Health Tips: ସବୁବେଳେ ଚାପଗ୍ରସ୍ତ ରହୁଛନ୍ତି କି? ତାହାଲେ ଖାଆନ୍ତୁ ଏହିସବୁ ଖାଦ୍ୟ
Advertisement

Health Tips: ସବୁବେଳେ ଚାପଗ୍ରସ୍ତ ରହୁଛନ୍ତି କି? ତାହାଲେ ଖାଆନ୍ତୁ ଏହିସବୁ ଖାଦ୍ୟ

Health Tips: ଶରୀରରେ ହରମୋନ୍ ର ବେଶ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି। ବୟସ ବଢିବା ସହ ଏଥିରେ ପରିବର୍ତ୍ତନ ଦେଖାଦେଇଥାଏ । ମଣିଷର ଖୁସି ହେବାଠାରୁ ଆରମ୍ଭ କରି ରାଗିବା ଓ କାନ୍ଦିବା ପର୍ଯ୍ୟନ୍ତ ହରମୋନ୍ ର ବହୁତ ବେଶ ପ୍ରଭାବ ରହିଥାଏ । ଏହି କାରଣରୁ ଦୁର୍ବଳ ଓ ଅସୁସ୍ଥ ଲୋକମାନେ ଅଧିକ ଚିଡ଼ିଚିଡ଼ା ସ୍ବଭାବର ହୋଇଥାଆନ୍ତି ।

ସୌ(ସୋସିଆଲ ମିଡିଆ)

ଶରୀରରେ ଥିବା କିଛି ହରମୋନ୍ ଏମିତି ମଧ୍ୟ ରହିଥାଏ ଯାହା ଆମ ରକ୍ତ ପ୍ରବାହ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ ଏହାକୁ ଆରାମ ଦେଇଥାଏ। ଏପରି ହେବା ଦ୍ବାରା ଜଣେ ବ୍ୟକ୍ତି ଖୁସି ଅନୁଭବ କରିଥାଏ। ଏହାକୁ ‘ହାପି ହର୍‌ମୋନ୍’ ବୋଲି କୁହାଯାଏ। ସେହିପରି ସେରୋଟୋନିନ୍, ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ଭଳି ଅନେକ ହରମୋନ୍ ମଧ୍ଯ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଏହି ହାପି ହରମୋନ୍‌ ସକ୍ରିୟ ହୋଇଥାଏ।

ବାଦାମ ଜାତୀୟ ଖାଦ୍ୟ

ହାପି ହରମୋନ୍‌ ପାଇଁ ବାଦାମ ଜାତୀୟ ଖାଦ୍ୟ ବେଶ ଉପଯୋଗୀ ହୋଇଥାଏ । କାଜୁ, ପିସ୍ତା, ବାଦାମ ଓ ଅଖରୋଟ୍ ପରି ଡ୍ରାଇ ଫୁଟ୍ସରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ । ଯାହା ଶରୀରରେ ହାପି ହରମୋନ୍‌ କୁ ସକ୍ରିୟ କରିଥାଏ ।

ସବୁଜ ପତ୍ର ଥିବା ପନିପରିବା

ସବୁଜ ପତ୍ରଯୁକ୍ତ ପରିବା ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଏଥିରେ ଅନେକ ମାତ୍ରାରେ ଭିଟାମିନ୍ ଓ ପୋଷକ ତତ୍ତ୍ବ ଭରି ରହିଥାଏ । ଯାହା ଚାପ ହ୍ରାସ କରିବା ସହ ହାପି ହରମୋନ୍ କୁ ସକ୍ରିୟ କରିଥାଏ ।

ଜାମୁକୋଳି

ପାଟିକୁ ସୁଆଦିଆ ଲାଗୁଥିବା ଜାମୁ କୋଳି ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଲାଭଦାୟକ ହୋଇଥାଏ । ଏଥିରେ ବହୁ ମାତ୍ରାରେ ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ଶରୀରକୁ କ୍ଷତିକାରକ ଜୀବାଣୁରୁ ରକ୍ଷା କରିଥାଏ। ଯାହା ଫଳରେ ଚାପ ହ୍ରାସ ହେବା ସହ ମଣିଷ ଖୁସି ଅନୁଭବ କରିଥାଏ ।

ଡାର୍କ ଚକୋଲେଟ୍

ଡାର୍କ ଚକୋଲେଟ୍ ହାପି ହରମୋନର ଏକ ଉତ୍ତମ ଉତ୍ସ ଅଟେ।  ଚକୋଲେଟ୍ ଖାଇବା ଦ୍ବାରା ମୁଡ଼ ଠିକ୍ ହୋଇଥାଏ । ଏଥିରେ ମିନେରାଲ୍ସ ଓ ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ଏଞ୍ଜାଇଟି ଦୂର କରିବାରେ ବେଶ ସହାୟକ ଅଟେ ।

ଏଭୋକାଡୋ

ଶରୀର ପାଇଁ ଲାଭଦାୟୀ ଏଭୋକାଡୋ ଭିଟାମିନ୍ B6ର ଏକ ଉତ୍କୃଷ୍ଟ ଉତ୍ସ ଅଟେ। ଏହା ଖାଇବା ଦ୍ବାରା ମୁଡ୍‌ ଠିକ୍ ହେବା ସହ ହାପି ହରମୋନ୍‌କୁ ସକ୍ରିୟ କରିଥାଏ। ସ୍ୱାସ୍ଥ୍ୟ ପାଇଁ ଏହାର ସେବନ ଅନେକ ଉପକାର ଆଣିଥାଏ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)