AC ସାମ୍ନାରେ ଅଧିକ ସମୟ ବିତାଉଥିଲେ ହୋଇପାରନ୍ତି ଭୟଙ୍କର ରୋଗର ଶିକାର
Advertisement

AC ସାମ୍ନାରେ ଅଧିକ ସମୟ ବିତାଉଥିଲେ ହୋଇପାରନ୍ତି ଭୟଙ୍କର ରୋଗର ଶିକାର

ଏକଥା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହି ଥଣ୍ଡା ପବନ ଶରୀରକୁ ଶୀତଳ କରିବା ସହ ଶରୀରକୁ ଭିତରୁ ଦୁର୍ବଳ କରିଦେଇଥାଏ । 

AC ସାମ୍ନାରେ ଅଧିକ ସମୟ ବିତାଉଥିଲେ ହୋଇପାରନ୍ତି ଭୟଙ୍କର ରୋଗର ଶିକାର

ପ୍ରଚଣ୍ଡ ଗରମ ସମୟରେ ଲୋକମାନେ ଦିନର ଅଧିକାଂଶ ସମୟ ଏୟାର କଣ୍ଡିସନର ସାମ୍ନାରେ ବିତାଉଛନ୍ତି । ଏସିର ଥଣ୍ଡା ପବନ ଶରୀରକୁ ଆରାମ ଦେଇଥାଏ ନିଶ୍ଚୟ । କିନ୍ତୁ ଏକଥା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହି ଥଣ୍ଡା ପବନ ଶରୀରକୁ ଶୀତଳ କରିବା ସହ ଶରୀରକୁ ଭିତରୁ ଦୁର୍ବଳ କରିଦେଇଥାଏ । ଅଧିକାଂଶ ସମୟ ଏସିରେ ବିତାଉଥିଲେ ଅନେକ ସମ୍ଭୀର ସମସ୍ୟା ଦେଖାଦେଇପାରେ । ଏହି ରଚନାରେ ଆପଣଙ୍କୁ ଏପରି କିଛି ଶାରୀରିକ ସମସ୍ୟା ବିଷୟରେ ଜଣାଉଛୁ । ଯାହାକୁ ଆପଣ ଶୀତତାପ ନିୟନ୍ତ୍ରଣକାରୀ ଯନ୍ତ୍ରର ପାର୍ଶ୍ୱ ପ୍ରତିକ୍ରିୟା(AC Side Effects) କହିପାରିବେ ।

AC ଯୋଗୁ ହେଉଥିବା ପ୍ରଥମ ସମସ୍ୟା

ଯେତେବେଳେ ଆମେ ଅଧିକ ସମୟ ଧରି ଏସି ଆଗରେ ବିତାଇଥାନ୍ତି, ସେହି ସମୟରେ ଆମରୁ ସୁଦ୍ଧ ବାୟୁ ମିଳିପାରିନଥାଏ । ଏପରି ହେବାର କାରଣ ଏସି ଅନ ରହିବା ସମୟରେ ଆମେ କୋଠରୀକୁ ପ୍ରବେଶ କରୁଥିବା ବାହ୍ୟ ବାୟୁ ପଥକୁ ବନ୍ଦ କରିଦେଇଥାନ୍ତି । ଏଥିପାଇଁ ଘର ଭିତରେ ମୁକ୍ତ ବାୟୁ ପ୍ରବେଶ କରିପାରିନଥାଏ। ଏସିରେ ଥିବା ସମୟରେ ଆମ ଶରୀରରେ ଧୀରେଧୀରେ ଅମ୍ଳଜାନର ଅଭାବ ଦେଖା ଦେଇଥାଏ । ନିୟମିତ ଏସିରେ ରହିବା ଅଭ୍ୟାସ ପରେ ଶରୀର ବିକାଶ ପ୍ରକ୍ରିୟାରେ ଶିଥିଳତା ଆସିଥାଏ ।

AC ଯୋଗୁ ହେଉଥିବା ଦ୍ୱିତୀୟ ସମସ୍ୟା

ଦୀର୍ଘ ସମୟ ଧରି ଏସି ସାମ୍ନାରେ ବସିଲେ ଚର୍ମ କୁଞ୍ଚନ ସମସ୍ୟା ଦେଖାଦେଇଥାଏ ।  ଏହାର କାରଣ ହେଉଛି ଏସିର ଥଣ୍ଡା ପବନ ଝାଳକୁ ଶୋଷିଥାଏ । କିନ୍ତୁ ଏହାସହିତ ଶରୀରର ଆର୍ଦ୍ରତା ମଧ୍ୟ ଶୋଷି ହୋଇଯାଇଥାଏ । ଏଥିପାଇଁ ଶରୀରରେ ଜଳର ଅଭାବ ଦେଖାଦେବା ସହ ଚର୍ମର ଚମକ ହଜିଯାଏ ।

AC ଯୋଗୁ ହେଉଥିବା ତୃତୀୟ ସମସ୍ୟା

ଯେତେବେଳେ ଆମେ ଦୀର୍ଘ ସମୟ ଧରି ଏସି ସାମ୍ନାରେ ବସିଥାଉ, ଏହାର ପ୍ରଭାବରେ ଆମ ଶରୀର ଅତ୍ୟଧିକ ଥଣ୍ଡା ହୋଇଯାଏ ଏବଂ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଆମର ହାଡ ଉପରେ ପଡେ । ଯଦି ଆପଣଙ୍କର ଗଣ୍ଠି ଓ ହାଡ଼ ଜନିତ ସମସ୍ୟା ରହିଛି, ତେବେ ଏସିରେ ଦୀର୍ଘ ସମୟ ବସିବା ଦ୍ୱାରା ସମସ୍ୟା ବୃଦ୍ଧି ପାଇଥାଏ ।

AC ଯୋଗୁ ହେଉଥିବା ଚତୁର୍ଥ ସମସ୍ୟା

ଏୟାର କଣ୍ଡିସନରରେ ବସିବା ଦ୍ୱାରା ନିମ୍ନ ରକ୍ତଚାପର ଲକ୍ଷଣ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ, ନିମ୍ନ ରକ୍ତଚାପର ଶିକାର ହୋଇଥିବା ବ୍ୟକ୍ତି କେବଳ ସୀମିତ ସମୟ ପାଇଁ ଏସି ସାମ୍ନାରେ ବସିବା ଉଚିତ୍ ।  ଦୀର୍ଘ ସମୟ ଧରି ବସିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ଏସି ।