୧୬୦ ବର୍ଷ ପରେ ପଡ଼ିଛି ମହାସଂଯୋଗ: ଏହି ସବୁ ରାଶିର ବ୍ୟକ୍ତିମାନେ କରନ୍ତୁ ମହାମନ୍ତ୍ର ଜପ; ମହାଦେବ କରିଦେବେ ସୁଖ ଓ ଧନର ବର୍ଷା
Advertisement
Article Detail0/zeeodisha/odisha1588045

୧୬୦ ବର୍ଷ ପରେ ପଡ଼ିଛି ମହାସଂଯୋଗ: ଏହି ସବୁ ରାଶିର ବ୍ୟକ୍ତିମାନେ କରନ୍ତୁ ମହାମନ୍ତ୍ର ଜପ; ମହାଦେବ କରିଦେବେ ସୁଖ ଓ ଧନର ବର୍ଷା

ସୋମବାର ହେଉଛି ଦେବଙ୍କ ଦେବ ମହାଦେବଙ୍କ ଦିନ। ଏହିଦିନ ମହାଦେବଙ୍କୁ ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। 

୧୬୦ ବର୍ଷ ପରେ ପଡ଼ିଛି ମହାସଂଯୋଗ: ଏହି ସବୁ ରାଶିର ବ୍ୟକ୍ତିମାନେ କରନ୍ତୁ ମହାମନ୍ତ୍ର ଜପ; ମହାଦେବ କରିଦେବେ ସୁଖ ଓ ଧନର ବର୍ଷା

Shiva Mantra: ସୋମବାର (Monday) ଭୋଲେନାଥଙ୍କୁ (Bholenath) ପୂଜା କରାଯାଏ। ଭଗବାନ ଶିବଙ୍କୁ (Lord Shiba) ପୂଜା କରିବା ପାଇଁ ଏହି ଦିନ ସର୍ବୋତ୍ତମ। କୁହାଯାଏ ଯେ ଭୋଲେନାଥ ଏତେ ଭୋଳା ହୋଇଥାନ୍ତି ଯେ ଅତି ସରଳ ପଦକ୍ଷେପ ଦ୍ୱାରା ମଧ୍ୟ ସେ ଖୁସି ହୁଅନ୍ତି। ପୁରାଣ ଅନୁଯାୟୀ ସୋମବାର ମହାଦେବଙ୍କ ପୂଜା କଲେ ବିଶେଷ ଫଳ ମିଳିଥାଏ। ଏହା ସହିତ ସମସ୍ତ ଇଚ୍ଛା ମଧ୍ୟ ପୂରଣ ହୋଇଥିବା ନେଇ ବିଶ୍ୱାସ କରାଯାଏ। ସୋମବାର କିଛି ମନ୍ତ୍ର ଜପ କରି ଭୋଲେନାଥ ଖୁବ୍ ଶୀଘ୍ର ଖୁସି ହୁଅନ୍ତି ଏବଂ ଇଚ୍ଛା ପୂରଣ କରନ୍ତି। ଆସନ୍ତୁ ଜାଣିବା ଶିବଙ୍କର ଏହି ଚମତ୍କାର ମନ୍ତ୍ରଗୁଡ଼ିକ।

ଶିବ ନମସ୍କାର ମନ୍ତ୍ର
ମହଦେବଙ୍କୁ ଖୁସି କରିବାକୁ ହେଲେ ଏହି ମନ୍ତ୍ରକୁ ପୂଜା ପୂର୍ବରୁ ପାଠ କରନ୍ତୁ। ଏପରି କରିବା ଦ୍ୱାରା ମହାଦେବ ଖୁବ ଶୀଘ୍ର ଖୁସି ହୁଅନ୍ତି।
ସମ୍ଭାବାୟ ଚଃ ମୟୋଭବାୟଚ ନମଃ
ଶଙ୍କରାୟ ଚଃ ମୟସ୍କରାୟଚ ନମଃ
ଶିବାୟ ଚଃ ଶିବତରାୟ ଚଃ
ଇଶାନ: ସର୍ବବିଧ୍ୟାନାମୀଶ୍ୱରଃ
ସର୍ବଭୁତାନାଂ ବ୍ରହ୍ମାଧିପତିମହିର୍ବମ୍ହଣୋଧପତିବ୍ରହ୍ମା ଶୀବୋ ମେ ଅସ୍ତୁ ସଦାଶିବୋମ ।।

