Mangal Gochar 2023: ମଙ୍ଗଳଙ୍କ ଚଳନ ଯୋଗୁଁ ଧନବାନ୍ ହେବେ ଏହି ସବୁ ରାଶି!
Advertisement

Mangal Gochar 2023: ମଙ୍ଗଳଙ୍କ ଚଳନ ଯୋଗୁଁ ଧନବାନ୍ ହେବେ ଏହି ସବୁ ରାଶି!

Mangal Gochar 2023:  ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଅଗଷ୍ଟ ୧୮ରେ ଅପରାହ୍ନ ୩ଟା ୧୪ ମିନିଟ୍ ସମୟରେ, ମଙ୍ଗଳ(mars)କନ୍ୟା ରାଶିରେ(virgo) ପ୍ରବେଶ କରିବେ। ମଙ୍ଗଳଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସ ଇତ୍ୟାଦିର କାରକ ବୋଲି ବିବେଚନା କରାଯାଇଥାଏ ।  ମଙ୍ଗଳଙ୍କ କନ୍ୟା ରାଶିରେ ଚଳନ କଲେ କିଛି ରାଶିର ଲୋକେ ( zodiac signs) ଶୁଭଫଳ ପାଇବେ।  ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

ସୌଜନ୍ୟ- ସୋସିଆଲ ମିଡିଆ

Mangal Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଅଗଷ୍ଟ ୧୮ରେ ଅପରାହ୍ନ ୩ଟା ୧୪ ମିନିଟ୍ ସମୟରେ, ମଙ୍ଗଳ(mars)କନ୍ୟା ରାଶିରେ(virgo) ପ୍ରବେଶ କରିବେ। ମଙ୍ଗଳଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସ ଇତ୍ୟାଦିର କାରକ ବୋଲି ବିବେଚନା କରାଯାଇଥାଏ ।  ମଙ୍ଗଳଙ୍କ କନ୍ୟା ରାଶିରେ ଚଳନ କଲେ କିଛି ରାଶିର ଲୋକେ ( zodiac signs) ଶୁଭଫଳ ପାଇବେ।  ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

Also Read: Horoscope Today Aug 13 2023: ଆକସ୍ମିକ ଧନଲାଭ ସାଙ୍ଗକୁ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଏହି ରାଶି ଗୁଡିକ ହେବେ ଧନବାନ୍:

ଧନୁ: ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଆୟ ବୃଦ୍ଧି ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବିଦେଶରେ ଆପଣଙ୍କୁ ଚାକିରି ମିଳିବାରେ ମଧ୍ୟ ସମ୍ଭାବନା ରହିଛି।

ମକର : ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖ, ଆପଣ ସଫଳତା ପାଇବ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଏହି ସମୟରେ ଆପଣ ନୂଆ ଗାଡି ବା ଯାନ କ୍ରୟ କରିପାରିବେ। 

କର୍କଟ: କନ୍ୟା ରାଶିରେ ମଙ୍ଗଳ ପ୍ରବେଶ କଲେ କର୍କଟ ରାଶିରେ ଲୋକେ ଶୁଭଫଳ ପାଇବେ। ମଙ୍ଗଳ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏକ ଉପକାରୀ ଗ୍ରହ ସାବ୍ୟସ୍ତ ହେବ। କାହିଁକିନା ମଙ୍ଗଳ କର୍କଟ ରାଶିର ପଞ୍ଚମ ଏବଂ ଦଶମ ଘରକୁ ନିୟନ୍ତ୍ରଣ କରେ ଏବଂ ବର୍ତ୍ତମାନ ଏହା ଆପଣଙ୍କର ତୃତୀୟ ଘରେ ଗମନାଗମନ କରିବାକୁ ଯାଉଛନ୍ତି।  ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।  ଡିଜିଟାଲ ମିଡିଆ ସହ ଜଡିତ ଲୋକମାନେ ନୂଆ ଚାକିରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ। କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ । ବ୍ୟବସାୟରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି ।  ଧନଲାଭର ଯୋଗ ରହିଛି । 

ବିଛା: କନ୍ୟା ରାଶିରେ ମଙ୍ଗଳଙ୍କ ଚଳନ ବିଛା ରାଶିର ଲୋକଙ୍କୁ ମଧ୍ୟ ଅନେକ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ। ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣ ସମ୍ପୁର୍ଣ୍ଣ ଆରୋଗ୍ୟ ରହିବେ।  ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହୋଇପାରିବେ । କାର୍ଯ୍ୟାଳୟରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)