Guru Gochar 2024: ତୁଳା ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ବଦଳିବ ଜୀବନ!
Advertisement
Article Detail0/zeeodisha/odisha1972174

Guru Gochar 2024: ତୁଳା ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ବଦଳିବ ଜୀବନ!

Guru Transit 2023​:  କୁହାଯାଏ, ବୃହସ୍ପତି ଯେଉଁ ରାଶିକୁ ଚଳନ କରନ୍ତି ଉକ୍ତ ରାଶିର ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହି ସମୟରେ ଧନର ଅଭାବ ରହିନଥାଏ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ । ସେହିପରି ଯଦି ବୃହସ୍ପତିଙ୍କ ଏହି ଚଳନ ଅଶୁଭ ଫଳ ପ୍ରଦାନ କଲେ ତାହାଲେ ବିବାହରେ ବାଧା ସୃଷ୍ଟି ହୋଇଥାଏ । ସାଂସାରିକ ଜୀବନରେ ସମସ୍ୟା ଲାଗି ରହିଥାଏ ।

ସୌ(ସୋସିଆଲ ମିଡିଆ)

Guru Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଶାସ୍ତ୍ରରେ, ବୃହସ୍ପତିଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ବୋଲି ବିବେଚନା କରାଯାଇଛି । କୁହାଯାଏ, ବୃହସ୍ପତି ଯେଉଁ ରାଶିକୁ ଚଳନ କରନ୍ତି ଉକ୍ତ ରାଶିର ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହି ସମୟରେ ଧନର ଅଭାବ ରହିନଥାଏ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ । ସେହିପରି ଯଦି ବୃହସ୍ପତିଙ୍କ ଏହି ଚଳନ ଅଶୁଭ ଫଳ ପ୍ରଦାନ କଲେ ତାହାଲେ ବିବାହରେ ବାଧା ସୃଷ୍ଟି ହୋଇଥାଏ । ସାଂସାରିକ ଜୀବନରେ ସମସ୍ୟା ଲାଗି ରହିଥାଏ ।

ତେବେ ବୃହସ୍ପତି ୨୦୨୪ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୋଟିଏ ବର୍ଷରେ ବୃହସ୍ପତି କେବଳ ଥରେ ହିଁ ରାଶି ପରିବର୍ତ୍ତନ କରିଥାଆନ୍ତି । ୨୦୨୪ ମଇ ୧ ତାରିଖରେ ବୃହସ୍ପତି ତୁଳା ରାଶିକୁ ଚଳନ କରିବେ । ଫଳରେ କିଛି ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଏହା ସହ ମଇ ୩ ତାରିଖରେ ବୃହସ୍ପତି ବୃଷ ରାଶିରେ ଅସ୍ତ ହେବେ । ତେବେ ଏହି ସମୟ ମଧ୍ୟରେ ୩ଟି ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ।

ମେଷ ରାଶି- ବୃହସ୍ପତିଙ୍କ ଏହି ଚଳନ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଏହି ସମୟ ମଧ୍ଯରେ ବିଗିଡ଼ି ଯାଇଥିବା କାର୍ଯ୍ୟ ହଠାତ୍ ସମାପ୍ତ ହେବ । ଆର୍ଥିକ୍ ଲାଭ ମିଳିବ । ପୈତୃକ ସମ୍ପତ୍ତି ସହ ବ୍ୟବସାୟରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ନିବେଶରୁ ହଠାତ୍ ଲାଭ ମିଳିବ ।

କର୍କଟ ରାଶି- ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ଲୋକଙ୍କୁ ବହୁ ପୁରୁଣା ସମସ୍ୟାରୁ ମୁକ୍ତି ଦେବ। ଜୀବନରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହେବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟରୁ ଲାଭବାନ ହେବେ । ନୂତନ ଚାକିରି ନେଇ ଅଫର୍ ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

ସିଂହ ରାଶି- ବୃହସ୍ପତିଙ୍କ ଏହି ଚଳନ ସିଂହ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ । କ୍ୟାରିୟରରେ ଅଦ୍ଭୁତପୂର୍ବ ସଫଳତା ମିଳିବ । ନୂତନ ଚାକିରି ନେଇ ଯୋଗ ରହିଛି । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବ । ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)