ଏହି ୫ ରାଶିର ବ୍ୟକ୍ତି ହେବେ ମାଲାମାଲ୍‌ ,ମିଳିବ ଅଜସ୍ର ସଫଳତା !

Makar Sankranti Date Tithi 2023: ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ଏହି ବର୍ଷ,ଜାନୁୟାରୀ ୧୪,୨୦୨୩  ରାତି ପ୍ରାୟ ୮ଟା ସମୟରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ଏବଂ ମକର ସଂକ୍ରାନ୍ତି ପାଳନ କରିବାର ଶୁଭ ସମୟ ଜାନୁୟାରୀ ୧୫ ବୋଲି ଜ୍ୟାତିର୍ବିତ ଓ ପଣ୍ତିତମାନେ ଗଣନା କରିଛନ୍ତି । ମକର ସଂକ୍ରାନ୍ତିଙ୍କ ଦିନ ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି।

ଏହି ୫ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମକର ସଂକ୍ରାନ୍ତି ଠାରୁ ଚମକିବା ଆରମ୍ଭ କରିବ: 

ମେଷ -ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ମକର ସଂକ୍ରାନ୍ତି ଠାରୁ ଏମାନଙ୍କ ଦିନ ଖୁବ ଶୁଭ ହେବା ଆରମ୍ଭ ହେବ । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଧିରେ ଧିରେ ଦୂର ହେବ । ଏବଂ ଚାକିରୀ ସମସ୍ୟା ମଧ୍ୟ ଦୂର ହେବାର ସମ୍ଭାବନା ରହିଛି । ଏହାସହ ଆପଣଙ୍କ ପରିବାରରେ କିଛି ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଘଟିବାର ମଧ୍ୟ ସମ୍ଭାବନା ରହିଛି।

ସିଂହ - ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ମକର ସଂକ୍ରାନ୍ତି ଦିନ ଠାରୁ ଶୁଭ ଦିନ ଆରମ୍ଭ ହେଉଛି । ନୂତନ ଚାକିରୀରର ସୁଯୋଗ ରହିଛି । ଏବଂ ଶତ୍ରୃମାନେ ପରାସ୍ତ ହେବେ । ଆମଦାନୀ-ରପ୍ତାନିରେ ଜଡିତ ଲୋକମାନେ ବିପୁଳ ଲାଭ କରିବେ। ଏହା କୁହାଯାଇପାରେ ଯେ,ଏହିଦିନ ଠାରୁ ଉଭୟ ଚାକିରି ଏବଂ ବ୍ୟବସାୟିକ  ଦୃଷ୍ଟିରୁ ପ୍ରଗତିର ନୂତନ ବାଟ ଖୋଲିବ । 

କନ୍ୟା- ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ସଂକ୍ରାନ୍ତିକୁ ଗମନ କରନ୍ତି । ଏହି ଦିନ କନ୍ୟା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ଚମକିବ । ମାନ ସମ୍ମାନ ବୃଦ୍ଧି ହେବା ସହ ଆପଣ ଯେ କୌଣସି ବଡ କାର୍ଯ୍ୟ ଓ ପରୀକ୍ଷାରୁ ସଫଳତା ପାଇବେ ।  ବ୍ୟବସାୟରେ ବହୁତ ଲାଭ ମିଳିବ। ପରିବାରର ମୁଖ୍ୟଙ୍କ ଠାରୁ ସମର୍ଥନ ପାଇବେ ।

ବିଛା - ବିଛାରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ମକର ସଂକ୍ରାନ୍ତି ଠାରୁ ଭଲ ଦିନ ଆରମ୍ଭ ହେଉଛି । ଆତ୍ମବିଶ୍ବାସ ଓ ସାହାସ ବଢିବ । କାର୍ଯ୍ୟରେ ସଫଳତା ମିଳିବ। ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ। ଏକ ଭ୍ରମଣରେ ମଧ୍ୟ ଯାଇ ପାରିବେ। ସରକାରୀ ଚାକିରିରେ ଥିବା ଲୋକମାନେ କିଛି ଭଲ ଖବର ପାଇପାରିବେ ।

ମକର - ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ତେବେ, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଦିନ ବେଶ ଗୁରୁତ୍ବପୂର୍ଣ୍ଣ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଅଧାରେ ଅଟକିଥିବା କାର୍ଯ୍ୟ ମଧ୍ୟ ପୁରା ହେବ । ପ୍ରଗତିର ରାସ୍ତା ଖୋଲିବ। ପୁରୁଣା ରୋଗରୁ ମୁକ୍ତି ପାଇପାରିବେ। ଏବଂ ଏକ ଦୂର ଯାତ୍ରା କରିପାରିବେ ।