Grah Gochar 2024: ଆସନ୍ତା ମାସରେ ନକ୍ଷେତ୍ର ପରିବର୍ତ୍ତନ କରିବେ ୨ ଗ୍ରହ, ୩ ରାଶିଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!
Advertisement

Grah Gochar 2024: ଆସନ୍ତା ମାସରେ ନକ୍ଷେତ୍ର ପରିବର୍ତ୍ତନ କରିବେ ୨ ଗ୍ରହ, ୩ ରାଶିଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

Grah Gochar: ଆସନ୍ତା ମାର୍ଚ୍ଚ ମାସରେ ବୁଧ ଓ ଶୁକ୍ର ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯେତେବେଳେ ଦୁଇଟି ଗ୍ରହ ଏକତ୍ର ଭାବେ ନକ୍ଷତ୍ର ପରିବର୍ତ୍ତନ କରନ୍ତି, ସେତେବେଳେ ରାଶିଚକ୍ରର କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପଡି଼ଥାଏ ।

Grah Gochar 2024: ଆସନ୍ତା ମାସରେ ନକ୍ଷେତ୍ର ପରିବର୍ତ୍ତନ କରିବେ ୨ ଗ୍ରହ, ୩ ରାଶିଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

Grah Gochar 2024: ବୁଧ ବୁଦ୍ଧି ଓ ବିକାଶର କାରକ ଅଟନ୍ତି । ସେହିପରି ଶୁକ୍ରଙ୍କୁ ଭୋଗ ବିଳାସ, ସୁଖ ଓ ସମୃଦ୍ଧିର ସ୍ବାମୀ ଭାବେ ଗଣନା କରାଯାଏ । ତେବେ ଆସନ୍ତା ମାର୍ଚ୍ଚ ମାସରେ ବୁଧ ଓ ଶୁକ୍ର ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯେତେବେଳେ ଦୁଇଟି ଗ୍ରହ ଏକତ୍ର ଭାବେ ନକ୍ଷତ୍ର ପରିବର୍ତ୍ତନ କରନ୍ତି, ସେତେବେଳେ ରାଶିଚକ୍ରର କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପଡି଼ଥାଏ ।

ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ୨ ତାରିଖ ଅର୍ଥାତ୍ ବୁଧବାର ଭୋର ୫ଟାରେ ବୁଧ ନକ୍ଷତ୍ର ପରିବର୍ତ୍ତନ କରିବେ । ସେହି ଦିନ ଶୁକ୍ର ମଧ୍ୟ ଧନୀଶା ନକ୍ଷତ୍ରରେ ପ୍ରବେଶ କରିବେ। ଉଭୟ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନ ହେତୁ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ ।

ମିଥୁନ ରାଶି- ମିଥୁନ ରାଶି ପାଇଁ ଉଭୟ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିବ।  ଆୟରେ ବୃଦ୍ଧି । ମନ ପ୍ରସନ୍ନ ରହିବ । ପରିବାର ସଦସ୍ୟଙ୍କଠାରୁ ସମର୍ଥନ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

କର୍କଟ ରାଶି- ବୈଦିକ ଶାସ୍ତ୍ର ଅନୁଯାୟୀ ବୁଧ ଓ ଶୁକ୍ରଙ୍କ ଏହି  ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶି ପାଇଁ ମଧ୍ଯ ଅନୁକୂଳ ରହିବ। ଉଭୟ ଗ୍ରହଙ୍କ ଆଶୀର୍ବାଦ ଫଳରେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବ ।  ଏହି ସମୟରେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।  ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ବ୍ୟବସାୟରେ ଉନ୍ନତି ହେବ ।

ମୀନ ରାଶି- ମୀନ ରାଶି ପାଇଁ ମଧ୍ଯ ଏହି ନକ୍ଷେତ୍ର ପରିବର୍ତ୍ତନ ଫଳଦାୟୀ ରହିବ । ଏହି ସମୟରେ କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ଦେଖାଦେବ । ଶିକ୍ଷା ସହ ଜଡିତ ସୁସମ୍ବାଦ ମିଳିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )