India's top most richest temple: ଦେଶର ସବୁଠାରୁ ଧନୀ ମନ୍ଦିର କିଏ ? ଆୟ ଜାଣିଲେ ଚମକି ପଡ଼ିବେ
Advertisement
Article Detail0/zeeodisha/odisha1983312

India's top most richest temple: ଦେଶର ସବୁଠାରୁ ଧନୀ ମନ୍ଦିର କିଏ ? ଆୟ ଜାଣିଲେ ଚମକି ପଡ଼ିବେ

  ଭାରତୀୟ ପରମ୍ପରା ଏବଂ ଇତିହାସରେ ମନ୍ଦିରର ବଡ଼ ମହତ୍ବ ରହିଛି । ଏହା ଆମ ଆସ୍ଥା ସହ ଦେଶର ସମୃଦ୍ଧ ଧାର୍ମିକ ଐତିହର ପ୍ରତୀକ । କଳ୍ପନା କରାଯାଇଛି ଯେ ସାରା ଦେଶରେ ପାଖାପାଖି ୫ ଲକ୍ଷରୁ ଅଧିକ ମନ୍ଦିର ରହିଛି । ଏମିତି ଅନେକ ମନ୍ଦିର ଅଛି ଯେଉଁଠାରୁ ବାର୍ଷିକ କୋଟି କୋଟି ଟଙ୍କା ଆୟ କରାଯାଉଛି । ଆମେ ଆଜି ଆପଣଙ୍କ

SOCIAL MEDIA

India's top most richest temple: 

ଭାରତୀୟ ପରମ୍ପରା ଏବଂ ଇତିହାସରେ ମନ୍ଦିରର ବଡ଼ ମହତ୍ବ ରହିଛି । ଏହା ଆମ ଆସ୍ଥା ସହ ଦେଶର ସମୃଦ୍ଧ ଧାର୍ମିକ ଐତିହର ପ୍ରତୀକ । କଳ୍ପନା କରାଯାଇଛି ଯେ ସାରା ଦେଶରେ ପାଖାପାଖି ୫ ଲକ୍ଷରୁ ଅଧିକ ମନ୍ଦିର ରହିଛି । ଏମିତି ଅନେକ ମନ୍ଦିର ଅଛି ଯେଉଁଠାରୁ ବାର୍ଷିକ କୋଟି କୋଟି ଟଙ୍କା ଆୟ କରାଯାଉଛି । ଆମେ ଆଜି ଆପଣଙ୍କୁ ଦେଶର ୧ଟି ମନ୍ଦିର ବାବଦରେ କହିବୁ ଯାହାକୁ ଦେଶର ସବୁଠୁ ଧନୀ ମନ୍ଦିର ବୋଲି କୁହାଯାଏ ।

ପଦ୍ମନାଭ ସ୍ବାମୀ ମନ୍ଦିର ,ତ୍ରିବେଂନ୍ଦ୍ରମ୍

କେରଳ ସ୍ଥିତ ପଦ୍ମନାଭ ମନ୍ଦିରକୁ ଦୁନିଆର ସବୁଠାରୁ ଧନୀ ମନ୍ଦିର ବୋଲି କୁହାଯାଏ । ଏହା କେରଳର ରାଜଧାନୀ ତିରୁବନ୍ତପୁରମରେ ରହିଛି । ଏହାର ସର୍ବମୋଟ ସମ୍ପତ୍ତି ପାଖାପାଖି ୧ଲକ୍ଷ ୨୦ ହଜାର କୋଟି । ଏହି ମନ୍ଦିରର ଦେଖାଶୁଣା ତ୍ରାବଣକୋରର ପୂର୍ବ ସାହି ପରିବାର ଦ୍ବାରା କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ ମନ୍ଦିରର ୬ଟି ଟ୍ରେଜେରୀରେ ସର୍ବମୋଟ ୨୦ ଅରବ ଡ଼ଲାର ସମ୍ପତ୍ତି ରହିଛି । ଖାଲି ଏତିକି ନୁହେଁ ମନ୍ଦିରର ଗର୍ଭଗୃହରେ ଭଗବାନ ବିଷ୍ଣୁଙ୍କର ଏକ ବଡ଼ ସ୍ବର୍ଣ୍ଣ ମୂର୍ତ୍ତି ରହିଛି । ଯାହାର ମୂଲ୍ୟ ୫୦୦ କୋଟି ଟଙ୍କା ।

