'NCPରେ ଥିଲି, ଅଛି ଏବଂ ରହିବି'
Advertisement
Article Detail0/zeeodisha/odisha601834

'NCPରେ ଥିଲି, ଅଛି ଏବଂ ରହିବି'

ସେଫଟି ଜୋନରେ ପୂର୍ବ ଉପମୁଖ୍ୟମନ୍ତ୍ରୀ ! ଇସ୍ତଫା ଦେଇଥିଲେ, ଶପଥ ନେବେ !

ଫାଇଲ ଫଟୋ

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ପଦରୁ କେବଳ ଇସ୍ତଫା ଦେଇନାହାଁନ୍ତି , ପୁଣି ବସାକୁ ମଧ୍ୟ ଫେରିଛନ୍ତି ଅଜିତ ପାୱାର । ମହାରାଷ୍ଟ୍ରରେ ବିଜେପି ସରକାର ବହୁମତ ପ୍ରମାଣ ଦେବା ପୂର୍ବରୁ ସରେଣ୍ଡର କରିଛି । ଆଉ ଏହାପରେ ପୁରୁଣା ଠିକଣାକୁ ଫେରିଛନ୍ତି ଏନସିପି ନେତା ଅଜିତ ପାୱାର । ମୁଁ ଏନସିପିରେ ଥିଲି, ବର୍ତ୍ତମାନ ବି ଅଛି ଏବଂ ଆଗକୁ ମଧ୍ୟ ଏନସିପିରେ ରହିବି ବୋଲି କହିଛନ୍ତି 'ପାୱାର' ପୁତୁରା । ଠାକରେ ସରକାରରେ ମଧ୍ୟ ସେ ମନ୍ତ୍ରୀ ହେବେ ବୋଲି କୁହାଯାଉଛି । 

ସେଫଟି ଜୋନରେ ଅଜିତ ପାୱାର । କଥା ବଦଳାଇଲେ 'ପାୱାର' ପୁତୁରା । ଚାଚାଙ୍କ ବିନା ନିଜ ଅସ୍ତିତ୍ୱ କିଛି ନାହିଁ, ବୋଧେ ଏକଥା ବେଶ ଭଲ ଭାବରେ ବୁଝି ଯାଇଛନ୍ତି ଅଜିତ ପାୱାର । କହିଛନ୍ତି, ମୁଁ ଏନସିପିରେ ହିଁ ରହିବି । ଶୁକ୍ରବାର ରାତିରେ ସରକାର ଗଠନ ପାଇଁ ବିଜେପି ଶିବିରକୁ ଡିଆ ମାରିଥିଲେ ତତ୍କାଳୀନ ଏନସିପି ବିଧାୟକ ଦଳ ନେତା । ହେଲେ ଅଜିତଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । 

fallback

ସରକାର ଗଠନରେ ବିଜେପିକୁ ସମର୍ଥନ କଲେ, ତାଙ୍କ ସହ ବହୁ ଏନସିପି ବିଧାୟକ ମଧ୍ୟ ସମର୍ଥନ କରିବେ ବୋଲି ଭାବୁଥିଲେ ଅଜିତ ପାୱାର । ଆଉ ଏହି ଆଶା ନେଇ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ମଧ୍ୟ ନେଇଯାଇଥିଲେ । ହେଲେ ଏଥିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ନଥିବା ଜାଣିବା ପରେ ଅଜିତଙ୍କୁ ବାସି ପାଣିରେ ପଚାରି ନଥିଲେ ଦଳର ଅନ୍ୟ ବିଧାୟକ । ଆଉ ଏହା ପରେ ଅଜିତଙ୍କୁ ହାତେଇ ସରକାର ଗଢିଥିବା ବିଜେପି ଶେଷରେ ବହୁମତ ଦେବା ପୂର୍ବରୁ ସରେଣ୍ଡର କରିଦେଲା । 

ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାଭିସ । ତାଙ୍କ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିଲେ । ଇସ୍ତଫାର ଘୋଷଣା ଅବସରରେ ଫଡନାଭିସ କହିଥିଲେ ଯେ, ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ଯେଉଁମାନେ ସରକାର ଗଢିବାକୁ ଯାଉଛନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା । ଆମେ ୫ ବର୍ଷ ବହୁତ କଠିନ ପରିଶ୍ରମ କରିଥିଲୁ । ଜନତା ଆମର ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଆମକୁ ଧମକ ଦେଇଥିଲା ବୋଲି କହିଥିଲେ ଫଡନିଭିସ । 

ଅନ୍ୟପଟେ ଆସନ୍ତାକାଲିଠୁ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଠାକରେ ସରକାର । ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକରେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପକ୍ଷରୁ ଗ୍ରୀନ ସିଗନାଲ । 'ମହା ବିକାଶ ଅଘାଡି' ର ନେତା ଭାବରେ ଉଦ୍ଧବଙ୍କ ନାଁ ଘୋଷଣା କରାଯିବା ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରାଯାଇଥିଲା । ତେବେ ଆସନ୍ତା ଡିସେମ୍ବର ୧ ତାରିଖରେ ନୁହେଁ, ଆସନ୍ତାକାଲି ଉଦ୍ଧବଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ । ସେହିପରି ଡିସେମ୍ବର ୩ ତାରିଖ ଭିତରେ ତାଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଏନସିପି, କଂଗ୍ରେସ ଓ ଶିବସେନା ମିଶି ଗଠନ କରିଛନ୍ତି ମହା ବିକାଶ ଅଘାଡି ମେଣ୍ଟ । 

ଆହୁରି ପଢନ୍ତୁ; ଡିସେମ୍ବର ୧ ନୁହେଁ, ଆସନ୍ତାକାଲିଠୁ ଠାକରେ ସରକାର