୨୫ ମଶାଣୀ ଭୂତଙ୍କ ନାଁରେ ଭତ୍ତା
Advertisement
Article Detail0/zeeodisha/odisha1300579

୨୫ ମଶାଣୀ ଭୂତଙ୍କ ନାଁରେ ଭତ୍ତା

କନ୍ଧମାଳ ପ୍ରଶାସନ ଏବେ ଚର୍ଚ୍ଚାରେ। କାରଣ ୨୫ ଭୂତଙ୍କ ପାଇଁ ଭତ୍ତା ମଞ୍ଜୁର। ଘଟଣାଟି ଶୁଣିବା ବେଳକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଅଟେ। ଘଟଣାଟି ହେଉଛି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳର ତୁମୁଡିବନ୍ଧ ଅଞ୍ଚଳରେ କୁର୍ତମଗଡ ପଞ୍ଚାୟତରେ। ଏହି ଅଞ୍ଚଳର ଭୂତଙ୍କ ପାଇଁ  ଲାଗୁ କରାଯାଇଛି ଭୁତ ଯୋଜନାରେ ଭତ୍ତା। 

୨୫ ମଶାଣୀ ଭୂତଙ୍କ ନାଁରେ ଭତ୍ତା

ବାଲିଗୁଡ଼ା(ଚିତ୍ତ ରଞ୍ଜନ ନାୟକ): କନ୍ଧମାଳ ପ୍ରଶାସନ ଏବେ ଚର୍ଚ୍ଚାରେ। କାରଣ ୨୫ ଭୂତଙ୍କ ପାଇଁ ଭତ୍ତା ମଞ୍ଜୁର। ଘଟଣାଟି ଶୁଣିବା ବେଳକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଅଟେ। ଘଟଣାଟି ହେଉଛି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳର ତୁମୁଡିବନ୍ଧ ଅଞ୍ଚଳରେ କୁର୍ତମଗଡ ପଞ୍ଚାୟତରେ। ଏହି ଅଞ୍ଚଳର ଭୂତଙ୍କ ପାଇଁ  ଲାଗୁ କରାଯାଇଛି ଭୁତ ଯୋଜନାରେ ଭତ୍ତା। ପ୍ରତି ମାସରେ ଏହାର ଦାୟିତ୍ୱ ନେଇଛନ୍ତି ପଞ୍ଚାୟତ ଏକଜିକ୍ୟୁଟିଭ ନିର୍ବାହ ଅଧିକାରୀ।  ଏହି ଭୂତଙ୍କୁ ଠିକ୍ ସମୟରେ ଭତା ଦିଆ ଯାଉଛି ନା ନାହିଁ ତାହାକୁ ମଧ୍ୟ ତଦାରଖ କରୁଛନ୍ତି ଲୋକ ପ୍ରତିନିଧି ସରପଞ୍ଚ। 

ସରକାରଙ୍କ ନୁତନ ଭୂତ ଯୋଜନାକୁ କାର୍ଯ୍ୟକାରୀ କରି ଚର୍ଚ୍ଚା ରହିଛନ୍ତି କୁର୍ତମଗଡ ପଞ୍ଚାୟତର  ପୁର୍ବତନ ପଞ୍ଚାୟତ ନିର୍ବାହ ଅଧିକାରୀ ଜନାର୍ଦ୍ଦନ ନାୟକ, ବେବିଲତା ପାଣି ଓ ପୂର୍ବତନ ସରପଞ୍ଚ ବିଶନ୍ତି ମଲ୍ଲିକ। ଭୁତଙ୍କ ନାମରେ ଖାଇଯାଇଥିବା ଜିଅନ୍ତା ଭୁତକୁ କାଯ୍ୟାକଳାପ କୁ ପର୍ଦ୍ଦାଫାସ କରିଛନ୍ତି ବର୍ତ୍ତମାନର ସରପଞ୍ଚ। ସବୁଠାରୁ ଵଡ କଥା ହେଲା ଏହି ବାଟ ମାରଣା ମାସ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଖାଇଚାଲିଛନ୍ତି ଭୁତ ନାମରେ ଭତା। ହଜାର କି ଦୁଇ ହଜାର ନୁହେଁ ୫ ବର୍ଷରେ ୩.୫ ଲକ୍ଷକୁ ଭୁତ ନାମରେ ଖାଇଗଲେ ଜିଅନ୍ତା ଭୁତ। ସବୁ ଜାଣିଶୁଣି ଜିଲ୍ଲା ସ୍ତରରେ ଅଧିକାରୀ କାହିଁକି ଚୁପ୍ ବସିଥିଲେ ତାକୁ ଆଙ୍ଗୁଠି ଉଠାଇଛନ୍ତି ବର୍ତ୍ତମାନ ସରପଞ୍ଚ।  ଆହୁରି ବି ଆଶ୍ଚର୍ଯ୍ୟ ର ଘଟଣା ହେଉଛି ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାୟତ ନିର୍ବାହ ଅଧିକାରୀ ଭାବରେ ଜନାର୍ଦ୍ଦନ ନାୟକ ପାଖାପାଖି ୩ ବର୍ଷ ରହି ଭୂତ ନାମରେ ପ୍ରତ୍ୟେକ ମାସ ଭତ୍ତା ମଞ୍ଜୁର କରୁଥିଲେ। ଦୁଇ ବର୍ଷ ଧରି ଅକୃ ମାଝୀ ନାମକ ପଞ୍ଚାୟତ ନିର୍ବାହ ଅଧିକାରୀ ମଧ୍ୟ ୨ ବର୍ଷ ଧରି ଏହି ଭୂତଙ୍କୁ ଦେଇ ଚାଲିଲେ ଭତ୍ତା। ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଚୁପ, ବରଂ ଖାଇଥିବା ଅଧିକାରୀମାନଙ୍କୁ ପ୍ରତ୍ସାହିତ କରାଯାଇ ଘଟଣାକୁ ଚାପି ଦେଇ ଅକ୍ରୁ ମାଝୀ ଙ୍କୁ ଦାରିଙ୍ଗବାଡି ଏବଂ ଜନାର୍ଦ୍ଦନ ନାୟକଙ୍କୁ ଟିକାବାଲି ବ୍ଲକରେ ସ୍ଥାନିତ କରାଯାଇଛି।

ବେବିଲତାଙ୍କୁ ତୁମୁଡିବନ୍ଧରେ ସ୍ଥାନିତ କରାଯାଇଛି। ସେହି ସମୟରେ ଡି.ଏସ୍.ଏସ୍ ମଧ୍ୟ ବଦଳି ହୋଇ ଚାଲିଗଲେଣି। ଏତେବଡ ଘଟଣା ସମସ୍ତ ନଜରରେ ରହି କିନ୍ତୁ କାଯ୍ୟକ୍ରମ ଶୁନ। କନ୍ଧମାଳ ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଅନ୍ୟ ଗୁଡିକରେ ମଧ୍ୟ ଏହିଭଳି ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ତେବେ ତୁରନ୍ତ ତଦନ୍ତ ପକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନ ସରପଞ୍ଚ ଏବଂ ଓ୍ୱଡ ମେମ୍ବର ମାନେ ଦାବି ଜଣାଇ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି , ଏବେ ଦେଖିବାକୁ ବାକି ରହିଲା କେବେ ଖୁଲାସା ହେଉଛି ଏହି ଦୁର୍ନୀତି।