Chaitra Navratri 2023: କି’ଏ ଏହି ବ୍ରହ୍ମଚାରିଣୀ? ଯିଏ ମହାଦେବଙ୍କୁ ପାଇବା ଲାଗି ଫୁଲ ଓ ପତ୍ର ଖାଇ କରିଥିଲେ ହଜାର ବର୍ଷର ତପସ୍ୟା
Advertisement

Chaitra Navratri 2023: କି’ଏ ଏହି ବ୍ରହ୍ମଚାରିଣୀ? ଯିଏ ମହାଦେବଙ୍କୁ ପାଇବା ଲାଗି ଫୁଲ ଓ ପତ୍ର ଖାଇ କରିଥିଲେ ହଜାର ବର୍ଷର ତପସ୍ୟା

Chaitra Navratri- ମାତା ପାର୍ବତୀ ଶିବଙ୍କୁ ସ୍ବାମୀ ରୂପରେ ପାଇବା ଲାଗି କଠୋର ତପସ୍ୟା କରିଥିଲେ। ଏହି କାରଣରୁ ସେ ‘ବ୍ରହ୍ମଚାରିଣୀ’ ନାମରେ ନାମିତ ହୋଇଥିଲେ। ନବରାତ୍ରୀର ଦ୍ବିତୀୟ ଦିନରେ ଦେବୀଙ୍କୁ ଏହି ରୂପରେ ପୂଜା କରାଯାଇଥାଏ । 

ସୌ(ସୋସିଆଲ ମିଡିଆ)

Chaitra Navratri 2023: ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ଦୁର୍ଗାକୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଇଥାଏ । ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଓ ତ୍ୟାଗର ଦେବୀ ବୋଲି କୁହାଯାଇଥାଏ । ବ୍ରହ୍ମଚାରିଣୀ ଦେବୀ ପାର୍ବତୀଙ୍କୁ ଅବିବାହିତା ରୂପରେ ପୂଜା କରାଯାଇଥାଏ । ସେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି । ଦେବୀ ବ୍ରହ୍ମଚାରିଣୀ ଡ଼ାହାଣ ହାତରେ ଏକ ରୁଦ୍ରାକ୍ଷ ମାଳି ଧରିଥିବା ବେଳେ ବାମ ହାତରେ ଏକ ପାଣି ଢାଳ ଧରିଥାଆନ୍ତି । ରୁଦ୍ରାକ୍ଷ ବନବାସ ଜୀବନରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ କଠୋର ତପସ୍ୟା ପ୍ରତୀକ ଅଟେ ।

ସେ କିପରି ବ୍ରହ୍ମଚରିଣୀ ନାମ ପାଇଲେ?

ମାତା ପାର୍ବତୀ ଶିବଙ୍କୁ ସ୍ବାମୀ ରୂପରେ ପାଇବା ଲାଗି କଠୋର ତପସ୍ୟା କରିଥିଲେ। ଏହି କାରଣରୁ ସେ ‘ବ୍ରହ୍ମଚାରିଣୀ’ ନାମରେ ନାମିତ ହୋଇଥିଲେ। ନବରାତ୍ରୀର ଦ୍ବିତୀୟ ଦିନରେ ଦେବୀଙ୍କୁ ଏହି ରୂପରେ ପୂଜା କରାଯାଇଥାଏ । ଏହି ରୂପରେ ମାଆଙ୍କ ପୂଜା ଓ ଉପାସନା କଲେ ଜୀବନର ସମସ୍ତ ଦୁଃଖ, ଦୁର୍ଦ୍ଦଶା ଦୂର ହୋଇଥାଏ । ଛାତ୍ରଛାତ୍ରୀ ମାନେ ବ୍ରହ୍ମଚାରିଣୀଙ୍କ ପୂଜା କରବା ଦ୍ବାରା ବିଦ୍ୟା ଲାଭ ହେବା ସହ ଜୀବନରେ ସଫଳତା ଲାଭ କରିଥାଆନ୍ତି ।