ପଞ୍ଚାକ୍ଷରୀ ମନ୍ତ୍ରୀ
ଏହି ମନ୍ତ୍ରକୁ ଶ୍ରଦ୍ଧାପୂର୍ବକ ଜପ କରିବା ଫଳରେ ସମସ୍ତ ସଂକଟ ଦୂର ହୋଇଥାଏ। 
ଓଁ ନମଃ ଶିବାୟ

ଶିବ ନାମାବଳୀ ମନ୍ତ୍ର
ସୋମବାର ପୂଜା କରିବା ସମୟରେ ଶିବ ନାମାବଳିକୁ ଜପ କରିବା ଫଳରେ ଅଧିକ ଫଳପ୍ରଦ ହୋଇଥାଏ। 
।। ଶ୍ରୀ ଶିବାୟ ନମଃ ।।
।। ଶ୍ରୀ ଶଙ୍କରାୟ ନମଃ ।।
।। ଶ୍ରୀ ମହେଶ୍ୱରାୟ ନମଃ ।।
।। ଶ୍ରୀ ସାମ୍ବସଦାଶିବାୟ ନମଃ ।।
।। ଶ୍ରୀ ରୁଦ୍ରାୟ ନମଃ ।।
।। ଓମ ପାର୍ବତୀପତୟେ ନମଃ ।।
।।ଓମ ନମୋ ନୀଳକଣ୍ଠାୟ ନମଃ ।।

ମହାମୃତ୍ୟୁଞ୍ଜୟ ନମଃ
ଏହି ମନ୍ତ୍ରକୁ ଜପ କଲେ ନିୟମିତ ଶରୀର ସୁସ୍ଥ ରହିଥାଏ। ଭାଗ୍ୟ ଦୋଷ ତଥା ସମସ୍ତ ପ୍ରକାର ସଂକଟ ଦୂର ହୋଇଥାଏ। 
ଓଁ ତ୍ରୟମ୍ବକମ ୟଜାମହେ ସୁଗନ୍ଧି ପୃଷ୍ଟିବର୍ଦ୍ଧନମ
ଉର୍ବାରୁକମିଭ ବନ୍ଧନାନ ମୃତ୍ୟୁର୍ମୃକ୍ଷୀୟ ମାମୃତାତ

ଶିବ ଗାୟତ୍ରୀ ମନ୍ତ୍ର
ଗାୟତ୍ରୀ ମନ୍ତ୍ର ଜପ କରିବା ଫଳରେ ପିତୃ ଦୋଷ, କାଳସର୍ପ ଦୋଷ, ରାହୁ କେତୁ ତଥା ଶନିଙ୍କ କୁ ପ୍ରଭାବରୁ ମୁକ୍ତି ମିଳିଥାଏ।
ଓମ ତତ୍ପୁରୁଷାୟ ବିଜ୍ଞାହେ ମହାଦେବାୟ ଧିମହି ତନ୍ନୋ ରୁଦ୍ର୍ ପ୍ରଚୋଦୟାତ

ଲଘୁ ମହାମୃତ୍ୟୁଞ୍ଜୟ ମନ୍ତ୍ର
ଯେଉଁ ଲୋକମାନଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା କଷ୍ଟକର ହୋଇଥାଏ ସେମାନଙ୍କ ପାଇଁ ଲଘୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଆବଶ୍ୟକ। ଏଭଳି କରିବା ଦ୍ୱାରା ବହୁ ଦୂରାରୋଗ ଦୂର ହୋଇଥାଏ। 

ଓଁ ହୌଂ ଜୁଂ ସଃ

Also Read: Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩୯୦୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

Also Read: SA vs AUS: ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ଜିତିଲା ଅଷ୍ଟ୍ରେଲିଆ

Disclaimer: ଉପରେ ଦିଆଯାଇଥିବା ତଥ୍ୟ ଉପରେ ZEE ODISHA NEWS ବିଶ୍ୱାସ କରେ ନାହିଁ। ଏହା ZEE ODISHA NEWSର ନିଜସ୍ୱ ମତାମତ ନୁହେ।