Smoothie Breakfast:ବ୍ରେକଫାଷ୍ଟ ପାଇଁ ନାହିଁ ସମୟ ? ପିଅନ୍ତୁ ସ୍ମୁଦି, ମିଳିବ ଅନେକ ଫାଇଦା
Advertisement
Article Detail0/zeeodisha/odisha1999695

Smoothie Breakfast:ବ୍ରେକଫାଷ୍ଟ ପାଇଁ ନାହିଁ ସମୟ ? ପିଅନ୍ତୁ ସ୍ମୁଦି, ମିଳିବ ଅନେକ ଫାଇଦା

  ଯଦି ସକାଳେ ଅଫିସ ଯିବା ସମୟରେ ବ୍ୟସ୍ତତା କାରଣରୁ ସଠିକ୍ ଭାବେ ସକାଳ ଜଳଖିଆ କରି ପାରୁ ନାହାଁନ୍ତି ତାହେଲେ ଆପଣ ସ୍ମୁଦି(କୌଣସି ଖାଦ୍ୟର ମିଶ୍ରଣ) ନେବା ଉଚିତ୍ । ଏହା ପାଟିକୁ ସ୍ବାଦ ଲାଗିବା ସହ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ । ସକାଳ ଜଳଖିଆ ସାରା ଦିନର କାମ ଭିତରେ ଶରୀରକୁ ସଠିକ୍ ପୋଷଣ ଦେବା ପାଇଁ ଜରୁରୀ ଅଟେ । ସକାଳ

SOCIAL MEDIA

Smoothie Breakfast: 

ଯଦି ସକାଳେ ଅଫିସ ଯିବା ସମୟରେ ବ୍ୟସ୍ତତା କାରଣରୁ ସଠିକ୍ ଭାବେ ସକାଳ ଜଳଖିଆ କରି ପାରୁ ନାହାଁନ୍ତି ତାହେଲେ ଆପଣ ସ୍ମୁଦି(କୌଣସି ଖାଦ୍ୟର ମିଶ୍ରଣ) ନେବା ଉଚିତ୍ । ଏହା ପାଟିକୁ ସ୍ବାଦ ଲାଗିବା ସହ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ ।

ସକାଳ ଜଳଖିଆ ସାରା ଦିନର କାମ ଭିତରେ ଶରୀରକୁ ସଠିକ୍ ପୋଷଣ ଦେବା ପାଇଁ ଜରୁରୀ ଅଟେ । ସକାଳ ଜଳଖିଆ ଆପଣଙ୍କୁ ଦିନ ସାରା ଉର୍ଜା ଦେଇଥାଏ ଆଉ ଆପଣ ସୁସ୍ଥ ରୁହନ୍ତି । କିନ୍ତୁ କିଛି ଲୋକ କାମର ବ୍ୟସ୍ତତା ଭିତରେସକାଳ ଜଳଖିଆ କରିବାକୁ ଭୂଲି ଯାଆନ୍ତି । ଆଉ ଖାଲି ପେଟରେ ଘରୁ ବାହାରି ଯାଆନ୍ତି । ଆଉ ଯଦି ଆପଣ ସେମାନଙ୍କ ଭିତରୁ ଜଣେ ତାହେଲେ ଆପଣଙ୍କୁ କ୍ବିକ୍ ରେସିପି ସିଖିବାକୁ ପଡ଼ିବ । ଯେଉଁଥିରେ ସ୍ମୁଦି ସର୍ବପ୍ରଥମ । ସ୍ମୁଦି ସବୁଠୁ ଲାଭଦାୟକ ରେସିପି ଅଟେ । ଯାହାକୁ ଖୁବ୍ କମ୍ ସମୟରେ ତିଆରି କରି ହୁଏ । ଚାଲନ୍ତୁ ଜାଣିବା ସ୍ମୁଦି ଦ୍ବାରା ଶରୀରକୁ କଣ ଲାଭ ମିଳେ ।

ସ୍ମୁଦି ଏମିତି ଏକ ସ୍ବାସ୍ଥ୍ୟକର ପାନୀୟ ଯାହା ସାରା ଦିନ ଶରୀରକୁ ଆକ୍ଟିଭ ରଖେ । ଆଉ ଏଥିରେ ବ୍ୟବହାର ହେଉଥିବା ଖାଦ୍ୟରେ ମଧ୍ୟ ପ୍ରଚୁର ପରିମାଣର ଭିଟାମିନ ସହ ପ୍ରଚୁର ହେଉଥିବା ମିନେରାଲ୍ସ, ଫାଇବର, କାର୍ବ୍ସ, ପ୍ରୋଟିନ ଏବଂ ହେଲଦି ଫ୍ୟାଟ ସାମିଲ ହୋଇଥାଏ । ଏହାଦ୍ବାରା ସାରା ଦିନ ପାଇଁ ଏନର୍ଜି ମିଳିଯାଏ । ଆଉ ଏହା ସ୍ବାଦରେ ମଧ୍ୟ ଭରପୂର ହୋଇଥାଏ ।    

ଶୀତ ଦିନେ ଲୋକ କମ୍ ପାଣି ପିଅନ୍ତି । ଯାହାଦ୍ବାରା ହାଇଡ଼୍ରେସନ କମ୍ ହୁଏ । ଆଉ ଜଦି ଆପଣ ସକାଳ ଜଳଖିଆରେ ସ୍ମୁଦି ନେୁଛନ୍ତି ତାହେଲେ ଶରୀରକୁ ହାଇଡ଼୍ରେସନ ମିଳିଯାଏ । ଆଉ ଯଦି ଆପଣ କ୍ଷୀର, ଦହି, ଫଳ ଏବଂ ପରିବାର ସ୍ମୁଦି ନିଅନ୍ତି ତାହେଲେ ଏହା ଏଧିକ ଲାଭ ଦେବ ।

ସକାଳୁ ସ୍ମୁଦି ନେବା ଦ୍ବାରା ପାଚନ ପ୍ରକ୍ରିୟା ମଧ୍ୟ ସହଜ ହୁଏ । ଏହା ଦ୍ବାରା ମେଟାବୋଲିଜିମ୍ ବୁଷ୍ଟ ହୁଏ । ସ୍ମୁଦିରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହାଦ୍ବାରା ପାଚନ ଶକ୍ତି ମଜବୁତ୍ ହୁଏ ଆଉ ଶରୀରରେ ଫ୍ୟାଟ ବଢ଼େ ନାହିଁ । ଏହାକୁ ତିଆରି କରିବାରେ ଖୁବ୍ କମ୍ ସମୟ ଲାଗେ । ଆପଣଙ୍କ ପସନ୍ଦ ଖାଦ୍ୟକୁ ମିଶାଇ ଆପଣ ସ୍ମୁଦି ତିଆରି କରି ପାରିବେ । ପିଇବାକୁ ଯେତିକି ସ୍ବାଦିଷ୍ଟ ପୋଷଣ ମଧ୍ୟ ତା ତୁଳନାରେ ଖୁବ୍ ଅଧିକ । ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ନିଜ ପସନ୍ଦର ଖାଦ୍ୟ ସହ ସ୍ମୁଦି ତିଆରି କରି ପିଇ ପାରିବେ ।  

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।