ତିରୁପତି ବାଲାଜୀ ମନ୍ଦିର, ଆନ୍ଧ୍ରପ୍ରଦେଶ

ଦ୍ବିତୀୟ ସ୍ଥାନରେ ବାଲାଜୀ ମନ୍ଦିର ରହିଛି । ବୈଷ୍ଣବ ସମ୍ପ୍ରଦାୟର ଏହି ମନ୍ଦିର ଦାନ କ୍ଷେତ୍ରରେ ଦୁନିଆର ସବୁଠୁ ଧନୀ ମନ୍ଦିର । ଦଶମ ଶତାବ୍ଦୀରେ ତିଆରି ହୋଇଥିବା ଏହି ମନ୍ଦିରର କାରୁକାର୍ଯ୍ୟ ଅତି ମନୋହର । ଭକ୍ତମାନେ ଏଠାରେ ପ୍ରତ୍ୟେକ ବର୍ଷ ପାଖାପାଖି ୬୫୦ କୋଟି ଦାନ ଆକାରରେ ଦିଅନ୍ତି । ଲଡ଼ୁ ଭୋଗ ବିକ୍ରି କରିବା ଦ୍ବାରା ମନ୍ଦିରର ଲକ୍ଷ ଲକ୍ଷ ଟଙ୍କା ଆୟ ହୋଇଥାଏ । କୁହାଯାଏ ଏଠି ୯ ଟନର ସୁନା ମନ୍ଦିର ରହିଛି । ବିଭିନ୍ନ ବ୍ୟାଙ୍କରେ ୧୪ ହଜାର କୋଟି ଟଙ୍କା ଜମା କରାଯାଇଛି ।

ସାଇ ବାବା ମନ୍ଦିର, ସିରଡ଼ୀ

ତୃତୀୟ ସ୍ଥାନରେ ମହାରାଷ୍ଟ୍ର ସିରିଡ଼ିରେ ଥିବା ସାଇବାବା ମନ୍ଦିର । ରିପୋର୍ଟ ଅନୁଯାୟୀ ମନ୍ଦିର ବ୍ୟାଙ୍କ ଖାତାରେ ୩୮୦ କିଲୋ ସୁନା ୪ହଜାର ୪୨୮ କିଲୋ ଚାନ୍ଦି, ଡ଼ଲାର ପାଉଣ୍ଡର ବିଦେଶୀ ମୁଦ୍ରା ସହିତ ପାକାପାଖି ୧୮୦୦ କୋଟି ଟଙ୍କା ଜମା ଅଛି । ପ୍ରତ୍ୟେକ ବର୍ଷ ଏହି ମନ୍ଦିରରେ ପାଖାପାଖି ୩୫୦ କୋଟି ଦାନ ଆସେ ।

ବୈଷ୍ଣବ ଦେବୀ ମନ୍ଦିର, ଜମ୍ମୁ

ଏହାର ଦେଶର ଏକ ପବିତ୍ର ସ୍ଥାନ । ଭାରତରେ ମାନ୍ୟତା ପ୍ରାପ୍ତ ଶକ୍ତି ପୀଠ ମନ୍ଦିର ମାନଙ୍କରୁ ଅନ୍ୟତମ । ଟ୍ରେଓ୍ବଲ ଗାଇଡ଼ ଟୁରମାଇଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ମନ୍ଦିରରୁ ପ୍ରତ୍ୟେକ ବର୍ଷ ୫୦୦ କୋଟି ଟଙ୍କା ଆୟ ହୋଇଥାଏ ।

ସିଦ୍ଧିବିନାୟକ ମନ୍ଦିର, ମୁମ୍ବାଇ

ସିଦ୍ଧିବିନାୟକ ମନ୍ଦିର ଦେଶର ପ୍ରସିଦ୍ଧ ମନ୍ଦିର ମାନଙ୍କରୁ ଅନ୍ୟତମ ।ଏହି ମନ୍ଦିରକୁ ୩.୭ କିଲୋଗ୍ରାମ ସୁନାରେ ଆବରଣ କରାଯାଇଛି । ଯାହାକୁ କୋଲକାତାର ଏକ ବ୍ୟବସାୟୀ ଦାନ କରିଥିଲେ । ଦାନ ଆକାରରେ ପ୍ରତ୍ୟେକ ବର୍ଷ ମନ୍ଦିରରେ ୧୨୫ କୋଟି ଆୟ ହୋଇଥାଏ ।

