ଟିଭି ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପୁଲିସ ଟିମ୍
Advertisement
Article Detail0/zeeodisha/odisha2313646

ଟିଭି ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପୁଲିସ ଟିମ୍

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା।

ଟିଭି ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପୁଲିସ ଟିମ୍

ଭୁବନେଶ୍ଵର: ଟିଭି ସାମ୍ୱାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣାରେ ପୂର୍ବତନ ମନ୍ତ୍ରୀଙ୍କୁ ହରଡ଼ଘଣାରେ ପକାଇଛି। ଘଟଣାର ତଦନ୍ତ ପାଇଁ ଆଜି ପୁଣି ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଲିସ ପହଞ୍ଚିଛି। ପୁଲିସର ତିନି ଜଣିଆ ଟିମ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। 

ଅନ୍ୟପଟେ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ପୁଲିସ ଏବେ ଏହି ମାମଲାରେ ତଦନ୍ତ କରିବାକୁ ଆସି ଦ୍ୱିତୀୟ ଥର କ୍ୱାର୍ଟସରେ ପହଞ୍ଚିଛି। 

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପୁଲିସ ଯେତେବେଳେ ତଦନ୍ତ କରିବାକୁ ଆସିଥିଲା କହିଥିଲା, ରଘୁନନ୍ଦନଙ୍କ କ୍ୱାର୍ଟସର ସିସିଟିଭି ଫୁଟେଜ୍ ମଗାଯାଇଛି। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟସ ଭଙ୍ଗାଯାଉଛି। ଏହାର ଭିଜୁଆଲ ନେବା ପାଇଁ ସଂପୃକ୍ତ ସାମ୍ବାଦିକା ରଘୁନନ୍ଦନଙ୍କ କ୍ୱାର୍ଟସରେ ପଶିଥିଲେ। ଏଥିପାଇଁ ସେ ସିକ୍ୟୁରିଟି ଗାର୍ଡଙ୍କ ଅନୁମତି ନେଇଥିବା କହିଥିଲେ ସାମ୍ବାଦିକା। ତେବେ ରଘୁନନ୍ଦନ ଏହାକୁ ଖାରଜ କରିଛନ୍ତି। ବିଜେଡିର ଏହି ପୂର୍ବତନ ବିଧାୟକ କୁକୁର ଛାଡିବାକୁ କହିଥିବା ସ୍ୱୀକାର କରିଛନ୍ତି। ସେ ନିଜେ ପାଲଟା ମାମଲା ଦାୟର କରିବେ ବୋଲି କହିଛନ୍ତି। ବିଜେଡି ନେତାଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକମାନେ ରାଜଧାନୀରେ ଆନ୍ଦୋଳନ କରିଥିଲେ। ଏପରିକି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଏହାପରେ ଆଜି ପୁଲିସ ଦ୍ୱିତୀୟ ଥର ଲାଗି ତଦନ୍ତ କରିବାକୁ ପୂର୍ବତନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଛି।