Black Pepper Benefits: ସ୍ବାସ୍ଥ୍ୟ ପାଇଁ ବରଦାନ ଗୋଲମରିଚ, ପ୍ରତିଦିନ ସେବନ କଲେ ଆପଣଙ୍କୁ ଛୁଇଁବନି ଏହି ସବୁ ଘାତକ ରୋଗ
Advertisement

Black Pepper Benefits: ସ୍ବାସ୍ଥ୍ୟ ପାଇଁ ବରଦାନ ଗୋଲମରିଚ, ପ୍ରତିଦିନ ସେବନ କଲେ ଆପଣଙ୍କୁ ଛୁଇଁବନି ଏହି ସବୁ ଘାତକ ରୋଗ

Black Pepper Benefits: ଖାଦ୍ୟର ସ୍ବାଦ ବଢାଇବା ପାଇଁ ଗୋଲମରିଚର ସାଧାରଣତଃ ବ୍ୟବହାର କରାଯାଏ । ଗୃହିଣୀମାନେ ଏହାକୁ ଶୁଖିଲା ମସଲା ଭାବରେ ବ୍ୟବହାର କରନ୍ତି। ଏହା ସ୍ବାସ୍ଥ୍ୟପାଇଁ ମଧ୍ୟ ବେଶ ଲାଭଦାୟକ । ଗୋଲମରିଚର ଅନେକ ଔଷଧୀୟ ଗୁଣ ଅଛି ।

Black Pepper Benefits: ସ୍ବାସ୍ଥ୍ୟ ପାଇଁ ବରଦାନ ଗୋଲମରିଚ, ପ୍ରତିଦିନ ସେବନ କଲେ ଆପଣଙ୍କୁ ଛୁଇଁବନି ଏହି ସବୁ ଘାତକ ରୋଗ

Black Pepper Benefits: ଖାଦ୍ୟର ସ୍ବାଦ ବଢାଇବା ପାଇଁ ଗୋଲମରିଚର ସାଧାରଣତଃ ବ୍ୟବହାର କରାଯାଏ । ଗୃହିଣୀମାନେ ଏହାକୁ ଶୁଖିଲା ମସଲା ଭାବରେ ବ୍ୟବହାର କରନ୍ତି। ଏହା ସ୍ବାସ୍ଥ୍ୟପାଇଁ ମଧ୍ୟ ବେଶ ଲାଭଦାୟକ । ଗୋଲମରିଚର ଅନେକ ଔଷଧୀୟ ଗୁଣ ଅଛି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି୬ , ଭିଟାମିନ୍ ସି ଏବଂ ଭିଟାମିନ୍ କେ ପ୍ରଚୁର ପରିମାଣରେ ରହିଛି ।  ସୋଡିୟମ୍ ଏବଂ ପୋଟାସିୟମ୍ ପରି ଖଣିଜ ପଦାର୍ଥ ମଧ୍ୟ  ଏଥିରେ ରହିଛି । ଏହି ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଅନେକ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । 

କିପରି ବ୍ୟବହାର କରିବେ :

ଗୋଲମରିଚ ଗୁଣ୍ଡ ତିଆରି କରି ଏହାକୁ ଗରମ ପାଣିରେ ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ। ସାଧାରଣତଃ ୪ରୁ ୫ ଗୋଲମରିଚକୁ ଗୁଣ୍ତ କରି ଚା'ରେ ମିଶାଇ ପିଇପାରିବେ। ଏହା ବ୍ୟତୀତ, ଆପଣ ଗୋଲମରିଚ ଗୁଣ୍ତକୁ ମହୁ ଏବଂ କିସମିସ୍ ଭଳି ଜିନିଷ ସହିତ ଖାଇପାରିବେ । 

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଗୋଲମରିଚ : 

ଗୋଲମରିଚ ଗୁଣ୍ଡରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ । ଆଜିକାଲି ସଂକ୍ରମଣ ରୋଗର ଆଶଙ୍କା ବଢୁଛି । ଏପରି ପରିସ୍ଥିତିରେ ଆପଣ ଗୋଲମରିଚ ଗୁଣ୍ତ ବ୍ୟବହାର କରିପାରିବେ। ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହିତ ଏବଂ ରୋଗରୁ ଦୂରେଇ ରଖିବ । 

ଥଣ୍ଡା ଏବଂ ସ୍ୱାଇନ୍ ଫ୍ଲୁରେ ମୁକ୍ତି ଦିଏ ଗୋଲମରିଚ :

ଗୋଲମରିଚରେ ଥିବା ଔଷଧୀୟ ଗୁଣ ଥଣ୍ଡା ଏବଂ ଫ୍ଲୁ ଭଳି ରୋଗରୁ ଦୂରେଇ ରହିବା ପାଇଁ କାର୍ଯ୍ୟ କରିଥାଏ । ଗୋଲମରିଚ ଗୁଣ୍ତକୁ ଆପଣ ଚା ’ପକାଇ ପିଇଲେ ଉପଷମ ମିଳିଥାଏ । ଏବଂ ଏହାକୁ ପିଇବା ଦ୍ବାରା ଶରୀରରେ ଉଷ୍ମତା ଆସିଥାଏ, ଥଣ୍ଡାକୁ ଭଲ କରିଥାଏ। 

ଏହାବି ପଢନ୍ତୁ : Tulsi Plant: ତୁଳସୀ ଗଛର ପତ୍ର ଝଡା ଦିଏ ଶୁଭ ଅଶୁଭର ସଙ୍କେତ, ଏହି ଖରାପ ଘଟଣା ଆଡକୁ କରିଥାଏ ଇଶାରା

ରକ୍ତଚାପକୁ ନିୟନ୍ତ୍ରଣ କରେ :

 ରକ୍ତଚାପ ନିୟନ୍ତ୍ରଣ ପାଇଁ ଗୋଲମରିଚ ରାମବାଣ ପରି କାର୍ଯ୍ୟ କରେ। କିସମିସ୍ ସହିତ ଗୋଲମରିଚ ଗୁଣ୍ତକୁ ମିଶ୍ରିତ କରି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଯଦି ଆପଣ ଉଚ୍ଚ ରକ୍ତଚାପର ରୋଗୀ, ତେବେ ଗୋଲମରିଚ ଗୁଣ୍ତ ସହିତ କିସମିସ୍ ଖାଇବା ଉଚିତ୍ । 

ମଧୁମେହରେ ଉପକାରୀ  :

ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ ଲାଭଦାୟକ । ଗୋଲମରିଚ ଗୁଣ୍ତକୁ ଚା'ରେ ମିଶାଇ ପିଇବା ଦ୍ବାରା ଗ୍ଲୁକୋଜକୁ ନିୟନ୍ତ୍ରଣରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ମଧୁମେହକୁ ବଢିବାକୁ ଦିଏ ନାହିଁ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)