ତରଭୁଜ ଖାଇବାବେଳେ ମଞ୍ଜି ଖାଆନ୍ତି ନା ଫିଙ୍ଗନ୍ତି ? ଜାଣନ୍ତୁ ମଞ୍ଜିର ମଞ୍ଜ ଗୁଣ
Advertisement

ତରଭୁଜ ଖାଇବାବେଳେ ମଞ୍ଜି ଖାଆନ୍ତି ନା ଫିଙ୍ଗନ୍ତି ? ଜାଣନ୍ତୁ ମଞ୍ଜିର ମଞ୍ଜ ଗୁଣ

ଖରାଦିନେ ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିଥାଏ ।

ତରଭୁଜ ଖାଇବାବେଳେ ମଞ୍ଜି ଖାଆନ୍ତି ନା ଫିଙ୍ଗନ୍ତି ? ଜାଣନ୍ତୁ ମଞ୍ଜିର ମଞ୍ଜ ଗୁଣ

କିଛି ଫଳ ମଞ୍ଜି ବିଷାକ୍ତ ହୋଇଥିବାବେଳେ କିଛି ଫଳର ମଞ୍ଚି  ପାଇଁ ଅନୁପଯୁକ୍ତ ହୋଇଥିବାରୁ ଖାଇବାକୁ ବାରଣ କରାଯାଏ । ସାଧାରଣତଃ କୌଣସି ବି ଫଳ ଖାଇବାବେଳେ ଲୋକମାନେ ମଞ୍ଚି ଖାଇବେ କି ନଖାଇବେ ଏନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଅଧିକାଂଶ ବ୍ୟକ୍ତି ତରଭୁଜ (watermelon) ଖାଇବାବେଳେ ମଞ୍ଚି ବାହାର କରି ପକାଉଥିବା ଦେଖିବାକୁ ମିଳେ । ଆପଲ୍ ମଞ୍ଚି ପରି ତରଭୁଜ ମଞ୍ଜି ବିଷାକ୍ତ ହୋଇଥିବା ମନେକରି ଲୋକେ ପ୍ରାୟତଃ ମଞ୍ଚି ଖାଇନଥାନ୍ତି ।

କିନ୍ତୁ ଆପଣ ଜାଣନ୍ତି କି ତରଭୁଜ ମଞ୍ଜି (watermelon seeds)ରେ ରହିଛି ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ । ତରଭୁଜରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଓ ଫାଇବର ଥିବାବେଳେ ତରଭୁଜ ମଞ୍ଜିରେ ମଧ୍ୟ ଇମ୍ୟୁନିଟିକୁ ସୁଦୃଢ଼ କରିବା ପରି ଗୁଣ ରହିଛି । ଏହା ଆପଣଙ୍କ ସ୍ୱାସ୍ଥ୍ୟ (health benefits) ପାଇଁ ବେଶ୍ ଲାଭଦାୟକ  ।

ଖରାଦିନେ ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିଥାଏ । କିନ୍ତୁ ଏଥିରେ ଫାଇବର ଏବଂ ପାଣିର ମାତ୍ରା ୯୦ ପ୍ରତିଶତରୁ ଅଧିକ ରହିଥିବାରୁ କିଡ୍‌ନୀ ଓ , ସାଇନସ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ । ତରଭୂଜ ଶରୀରକୁ ଥଣ୍ଡା କରୁଥିବାରୁ ଆସ୍ଥମା ରୋଗୀଙ୍କୁ ମଧ୍ୟ ତରଭୁଜ ଖାଇବାକୁ ବାରଣ କରାଯାଇଥାଏ ।

ତରଭୁଜ ମଞ୍ଜିକୁ ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଆପଣଙ୍କ ବ୍ଲଡ୍ ପ୍ରେସର ସମସ୍ୟାକୁ ହ୍ରାସ କରିଥାଏ  । ଏହା ବ୍ୟତୀତ ତରଭୁଜ ମଞ୍ଜି ଟିସ୍ୟୁ ସମସ୍ୟା ମଧ୍ୟ ଦୂର କରିଥାଏ । ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତ ରଖିବା ପାଇଁ ପ୍ରଭାବଶାଳୀ କାର୍ଯ୍ୟ କରିଥାଏ ତରଭୁଜ ମଞ୍ଜି ।

ଏହାସହିତ ତରଭୁଜ ମଞ୍ଜିରେ ମୋନୋସାଚ୍ୟୁରେଟେଡ୍ ଓ ପଲିଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ । ଯାହା ହୃଦଘାତ ଆଶଙ୍କାକୁ କମ କରିଥାଏ । ତରଭୁଜ ମଞ୍ଜି ହିମୋଗ୍ଲୋବିନ୍ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କର ଅଧିକ ଓଜନ ବା ମୋଟାପଣ ସମସ୍ୟା ରହିଛି ତେବେ କମ୍ କ୍ୟାଲୋରୀଯୁକ୍ତ ତରଭୁଜ ମଞ୍ଜି ଆପଣଙ୍କ ଓଜନ ହ୍ରାସ କରିବାରେ ଲାଭଦାୟକ ହୋଇପାରିବ ।  ଆପଣ ତରଭୁଜକୁ ମଞ୍ଜିକୁ ବାହାର କରି ସାଲାଡ, ତରକାରୀ କିମ୍ବା ସ୍ନାକ୍ସରେ ମଧ୍ୟ ସାମିଲ କରିପାରିବେ।