ଅଧିକ ଶୋଇବା ଲୋକ ରୁହନ୍ତୁ ସତର୍କ, ହୋଇପାରନ୍ତି ଏସବୁ ରୋଗର ଶିକାର
Advertisement
Article Detail0/zeeodisha/odisha1257509

ଅଧିକ ଶୋଇବା ଲୋକ ରୁହନ୍ତୁ ସତର୍କ, ହୋଇପାରନ୍ତି ଏସବୁ ରୋଗର ଶିକାର

Health Alert : ଯେପରି କମ୍ ଶୋଇବା ଜଣେ ବ୍ୟକ୍ତିଙ୍କ ପାଇଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ, ସେହିଭଳି ଅତ୍ୟଧିକ ନିଦ (୭-୮ ଘଣ୍ଟାରୁ ଅଧିକ) ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଜାଣନ୍ତୁ କାରଣ ...

ସୌ: ସୋସିଆଲ ମିଡିଆ

Side Effects of Sleeping Too Much: ପ୍ରାୟତଃ ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେ ସେମାନେ ବିଳମ୍ବରେ ଉଠନ୍ତି । ଯଦି ଆପଣ ମଧ୍ୟ ଏହିପରି କିଛି ଲୋକଙ୍କ ମଧ୍ୟରେ ଅଛନ୍ତି, ତେବେ ଆଜିଠାରୁ ଆପଣଙ୍କର ଏହି ଖରାପ ଅଭ୍ୟାସକୁ ସୁଧାରି ନିଅନ୍ତୁ । ଯେପରି କମ୍ ଶୋଇବା ଜଣେ ବ୍ୟକ୍ତିଙ୍କ ପାଇଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ, ସେହିପରି ଭାବରେ, ଅତ୍ୟଧିକ ଶୋଇବା (୭-୮ ଘଣ୍ଟାରୁ ଅଧିକ) ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଜାଣନ୍ତୁ ଆବଶ୍ୟକତାଠାରୁ ଅଧିକ ଶୋଇବା ଦ୍ୱାରା କେଉଁ ସମସ୍ୟାଗୁଡିକ ସୃଷ୍ଟି ହୁଏ ...

ଡାଇବେଟିଜ-
ଦୀର୍ଘ ସମୟ ଶୋଇବା ଦ୍ୱାରା ବ୍ୟକ୍ତିର ଶାରୀରିକ କାର୍ଯ୍ୟକଳାପ କମିଯାଏ ଓ ସୁଗାର ଲେଭଲ ବୃଦ୍ଧି ହେବାର ଆଶଙ୍କା ବଢିଥାଏ । PLOS ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, 9 ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ବ୍ୟକ୍ତିଙ୍କ ଶରୀରରେ ଡାଇବେଟିଜ ଅର୍ଥାତ ମଧୁମେହ ହେବାର ଆଶଙ୍କା ବଢିଥାଏ ।

ମୁଣ୍ଡବିନ୍ଧା-
ବେଳେବେଳେ ଅଧିକ ଶୋଇ ଉଠିବା ପରେ ଜଣେ ମୁଣ୍ଡରେ ଯନ୍ତ୍ରଣା ଓ ମୁଣ୍ଡ ଭାରି ଭାରି ଲାଗିବା ଅନୁଭବ କରେ । ଏଭଳି ପରିସ୍ଥିତିରେ କଫି ପିଇବା ଯନ୍ତ୍ରଣାରୁ ମୁକ୍ତି ପାଇଁ ସହାୟକ ହୋଇପାରେ ।

ହୃଦରୋଗ-
ଆମେରିକୀୟ ଏକାଡେମୀ ଅଫ୍ ସ୍ଲିପ ମେଡିସିନ୍ ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଅଧିକ ନିଦ ହେବା ଦ୍ୱାରା ହୃଦଘାତର ଆଶଙ୍କା ବଢିଥାଏ । ଏହି ଗବେଷଣା ଅନୁଯାୟୀ, ଯେଉଁ ମହିଳାମାନେ ୯ ରୁ ୧୧ ଘଣ୍ଟା ଶୋଇଥା’ନ୍ତି, ସେମାନେ ହୃଦଘାତର ସମ୍ଭାବନାକୁ ୩୮ ପ୍ରତିଶତ ବଢିଯାଏ ।

ଡିପ୍ରେସନ-
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅତ୍ୟଧିକ ଶୋଇବା ମଧ୍ୟ ଡିପ୍ରେସନର କାରଣ ହୋଇପାରେ । PLOS ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଅଧିକ ଶୋଇବା ଡିପ୍ରେସନର କାରଣ ହୋଇପାରେ । କେବଳ ଏତିକି ନୁହେଁ, ଦୀର୍ଘ ସମୟ ଶୋଇବା ଯୋଗୁଁ, ବ୍ୟକ୍ତିର ଭିତରେ ଚାପ ରହିଥାଏ ଓ ତାଙ୍କ ମନ ଦୈନନ୍ଦିନ କାର୍ଯ୍ୟରେ ନିୟୋଜିତ ନଥାଏ ।

ପିଠି ବ୍ୟଥା-
ଯେଉଁ ଲୋକମାନେ ଏକ ଚେୟାରରେ ବସି ଘଣ୍ଟା ଘଣ୍ଟା କାମ କରନ୍ତି, ଯଦି ସେମାନେ ଦୀର୍ଘ ସମୟ ଶୋଇଥା’ନ୍ତି, ତେବେ ସେମାନଙ୍କର ପିଠି ଯନ୍ତ୍ରଣା, ବେକ, କାନ୍ଧରେ ଯନ୍ତ୍ରଣା ହୋଇପାରେ ।

ମୋଟାପଣ-
ଦୀର୍ଘ ସମୟ ଶୋଇବା ଯୋଗୁଁ ଶାରୀରିକ କାର୍ଯ୍ୟକଳାପ କମ୍ ହୋଇଯାଏ । ବ୍ୟକ୍ତି ଅଧିକାଂଶ ସମୟ ଖାଇବା, ବସିବା କିମ୍ବା ଶୋଇବାରେ ବିତାଇଥାଏ । ଯାହା ଆଗକୁ ଓଜନ ବୃଦ୍ଧି ଓ ମୋଟାପଣକୁ ଆଣିଥାଏ । କେବଳ ଏତିକି ନୁହେଁ, ଏହି କାରଣରୁ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ବ୍ୟକ୍ତିଙ୍କୁ ବ୍ୟଥିତ କରିବାକୁ ଲାଗେ।

ଏହା ବି ପଢ଼ନ୍ତୁ: ମୁଁ କହିବି, ମୋତେ ନିଲମ୍ବନ କର ...ସଂସଦରେ ବ୍ୟାନ ଶବ୍ଦାବଳୀକୁ ନେଇ ପ୍ରତିକ୍ରିୟା ଦେଲେ TMC ସାଂସଦ

ଏହା ବି ପଢ଼ନ୍ତୁ: ଶ୍ୱଶୁରଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ: ହାଇକୋର୍ଟ