International Yoga Day 2024 : ଯୋଗାଭ୍ୟାସ ମନ ଓ ଶରୀରକୁ ସୁସ୍ଥ ରଖେ
Advertisement
Article Detail0/zeeodisha/odisha2301422

International Yoga Day 2024 : ଯୋଗାଭ୍ୟାସ ମନ ଓ ଶରୀରକୁ ସୁସ୍ଥ ରଖେ

International Yoga Day 2024 : ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସ 2024 ର ବିଷୟବସ୍ତୁ ହେଉଛି ନିଜ ଏବଂ ସମାଜ ପାଇଁ ଯୋଗ।

yoga

International Yoga Day 2024 :  ଯୋଗ କେବଳ ଶାରୀରିକ ଆରୋଗ୍ୟ ଏବଂ ଫିଟନେସ୍ ବିଷୟରେ ନୁହେଁ, ଏହା ସୁସ୍ଥତା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟକୁ ଅନ୍ତର୍ଭୁକ୍ତ କରେ ଯେଉଁଥିରେ ଭାବପ୍ରବଣ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗ ଅନ୍ତର୍ଭୁକ୍ତ । ଯୋଗାଭ୍ୟାସ ଶ୍ୱାସକ୍ରିୟା ନିୟନ୍ତ୍ରଣ ସହ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ । ଯୋଗ ଆମର ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆଜିଠାରୁ ନୁହେଁ ବରଂ ବହୁ ବର୍ଷ ଧରି ଏହା ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି । ଏହାକୁ ଧ୍ୟାନରେ ରଖି ଯୋଗ ବିଷୟରେ ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜୁନ୍ 21କୁ ପ୍ରତିବର୍ଷ 'ଅନ୍ତର୍ଜାତୀୟ ଯୋଗ ଦିବସ' ଭାବରେ ପାଳନ କରାଯାଏ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଯୋଗ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ଯୋଗ ଶରୀର, ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ ।

ଯୋଗ ଶବ୍ଦ ସଂସ୍କୃତ ଭାଷା ୟୁଜରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ଯୋଗଦେବା କିମ୍ବା ଏକ ହେବା । ଯୋଗର ଉଦ୍ଦେଶ୍ୟ ହେଉଛି ଆତ୍ମ-ହୃଦୟଙ୍ଗମ, ସମସ୍ତ ପ୍ରକାରର ଦୁଃଖକୁ ଦୂର କରି ମୁକ୍ତି କିମ୍ବା ସ୍ବାଧୀନତା ପ୍ରଦାନ କରିବା ।

୨୦୧୪ ମସିହାରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ମୁଳଦୁଆ ପକାଇଥିଲେ । ମିଳିତ ଜାତିସଂଘ ବୈଠକରେ ମୋଦି ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ଏହାକୁ 177ଟି ଦେଶର ସମର୍ଥନ ମିଳିଥିଲା । ଏହାପରେ 2015ରୁ ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି ।  ଆଜି ଭାରତୀୟ ପ୍ରାଚୀନ ଯୋଗାଭ୍ୟାସକୁ ସମଗ୍ର ବିଶ୍ବ ଆପଣାଇଛି । ଯୋଗ ଦ୍ବାରା ଶରୀର ଫିଟ ରହିବା ସହିତ ରୋଗ ମଧ୍ୟ ଦୂରେଇ ରୁହେ । ପ୍ରତିଦିନ ଯୋଗାଭ୍ୟାସ ଦ୍ବାରା ମାନସିକ ଚାପ ଓ ଅବସାଦ ଦୂର ହୋଇ ଶରୀର ସକ୍ରିୟ ଓ ସତେଜ ରହିଥାଏ ।

 ନିୟମିତ ଯୋଗ ଫଳରେ ଓଜନ ହ୍ରାସ ପାଏ । ମାଂସପେଶୀଗୁଡ଼ିକ ମଜଭୁତ ହେବା ସଙ୍ଗେସଙ୍ଗେ ସନ୍ତୁଳିତ ହୋଇଯାଏ । 'ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ର ବିଷୟବସ୍ତୁ ବା ଥିମ୍‌ ହେଉଛି ନିଜ ଏବଂ ସମାଜ ପାଇଁ ଯୋଗ"

ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି ।  ରାଜ୍ୟସ୍ତରୀୟ ଯୋଗ ଦିବସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ମୁଖ୍ୟ କର୍ଯ୍ୟକ୍ରମକୁ ବାଦ ଦେବା ପରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଅଂଶଗ୍ରହଣ କରିବେ ।