ମିନାକ୍ଷୀ ମନ୍ଦିର, ମଦୁରୈ

ଏହି ମନ୍ଦିରର ବାର୍ଷିକ ଆୟ ପାଖାପାଖି ୬ କୋଟି ।  ଏହି ମନ୍ଦିରରେ ୩୩ ହଜାର ମୂର୍ତ୍ତି ରହିଛନ୍ତି ।

ଜଗନ୍ନାଥ ମନ୍ଦିର ,ପୁରୀ

ଭାରତର ଧନୀ ମନ୍ଦିର ମାନଙ୍କ ମଧ୍ୟରୁ ଜଗନ୍ନାଥ ମନ୍ଦିର ଅନ୍ୟତମ । ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ଏହି ମନ୍ଦିରକୁ ଦାନ ମିଳିଥାଏ । କିନ୍ତୁ ମନ୍ଦିରର ପ୍ରକୃତ ସମ୍ପତ୍ତି ବିଷୟରେ କେହି ଜାଣି ନାହାଁନ୍ତି । କିନ୍ତୁ ଅନୁମାନ କରାଯାଏ ଯେ ମନ୍ଦିରରେ ୧୦୦ କିଲୋ ସୁନା ଚାନ୍ଦିର ସମ୍ପତ୍ତି ରହିଛି ।

ସୋମନାଥ ମନ୍ଦିର, ଗୁଜୁରାଟ

ଏହି ମନ୍ଦିର ମଧ୍ୟ ଦେଶର ଧନୀ ମନ୍ଦିର ଭିତରୁ ଗୋଟିଏ । କାରଣ ଏହି ମନ୍ଦିରକୁ ମହମୁଦ ଗଜନୀ ୧୭ ଥର ଲୁଟିଥିଲେ । କୋଟି କୋଟି ଟଙ୍କା ଦାନରେ ବାର୍ଷିକ ଆୟ ମିଳେ ।

ସବରୀମାଲା ଅୟପ୍ପା ମନ୍ଦିର, କେରଳ

ଏହି ମନ୍ଦିର ମଧ୍ୟ ଧନୀ ମନ୍ଦିର ମାନଙ୍କ ତାଲିକାରେ ରହିଛି । ଏହି ମନ୍ଦିର ପାହାଡ଼ ଏବଂ ଘଞ୍ଚ ଜଙ୍ଗଲ ମଧ୍ୟରେ ସମୁଦ୍ର ପତ୍ତନରୁ ୪ହଜାର ୧୩୩ ଫୁଟ ଉଚ୍ଚରେ ଅବସ୍ଥିତ । ଏଠାରେ ସ୍ବତନ୍ତ୍ରତା ଏଇୟା ଯେ ଏହି ମନ୍ଦିରକୁ କେବଳ ପୁରୁଷ ଯାଇ ପାରିବେ । ଯାତ୍ରା ସମୟରେ ୨୩୦ କୋଟି ମନ୍ଦିରରୁ ଆୟ ହୁଏ ।

ଅକ୍ଷରଧାମ ମନ୍ଦିର, ଦିଲ୍ଲୀ

ଦିଲ୍ଲୀର କମନଓ୍ବେଲ୍ଥ ଖେଲଗାଓଁ ପାଖରେ ୧୦୦ ଏକର ଜମିରେ ତିଆରି ହୋଇଥିବା ସ୍ବାମୀ ନାରାୟଣ ମନ୍ଦିରକୁ ଅକ୍ଷରଧାମ ମନ୍ଦିର କୁହାଯାଏ । ଦୁନିଆର ସବୁଠୁ ବଡ଼ ହିନ୍ଦୁ ମନ୍ଦିର ଭାବେ ଗିନିଜ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ଏହା ସ୍ଥାନ ପାଇଛି । ମନ୍ଦିରରେ ସୁନାର ସ୍ବାମୀ ନାରାୟଣଙ୍କ ମୂର୍ତ୍ତି ରହିଛି ।