ମାଆ ବ୍ରହ୍ମଚାରିଣୀଙ୍କ ପୌରାଣିକ କଥା

ପୂରାଣ ଅନୁଯାୟୀ, ଦେବୀ ପାର୍ବତୀ ଦକ୍ଷ ପ୍ରଜାପତିଙ୍କ ଘରେ ବ୍ରହ୍ମଚାରିଣୀ ରୂପରେ ଜନ୍ମ ନେଇଥିଲେ। ପାର୍ବତୀଙ୍କ ଏହି ରୂପ ସାଧୁ ସନ୍ତଙ୍କ ପରି ଥିଲା । ଦିନେ ଭଗବାନ ଶିବକୁ ପ୍ରସନ୍ନ କରିବା ଲାଗି ସେ ଘୋର ତପସ୍ୟା କରିବା ଲାଗି କଠୋର ପ୍ରତିଜ୍ଞା କରିଥିଲେ । ମାଆ ପାର୍ବତୀଙ୍କ ଏହି ତପସ୍ୟା ହଜାର ହଜାର ବର୍ଷ ଧରି ଚାଲିଥିଲା । ଝଡ଼, ତୋଫାନ, ଖରା କି ବର୍ଷା ତାଙ୍କର ଏହି ତପସ୍ୟାକୁ ଭଙ୍ଗ କରିପାରିନଥିଲା । କୁହାଯାଏ, ହଜାର ହଜାର ବର୍ଷ ଧରି ଚାଲିଥିବା ଏହି ତପସ୍ୟା ସମୟରେ ମାତା ବ୍ରହ୍ମଚାରିଣୀ କେବଳ ଫଳ, ଫୁଲ ଓ ବେଲପତ୍ର ଖାଇ ବଞ୍ଚିଥିଲେ। ଯେତେବେଳେ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ ଏହାପରେ ସେ ଏହିସବୁକୁ ମଧ୍ଯ ତ୍ୟାଗ କରି ବିନା ପାଣି ଓ ଭୋଜନରେ ତପସ୍ୟା ଆରମ୍ଭ କରିଥିଲେ । ପତ୍ର ଖାଇବା ତ୍ୟାଗ କରିଥିବାରୁ ସେ ‘ଅର୍ପଣା’ ନାମରେ ମଧ୍ଯ ନାମିତ । ତେବେ ବ୍ରହ୍ମଚାରିଣୀଙ୍କ ଏହି କଠୋର ତପସ୍ୟା ବଳରେ ପ୍ରସନ୍ନ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମା ତାଙ୍କୁ ଏକ ବରଦାନ ଦେଇ କହିଥିଲେ କି, ଏହିପରି କଠୋର ତପସ୍ୟା ଆଗରୁ କେହି ମଧ୍ଯ କରିନାହାନ୍ତି ତୁମର ଏହି ଆଲୌକିକ କାର୍ଯ୍ୟକୁ ସବୁଆଡୁ ପ୍ରସଂଶା କରାଯାଉଛି । ତୁମର ମନକାମନା ନିଶ୍ଚିତ ପୂର୍ଣ୍ଣ ହେବ। ଭଗବାନ ଶିବ ତମକୁ ସ୍ବାମୀ ରୂପରେ ନିଶ୍ଚିତ ପ୍ରାପ୍ତ ହେବେ ।

ମା ବ୍ରହ୍ମଚାରିଣୀଙ୍କ ପୂଜାବିଧି

ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କୁ ହଳଦିଆ ଓ ଧଳା ରଙ୍ଗର ବସ୍ତ୍ର ପ୍ରଦାନ କରି ପୂଜା କରନ୍ତୁ । ଏହି ଦିନରେ ଦେବୀଙ୍କୁ ଧଳା ରଙ୍ଗର ବସ୍ତୁ ସମର୍ପିତ କଲେ ଭାଗ୍ୟ ଉଦୟ ସହ ଶୁଭଫଳ ମିଳିଥାଏ । ବ୍ରହ୍ମଚାରିଣୀଙ୍କୁ ମିଶ୍ରି, ଚିନି ବା ପଞ୍ଚାମୃତର ଭୋଗ ଲଗାଇ ପାରିବେ। ପୂଜା ସମୟରେ ମାଆଙ୍କ ମନ୍ତ୍ର ଜାପ କରନ୍ତୁ ।

ଏହାମଧ୍ଯ ପଢନ୍ତୁୃ-Horoscope Today: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର